ସୁଶାନ୍ତଙ୍କ ପ୍ରତ୍ୟେକ ଟି-ଶର୍ଟରେ ଲେଖାଥିଲା ଏପରି କିଛି ବାର୍ତ୍ତା

ସୁଶାନ୍ତ ସିଂ ରାଜପୁତ୍‌ ବଲିଉଡ୍‌ର କେବଳ ଜଣେ ଭଲ ଅଭିନେତା ନ ଥିଲେ, ବରଂ ସେ ଜଣେ ଭଲ ମଣିଷ ମଧ୍ୟ ଥିଲେ। ଯାହା ସେ ପିନ୍ଧୁଥିବା ପୋଷାକରୁ ଜଣାପଡୁଛି। ସୁଶାନ୍ତଙ୍କୁ ଅନେକ ସମୟରେ ସ୍ଲୋଗାନ ଲେଖାଥିବା ଟି-ଶର୍ଟ ପିନ୍ଧୁଥିଲେ। ଯେଉଁଥିରେ କିଛି ନା କିଛି ଶିକ୍ଷଣୀୟ ବାର୍ତ୍ତା ଲେଖାଯାଇଥାଏ।

ତେବେ ଜାଣନ୍ତୁ ସୁଶାନ୍ତଙ୍କ ସେହି ଟି-ଶର୍ଟରେ କ’ଣ ଥିଲା ବାର୍ତ୍ତା

ପ୍ରାୟତଃ ବଡ଼ବଡ଼ କଳାକାରଙ୍କୁ ଅନୁରୋଧ କରି ଫଟୋ ଉଠାଇବାକୁ କେତେଜଣ ଚାହିଁଥାନ୍ତି। ଅନେକ ସମୟରେ ସେମାନେ ତାଙ୍କ ପଛରେ ପଡ଼ିଯାଇଥାନ୍ତି। ସୁଶାନ୍ତ ଏପରି କରିବାକୁ ମନା କରିବା ଅପେକ୍ଷା ଫଟୋ ଉଠାଇବାକୁ ଅନୁମତି ନ ଥିବା ତାଙ୍କ ଶର୍ଟରେ ବାର୍ତ୍ତା ଦେଇଥିଲେ।

ସୁଶାନ୍ତ ସିଂଙ୍କ ବ୍ୟକ୍ତିଗତ ଜୀବନ ତାଙ୍କ ଅଭିନୟ ପରି ଅନେକ ସମୟରେ ଚର୍ଚ୍ଚାରେ ରହୁଥିଲା। ତା’ପରେ ଅଙ୍କିତା ଲୋଖଣ୍ଡେଙ୍କ ସହ ଲାଇଭ୍‌ରେ ରହିବା ପରେ ତାଙ୍କର ବ୍ରେକଅପ୍‌ ହୋଇଥିଲା। ମାତ୍ର ଟି-ଶର୍ଟରେ ଏକାକୀ ଜୀବନ ଆରାମଦାୟକ ଲେଖାଯାଇଥିଲା।

ସୁଶାନ୍ତଙ୍କ ଏକ କଳା ରଙ୍ଗର ଟି-ଶର୍ଟରେ ଭାଇଚାରା ସମ୍ପର୍କରେ ଲେଖାଯାଇଥିଲା, ଯାହା ଏକ ଗଭୀର ବାର୍ତ୍ତା ଦେଇଥିଲା। ଏହି ଶର୍ଟର ପଛରେ ଲେଖାଯାଇଥିଲା ‘ମୋ ଭାଇ ମୋ’ ବାମରେ, ମୋ’ ଭାଇ ମୋ’ ଡାହାଣରେ ଆମେ ଏକାଠି ଠିଆ ହେବା, ଆମେ ଏକାଠି ଲଢ଼ିବା।

ସେ ଜଣେ ସତ୍ୟ ଓ ଆଧ୍ୟାତ୍ମିକ ପ୍ରେମୀ ମଣିଷ ଥିଲେ। ଏହା ତାଙ୍କର ଏକ ଧଳା ରଙ୍ଗର ପୋଷାକରେ ଦିଆଯାଇଥିବା ବାର୍ତ୍ତାରୁ ଜଣାପଡ଼ିଛି। ଯେଉଁଥିରେ ଲେଖା ଅଛି, ସତ୍ୟ ଆପଣଙ୍କୁ ମୁକ୍ତି ଦେବ।

ସୁଶାନ୍ତଙ୍କ କଳା ରଙ୍ଗର ଟି-ଶର୍ଟରେ ଖେଳର ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଥିରେ ମନ ଅନୁଯାୟୀ ‘ସାଇକୋ’ ଲେଖାଯାଇଛି।

ସୁଶାନ୍ତ ସିଂ ସ୍ବପ୍ନ ଦେଖିବାକୁ ଭଲ ପାଉଥିଲେ, ଏହା ତାଙ୍କ ଟି-ଶର୍ଟରୁ ସ୍ପଷ୍ଟ ହୋଇଛି। ଯାହା ଇଂରାଜୀରେ ‘ଡ୍ରିମର’ଭାବରେ ଲେଖାଯାଇଛି।

Share