ସୁଶାନ୍ତଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଲେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର

ପାଟଣା-ବଲିଉଡ ଅଭିନେତାଙ୍କ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସାରା ବଲିଉଡ ଜଗତ ସ୍ତବ୍ଧ ହୋଇପଡ଼ିଛି। ଏଥିସହ ତାଙ୍କ ମୃତ୍ୟୁକୁ ନେଇ ଅନେକ ଚର୍ଚ୍ଚା ହେଉଛି। ତେବେ ସୁଶାନ୍ତଙ୍କ ଦେହାନ୍ତର ଏକ ସପ୍ତାହ ପରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସୁଶାନ୍ତଙ୍କ ପାଟନାସ୍ଥିତ ବାସଭବନକୁ ଯାଇ ପରିବାର ଲୋକଙ୍କୁ ଭେଟିଛନ୍ତି। ଏଥିସହ ତାଙ୍କ ବାପା ଓ ଭଉଣୀଙ୍କୁ ସମବେଦନା ଜଣାଇଛନ୍ତି। ଏ ନେଇ ସେ ଟୁଇଟରରେ ୨ ଟି ଫଟୋ ସେୟାର କରି ସୂଚନା ଦେଇଛନ୍ତି। ଗୋଟିଏ ଫଟୋରେ କେନ୍ଦ୍ରମନ୍ତ୍ରୀ ତାଙ୍କ ପରିବାର ଲୋକଙ୍କ ସହ ବସି ଆଲୋଚନା କରୁଥିବାବେଳେ ଅନ୍ୟଟିରେ ସୁଶାନ୍ତଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରୁଥିବା ଦେଖିବାକୁ ମିଳିଛି।
ରବିଶଙ୍କର ଟୁଇଟରେ ଉଲ୍ଲେଖ କରିଛନ୍ତି, ଜଣେ ପ୍ରତିଭାବାନ ଅଭିନେତାଙ୍କୁ ଚଳଚିତ୍ର ଜଗତ ହରାଇଲା। ତାଙ୍କୁ ଆହୁରି ବହୁତ ଉଚ୍ଚତା ହାସଲ କରିବାର ଥିଲା। ସେ ଅଧିକ ସଫଳତାର ଯୋଗ୍ୟ ଥିଲେ।

Share