ସୁଶାନ୍ତଙ୍କ ଆତ୍ମହତ୍ୟା ପରଠାରୁ ତାଙ୍କ ଭିଡିଓ ଦେଖୁଥିଲେ ପ୍ରଶଂସକ: ଶେଷରେ ହାରିଲେ ଜୀବନ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ତାଙ୍କ ପ୍ରଶଂସକମାନେ ଜଣଙ୍କ ପରେ ଜଣେ ଆତ୍ମହତ୍ୟା କରୁଛନ୍ତି। ଏବେ ଆଉ ଜଣେ ପ୍ରଶଂସକ ଆତ୍ମହତ୍ୟା କରିଛନ୍ତି। ସେ ହେଲ ବିଶାଖାପାଟଣାର ୨୧ ବର୍ଷୀୟା ମହିଳା । ସୁଶାନ୍ତଙ୍କ ମୃତ୍ୟୁ ଖବରକୁ ସହି ନ ପାଣି ସେ ଆତ୍ମହତ୍ୟା କରିଛନ୍ତି। ତେବେ ମହିଳାଜଣଙ୍କ ଏକ ବେସରକାରୀ ସ୍କୁଲ ଶିକ୍ଷୟିତ୍ରୀ ଥିଲେ ବୋଲି ଜଣାପଡ଼ିଛି।
ମହିଳା ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣିବା ପରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ। ଏହା ପରଠାରୁ ସେ ସବୁ ସମୟରେ ମୋବାଇଲରେ ତାଙ୍କ ଭିଡିଓ ଦେଖୁଥିଲେ। ଏହାକୁ ନେଇ ସେ ଡିପ୍ରେସନ୍‌ରେ ମଧ୍ୟ ଥିଲେ। ଶୁକ୍ରବାର ତାଙ୍କ ମୃତଦେହ ନିଜ ରୁମ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଥିବା ମହିଳାଙ୍କ ବାପା କହିଛନ୍ତି। ସେ ସୁଶାନ୍ତଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।
ଏହା ପୂର୍ବରୁ ମଧ୍ୟପ୍ରଦେଶ ସାଗର ଜିଲାର ଜଣେ ୨୦ ବର୍ଷୀୟା ଯୁବତୀ ଆତ୍ମହତ୍ୟା କରିଥିଲେ। ସେହିପରି ଉତ୍ତରପ୍ରଦେଶର ବରେଲିରେ ମଧ୍ୟ ଏପରି ଘଟଣା ଘଟିଥିଲା। ଏହିପରି ଅନକେ ପ୍ରଶଂସକ ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

Share