ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି: ପ୍ରତିଟି ଅକ୍ଷରରେ ତାଙ୍କ ଫିଲ୍ମର ଚରିତ୍ର ତିଆରିକଲେ ଚିତ୍ରକାର

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇପଡ଼ିଛି ସିନେଜଗତ। ପ୍ରଶଂସକଙ୍କଠାରୁ ଆରମ୍ଭକରି ସେଲିବ୍ରିଟିମାନେ ତାଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରୁଛନ୍ତି। କେହି କେହି ତାଙ୍କ ମୃତ୍ୟୁକୁ ବିଶ୍ୱାସ କରିପାରୁ ନ ଥିବାବେଳେ ଆଉ କେହି ତାଙ୍କୁ ଫେରିଆସିବାକୁ କହୁଛନ୍ତି। ଏମିତିରେ ଜଣେ ଚିତ୍ରକାର ତାଙ୍କ ନାମ ଲେଖି ସବୁ ଅକ୍ଷରରେ ତାଙ୍କ ସମସ୍ତ ଫିଲ୍ମର ଚରିତ୍ରକୁ ତିଆରି କରିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଜଣେ ଚିତ୍ରକାର ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କାନ୍‌ଭାସରେ ଇଂରାଜୀ ଅକ୍ଷରରେ ସୁଶାନ୍ତ ଲେଖୁଛନ୍ତି। ପରେ ପ୍ରତିଟି ଅକ୍ଷରରେ ସେ ସୁଶାନ୍ତଙ୍କ ଫିଲ୍ମ ‘କା ଇ ପୋ ଚେ’, ‘ଡିଟେକ୍ଟିଭ ବ୍ୟୋମକେଶ ବକ୍ସି’, ‘କେଦାରନାଥ’, ‘ଛିଚ୍ଛୋରେ’, ‘ଏମ୍‌ ଏସ୍‌ ଧ୍ୱନୀ’ ଏବଂ ଟିଭି ଧାରାବାହିକ ‘ପବିତ୍ର ରିସ୍ତା’ର ଚରିତ୍ର ଆଙ୍କୁଛନ୍ତି। ଶେଷରେ ଆମେ ତୁମକୁ ମନେ ପକାଉଛୁ ବୋଲି ଚିତ୍ରକାର ଲେଖିଛନ୍ତି।

Share