ସୁଶାନ୍ତଙ୍କର ରହିଛି ୩ଟି କମ୍ପାନୀ: ଗୋଟିଏ କଥିତ ପ୍ରେମିକା ରିଆଙ୍କ ନାମରେ

ନ୍ୟାସନାଲ ଫିଜିକ୍ସ ଅଲମ୍ପିଆଡ ବିଜେତା ସୁଶାନ୍ତ ସିଂ ରାଜପୁତଙ୍କର ବିଶ୍ୱ, ମହାକାଶ, ଗ୍ରହ ବିଷୟରେ ଜାଣିବାର ବିଶେଷ ଆଗ୍ରହ ରହିଥିଲା। ତାରା ଦେଖିବା ପାଇଁ ସେ ଏକ ଉନ୍ନତ ଟେଲିସ୍କୋପ ରଖିଥିଲେ। ଅଧିକାଂଶ ସମୟରେ ସେ ତାରା ଦେଖିବାକୁ ଭଲ ପାଉଥିଲେ।
ଚଳଚ୍ଚିତ୍ର ବିତିତ ସୁଶାନ୍ତ ୩ଟି କମ୍ପାନୀ ପ୍ରତିଷ୍ଠା କରିଥିଲେ। ୩୪ ବର୍ଷୀୟ ସୁଶାନ୍ତ ୨୦୧୮ରେ ନିଜର ପ୍ରଥମ କମ୍ପାନୀ ଆରମ୍ଭ କରିଥିଲେ। ଯାହାକି ବାସ୍ତବିକତା ଏବଂ କୃତ୍ରିମ ବୁଦ୍ଧିମତା ଉପରେ କାମ କରିଥାଏ।
ଭିଭିଡ୍ରେଜ୍‌ ରେୟାଲିକ୍ସ ନାମରେ ତାଙ୍କର ଆଉ ଏକ କମ୍ପାନୀ ରହିଛି। ଏହା ତାଙ୍କ କଥିତ ପ୍ରେମିକା ରିଆ ଚକ୍ରବର୍ତ୍ତିଙ୍କ ନାମରେ ନାମିତ ହୋଇଥିଲା। ୨୦୧୯ରେ ଏହି କମ୍ପାନୀ ସ୍ଥାପିତ ହୋଇଥିଲା।
ସୁଶାନ୍ତଙ୍କ ଦ୍ୱାରା ସ୍ଥାପିତ ତୃତୀୟ କମ୍ପାନୀ ହେଉଛି ‘ ଫ୍ରଣ୍ଟ ଇଣ୍ଡିଆ ଓ୍ବାଲର୍‌ଡ ଫାଉଣ୍ଡେଶନ’। ଏହି କମ୍ପାନୀ ସ୍ବାସ୍ଥ୍ୟସେବାକୁ ପ୍ରୋତ୍ସାହିତ କରିବା ଏବଂ କ୍ଷୁଧା, ଦରିଦ୍ର ତଥା ପୁଷ୍ଟିହୀନତା ଦୂର କରିବା ଦିଗରେ କାର୍ଯ୍ୟ କରିଥାଏ।

Share