ସୁରିନାମ୍‌ ରାଷ୍ଟ୍ରପତିଙ୍କୁ ୨୦ ବର୍ଷ ଜେଲ୍‌

ପାରାମାରିବୋ,୧ା୧୨(ଏଏଫ୍‌ପି): ସୁରିନାମ୍‌ର ଏକ ସାମରିକ ଅଦାଲତ ରାଷ୍ଟ୍ରପତି ଡେସି ବୌଟେର୍ସେଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଶୀ ଦଶକରେ ବୌଟେର୍ସେ ଦକ୍ଷିଣ ଆମେରିକୀୟ ଦେଶର ଏକଚ୍ଛତ୍ରବାଦୀ ଶାସକ ଥିବାବେଳେ ରାଜନୈତିକ ବିରୋଧୀମାନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ସମ୍ପ୍ରତି ଚାଇନା ଗସ୍ତରେ ଥିବା ବୌଟେର୍ସେ ଆସନ୍ତା ସପ୍ତାହରେ ଫେରିବା ପରେ ରାୟ ବିରୋଧରେ ଅପିଲ୍‌ କରିବେ ବୋଲି ତାଙ୍କ ଓକିଲ କହିଛନ୍ତି। ୧୯୮୦ରେ ସାମରିକ ବିଦ୍ରୋହ କରି ବୌଟେର୍ସେ କ୍ଷମତା ଦଖଲ କରିଥିଲେ। ୧୯୮୨ ଡିସେମ୍ବରରେ ସେ ତାଙ୍କର ୧୫ ବିରୋଧୀଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ।

Share