ସୁରାଟରୁ ୧୨ ବସ୍‌ ଓଡ଼ିଶା ଅଭିମୁଖେ

ଭଞ୍ଜନଗର/ସୋରଡା,୩୦।୪(ଡି.ଏନ.ଏ)- ଲକ୍‌ଡାଉନ ସତ୍ତ୍ୱେ ସୁରାଟ ପ୍ରଶାସନର ଅନୁମତି ନେଇ ପ୍ରବାସୀ ଓଡ଼ିଆ ଘରକୁ ଫେରୁଛନ୍ତି। ସୁରାଟର ପାଣ୍ଡେଶ୍ୱର, ବୀରଭୂମି, ବେସ୍ତନର ସିଦ୍ଧାର୍ଥନଗରରୁ ୧୨ଟି ବସ୍‌ ଗୁରୁବାର ରାତିରେ ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଓଡ଼ିଶା ଅଭିମୁଖେ ବାହାରିବ। ଏନେଇ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତି ସରିଛି। ସେଥିରୁ ୬ଟି ବସ୍‌ ସୋରଡା ଅଭିମୁଖେ ଆସୁଥିବାବେଳେ ସେଥିରେ ବ୍ଲକର ବିଞ୍ଜିଗିରି, ସୁରେଖାଦେଇପୁର, ପଲାସପଲି, ସାରବାଡି, ଧରାକୋଟ ବ୍ଲକର ଓଳମ୍ବ, ବାଖରକଟା ଆଦି ଗ୍ରାମର ୩୦୦ରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡିଆ ରହିଛନ୍ତି। ଅନ୍ୟ ବସ୍‌ଗୁଡ଼ିକ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯିବ। ବସ୍‌ରୁ ଯେଭଳି କୌଣସି ଯାତ୍ରୀ ଓହ୍ଲାଇ ଘରକୁ ନ ଯାଇପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ନଜର ରଖାଯାଉଛି। ବସ୍‌ ଗୁଡିକ ଓଡ଼ିଶାରେ ପ୍ରବେଶ କରିବା ପରେ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ମଧ୍ୟରେ ନିର୍ଦ୍ଧାରିତ ସ୍ଥାନରେ ଛଡାଯିବ।