Categories: ଜାତୀୟ

ସୁରଟ ଅଗ୍ନିକାଣ୍ଡ : କୋଚିଂ ସେଣ୍ଟର ମାଲିକ ଗିରଫ, ୨ ଅଗ୍ନିଶମ ଅଧିକାରୀ ନିଲମ୍ବିତ

ସୁରଟ,୨୫ା୫ : ଗୁଜୁରାଟର ହୀରା ସହର କୁହାଯାଉଥିବା ସୁରଟର ଏକ କୋଚିଂ ସେଣ୍ଟରରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟି ୨୦ରୁ ଊର୍ଦ୍ଧ୍ୱ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ରୁ ଊର୍ଦ୍ଧ୍ୱ ଛାତ୍ର ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ଗୁଜୁରାଟ ପୋଲିସ କୋଚିଂ ସେଣ୍ଟର ମାଲିକଙ୍କ ସମେତ ୩ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଗୁଜୁରାଟ ପୋଲିସ କମିଶନର ସତୀଶ ଶର୍ମା କହିଛନ୍ତି କୋଚିଂ ସେଣ୍ଟର ମାଲିକ ଭାର୍ଗବ ଭୁଟାନୀଙ୍କୁ ଶୁକ୍ରବାର ବିଳମ୍ବିତ ରାତିରେ ଗିରଫ କରାଯାଇଥିବାବେଳେ ବିଲଡର ହେତୁଲ ବେରାଡିଆ ଏବଂ ଜିଗେଶ ପଗଡାଲୁ ଫେରାର ଅଛନ୍ତି। ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପକ୍ଷରେ ୨ ଅଗ୍ନିଶମ ଅଧିକାରୀ ନିଲମ୍ବିତ ହୋଇଛନ୍ତି।

Share