ସୁରଟରୁ ୩ ବସ ଆସିକାରେ ପହଁଚିଲା: କ୍ୱାରାଣ୍ଟାଇନରେ ୧୧୪

ଆସିକା,୧ା୫(ଡି.ଏନ୍‌.ଏ.)- ଲକ୍‌ଡାଉନ୍‌ ସ୍ଥିତିରେ ସୁରଟରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କ ଘର ବାହୁଡାର ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁବାର ବିଳମ୍ବିତ ରାତିରେ ୩ ବସ୍‌ରେ ପ୍ରବାସୀ ଓଡିଆ ଆସି ଆସିକାରେ ପହଞ୍ଚତ୍ଛନ୍ତି। ରାତି ପ୍ରାୟ ସାଢେ ୨ଟାରେ ଏହି ବସ୍‌ ସବୁ ଏଠାରେ ପହଞ୍ଚତ୍ବା ପରେ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ କଲେଜ ଛକ ନିକଟସ୍ଥ ଡିପଲ୍‌ ସ୍କୁଲସ୍ଥିତ କ୍ୱାରାଣ୍ଟାଇନ୍‌ ସେଣ୍ଟରକୁ ନିଆଯାଇଥିଲା। କଡାସୁରକ୍ଷା ମଧ୍ୟରେ ସମସ୍ତଙ୍କ ସ୍କ୍ରିନିଂ ପରେ ସେମାନଙ୍କୁ ରଖାଯାଇଛି। ଏହି ୩ ବସରେ ସମୁଦାୟ ୧୧୪ ଜଣ ଆସିଥିବା ସୂଚନା ମିଳିଥିବାବେଳେ ସେଥି ମଧ୍ୟରୁ ୯୮ଜଣ ପୁରୁଷ ୧୦ ଜଣ ମହିଳା ଓ ୬ ଜଣ ଶିଶୁ ରହିଛନ୍ତି। ସେମାନଙ୍କ ଲାଗି ପ୍ରଶାସନ ପକ୍ଷରୁ ରହିବା ପାଇଁ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ଗୁରୁବାର ସନ୍ଧ୍ୟାରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସ୍‌ପି ବ୍ରିଜେଶ କୁମାର ରଏ ଓ ଭଞ୍ଜନଗର ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ ଏହି କ୍ୱାରାଣ୍ଟାଇନ ସେଣ୍ଟର ବୁଲି ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି।