ସୁରକ୍ଷା ପ୍ରାଚୀର ନାହିଁ, ଖୋଲା ପଡ଼ିଛି ବିଦ୍ୟୁତ୍‌ ସବ୍‌ଷ୍ଟେଶନ

ଖଣ୍ଡପଡ଼ା,୧।୨(ସ୍ବ.ପ୍ର.): ଖଣ୍ଡପଡ଼ା ବିଦ୍ୟୁତ୍‌ ଉପଖଣ୍ଡ ଅଧୀନରେ ଥିବା ଅନେକ ଟ୍ରାନ୍ସଫର୍ମର ଓ ସବ୍‌ଷ୍ଟେଶନ ବିପଦସଙ୍କୁଳ ଅବସ୍ଥାରେ ରହିଛି ା ବିଦ୍ୟୁତ୍‌ ବିଭାଗର ଖାମଖିଆଲ ମନୋଭାବ ଯୋଗୁ ସେଗୁଡିକ ବିଭିନ୍ନ ସମୟରେ ବିପଦକୁ ଆମନ୍ତ୍ରଣ କରିଥିବା ଅଭିଯୋଗ ହେଉଛି ା ଖଣ୍ଡପଡା ସହରରେ (ମେଡିକାଲ ଛକ-ଜେଲରୋଡ ପୋଖରୀ ନିକଟରେ) ଥିବା ସେପରି ଏକ ଟ୍ରାନ୍ସଫର୍ମର ନିକଟରେ ମଙ୍ଗଳବାର ଏକ ଗାଈ ଚରୁଥିଲା ା ସେହି ଗାଈଟି ହଠାତ୍‌ ଖୋଲାରେ ରହିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲାା ଏହାଦେଖି ଖଣ୍ଡପଡ଼ା ଅଞ୍ଚଳର ଜୟରାମ ଦାସ ନାମକ ଜଣେ ଯୁବକ ତତ୍କାଳ ଗାଈଟିକୁ ଘଉଡାଇ ଦେଇଥିଲୋ ଏହି ଘଟଣା ପରେ ସେଠାରେ ଜନ ଅସନ୍ତୋଷ ପ୍ରକାଶ ପାଇଥିଲା ା
ନିୟମାନୁସାରେ ଖୋଲାରେ ଥିବା ସବ୍‌ଷ୍ଟେଶନ ଓ ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱରେ ସୁରକ୍ଷା ପ୍ରାଚୀର କିମ୍ବା ତାରବାଡ ନିର୍ମାଣ କରାଯିବା କଥା ା ସେହିପରି ବିଦ୍ୟୁତ୍‌ ସରବରାହ ହେଉଥିବା ୩ ଫେଜ ତାର ଭୂମିପତନଠାରୁ ମାତ୍ର ୩/୪ଫୁଟ ଉଚ୍ଚରେ ଖୋଲାରେ ରହିଥିବାରୁ ସର୍ବଦା ବିପଦ ଲାଗି ରହିଛିା ସାମାନ୍ୟ ଅସାବଧାନ ହେଲେ ଟ୍ରାନ୍ସଫର୍ମରେ ସଂଯୋଗ ହୋଇଥିବା ୩ ଫେଜ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯେ କେହି ମୃତ୍ୟୁ ମୁଖରେ ପଡିବାର ଆଶଙ୍କା ରହିଛି ା ସେଥିପାଇଁ ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱରେ ସୁରକ୍ଷା ପ୍ରାଚୀର ଦେବାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହଁି ା ବିଭାଗୀୟ କର୍ତ୍ତୃପକ୍ଷ ଏଦିଗରେ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ା ଏସମ୍ପର୍କରେ ଖଣ୍ଡପଡ଼ା ଉପଖଣ୍ଡ ସହକାରୀ ଯନ୍ତ୍ରୀ ଅନିଲ କୁମାର ସାହୁଙ୍କ ସହ ଯୋଗାଯୋଗ କରିବାରେ ଯେଉଁ ଟ୍ରାନ୍ସଫର୍ମର ଅଧିକ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି ସେଠାରେ ତାରବାଡ଼ କିମ୍ବା ସୁରକ୍ଷା ପ୍ରାଚୀର ପର୍ଯ୍ୟାୟ କ୍ରମେ ନିର୍ମାଣ କରାଯିବ ା ଏଥିପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ା

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri