ସୁରକ୍ଷାର କବଚ ବିକାଶ

ଆଲେକ୍‍ଜାଣ୍ଡର ଡି କ୍ରୁ

ଚଳିତ ବର୍ଷ ମ୍ୟୁନିଚ ସୁରକ୍ଷା ସମ୍ମିଳନୀରେ ଭୂରାଜନୈତିକ ସ୍ଥିତି, ପ୍ରଭାବର କ୍ଷେତ୍ର, ନାଟୋର ଭବିଷ୍ୟତ ତଥା ପ୍ରତିରକ୍ଷା ବଜେଟ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥତ୍ଲା। କିନ୍ତୁ ଏହି ଆଲୋଚନା ଯେତିକି ମହତ୍ତ୍ୱପୂର୍ଣ୍ଣ ଥତ୍ଲା ତାହା ସେଭଳି କାର୍ଯ୍ୟକାରୀ ହୋଇନାହିଁ। ବିଶ୍ୱ ଏବେ ସମ୍ପୂର୍ଣ୍ଣ ଭାବେ ବିଭାଜିତ ଏବଂ ଏଭଳି ସ୍ଥିତିରେ ସୁରକ୍ଷା କହିଲେ କେବଳ ଟ୍ୟାଙ୍କ ଓ ଚୁକ୍ତିକୁ ବୁଝାଏ ନାହିଁ। ଦୃଢ଼ ଓ ବିଶ୍ୱସନୀୟ ଭାଗୀଦାରି, ସହନୀୟ ବ୍ୟବସ୍ଥା ତଥା କର୍ଯ୍ୟରତ ସଂସ୍ଥାଗୁଡ଼ିକ ଉପରେ ସୁରକ୍ଷା ନିର୍ଭର କରେ। ସମାଜକୁ ଆହ୍ବାନ ସାମ୍ନାକରିବା ପାଇଁ ଏସବୁ ଶକ୍ତି ଯୋଗାଇ ଦିଏ। ଏ ଦୃଷ୍ଟିରୁ ବୁଝିବାକୁ ଗଲେ, ଅନ୍ତର୍ଜାତୀୟ ବିକାଶ କେବଳ ସ ପାଓ୍ବାର( ବୁଝାସୁଝା ଓ ଆକର୍ଷଣ ମାଧ୍ୟମରେ ପ୍ରଭାବ ପକାଇବା)ର ଫର୍ମୁଲା ନୁହେଁ, ବରଂ ହାର୍ଡ ପାଓ୍ବାର( ସେନା ଓ ଅର୍ଥନୀତି ଭୟ ଦେଖାଇ ପ୍ରଭାବ ବିସ୍ତାର କରିବା) ଏବଂ ଭିବଷ୍ୟତରେ ଧମକକୁ ଦୁର୍ବଳ କରିବାରେ ଏହାହେଉଛି ସବୁଠୁ ପ୍ରଭାବୀ ପଦକ୍ଷେପ।
ବିକାଶ ହେଉଛି ସୁରକ୍ଷାର ଆଧାର ବୋଲି ଏଯାବତ୍‍ ସଂଖ୍ୟାଧତ୍କ ନେତା ସ୍ବୀକାର କରିପାରି ନାହାନ୍ତି। ସେମାନେ ବିକାଶ ସହାୟତାକୁ ଦାନ ଭାବେ ଦେଖୁଛନ୍ତି। ସେମାନେ ଏହାକୁ ପ୍ରକୃତ ପ୍ରତିରକ୍ଷାର କାର୍ଯ୍ୟ ବଦଳରେ ଏକ ଲକଜୁରୀ ବିିଷୟ ବୋଲି ଭାବନ୍ତି। ଏପ୍ରକାର ମାନସିକତା ସଂଘର୍ଷର ଅନେକ କାରଣ ସମ୍ପର୍କରେ ନୀତିନିର୍ଦ୍ଧାରକଙ୍କୁ ଅଜଣା ରଖତ୍ ସ୍ଥିରତାକୁ ଦୁର୍ବଳ କରିଦିଏ। ଯେ ପର୍ଯ୍ୟନ୍ତ ଆମେ ହିଂସାର ମୂଳ କାରଣକୁ ଅଣଦେଖା କରୁଥତ୍ବା ସେ ପର୍ଯ୍ୟନ୍ତ ଜୀବନରେ ଅଧତ୍କ କ୍ଷତି ସହିବା ସହ ଟକସ ଦେଉଥତ୍ବା ଏବଂ ସମୃଦ୍ଧି ହାସଲ କରିପାରିବା ନାହିଁ। ଏକ ରଣନୀତିକ ସାଧନ ଭାବେ ଆମେ ଯଦି ଫାଇଟର ଜେଟ ସଂଖ୍ୟା ବୃଦ୍ଧି କରିବା ଏବଂ ଶିକ୍ଷା ବ୍ୟବସ୍ଥାର କାର୍ଯ୍ୟକାରିତାକୁ ରଦ୍ଦ କରିବା; ଯଦି କେବଳ ମିଶାଇଲ ପାଇଁ ଅର୍ଥ ସଂଗ୍ରହ କରି ଜଳ ଓ ବିଦ୍ୟୁତ ପାଇଁ ତାହା ନ କରିବା ,ତେବେ ଆମେ ସମାଜକୁ ରକ୍ଷା କରିପାରିବା ନାହିଁ। ଆମେ ଏବେ ସେଗୁଡ଼ିକୁ ଦୁର୍ବଳ କରୁଛୁ।
ପ୍ରତିରକ୍ଷା ବ୍ୟୟର ଗୁରୁତ୍ୱ ରହିଛି ଏବଂ ଏବକାର ପୃଥତ୍ବୀରେ ମିଲିଟାରି କ୍ଷେତ୍ରରେ ନିବେଶ ବୃଦ୍ଧି କରିବା ଏକ ବୈଧ ନୀତି ହୋଇଯାଇଛି। କିନ୍ତୁ ବିକାଶ କ୍ଷେତ୍ରରେ ସମାନ୍ତରାଳ ଭାବେ ନିବେଶ ନ କଲେ, ଏହା ଏକ ଅଧୁରା ସୁରକ୍ଷା ରଣନୀତି ହେବ। ତେବେ ମାନବ କଲ୍ୟାଣ ବଦଳରେ ତୁମେ ବ୍ୟବହାରିକ ରାଜନୀତି କିମ୍ବା ନୀତି ଉପରେ କେତେ ସଚେତନ ତାହା ତଥ୍ୟରୁ ସ୍ପଷ୍ଟ ହୁଏ। ନିକଟରେ ଓ୍ବାନ୍‍ ଦ୍ୱାରା କରାଯାଇଥତ୍ବା ଅନୁଧ୍ୟାନରୁ ଜଣାପଡ଼ିଛି, ବିକାଶ ଏବଂ ଯୁଦ୍ଧ ଦୂର କରିବା ପାଇଁ ନିବେଶ କରାଯାଉଥତ୍ବା ପ୍ରତିଟି ଡଲାର ଭିବଷ୍ୟତରେ ସେନା ଆକ୍ରମଣଠାରୁ ଆରମ୍ଭ କରି ମାନବୀୟ ପଦକ୍ଷେପ ଓ ଆଥିର୍କ ମାନ୍ଦାବସ୍ଥାର ପ୍ରଭାବ ଯାଏ ସବୁଥତ୍ରେ ହେବାକୁ ଥତ୍ବା କ୍ଷତିରେ ୧୦୩ ଡଲାର ବଞ୍ଚାଇ ପାରିବ। ଯେ କୌଣସି ବୈଶ୍ୱିକ ସୁରକ୍ଷା କ୍ଷେତ୍ରରେ ତୁମେ ବେଶୀ ଲାଭ ପାଇବ ଏବଂ ଏହିପରି ଭାବେ ସକରାର ଏହାକୁ ସବୁଠୁ ଯକ୍ତିଯୁକ୍ତ ନିବେଶ ଭାବେ ପସନ୍ଦ କରିପାରିବେ।
ମିଲିଟାରି ହସ୍ତକ୍ଷେପ ହେଉ ବା ନକାରାତ୍ମକ ଆର୍ଥିକ ପ୍ରଭାବ କିମ୍ବା ଜରୁରୀକାଳୀନ ସହାୟତା, ଏସବୁକୁ ରୋକିବାରେ ବିଫଳତା ଯୋଗୁ ସବୁବେଳେ କ୍ଷତି ସହୁଛେ। ଧର୍ମୀୟ, ବିଚାରଗତ ତତା ରାଜନୈତିକ ଲକ୍ଷ୍ୟ ହାସଲ ପାଇଁ କରାଯାଉଥତ୍ବା ହିଂସା, ଅନିୟମିତ ପ୍ରବାସନ କିମ୍ବା ବ୍ୟବସ୍ଥା ଭୁଶୁଡ଼ିପଡ଼ିବା ସ୍ଥିତିକୁ ରୋକିବାରେ ଆକାଶ ମାର୍ଗରୁ ଆକ୍ରମଣ ଓ କଟକଣା ଏକ ମାତ୍ର ସମାଧାନର ବାଟ ନୁହେଁ। ଏହିସବୁ ସମସ୍ୟା ସୃଷ୍ଟି କରୁଥତ୍ବା ବ୍ୟକ୍ତିମାନେ ଯେତେବେଳେ ସେମାନଙ୍କ ପିଲାଙ୍କ ପାଇଁ ଶିକ୍ଷା, ବିଦ୍ୟୁତ, ମୌଳିକ ସେବା ଏବଂ ଚାକିରି ଭବିଷ୍ୟତକୁ ଦେଖତ୍ପାରିଛନ୍ତି, ସେତେବେଳେ ଏହିସବୁ ସମସ୍ୟା ପୂରା ନିୟନ୍ତ୍ରିତ ହୋଇଛି ଏବଂ ଶେଷରେ ଦୂର ହୋଇଛି। ଯଦି ଆମ ସୁରକ୍ଷା ସିଦ୍ଧାନ୍ତରେ ବିକାଶକୁ ଗୁରୁତ୍ୱ ଦେବା ନାହିଁ , ତେବେ ଆମେ କ୍ଷତି ସହି ଚଲିବା। ଡ୍ରୋନ ସବୁ ସମସ୍ୟର ସମାଧାନ କରିପାରିବ ବୋଲି ଯେଉଁ ବାହାନା କରୁଛେ ତାହାକୁ ବନ୍ଦ କରିବାବୁ ପଡ଼ିବ ଏବଂ ପାରମ୍ପରକ ମିଲିଟାରି ଶକ୍ତିର କଟକଣାକୁ ବି ସ୍ବୀକର କରିବାକୁ ହେବ। ଲେକ୍‍ ଚାଦ ବେସିନ (ଏକ ମଧୁରଜଳ ହ୍ରଦର ଅବବାହିକା)ରେ ଅନେକ ବର୍ଷ ଧରି ଲାଗି ରହିଥତ୍ବା ସେନା ହସ୍ତକ୍ଷେପ ଚରମପନ୍ଥୀଙ୍କ ହିଂସା ରୋକିବାରେ ବିଫଳ ହେଲା। ସେନା ମାଧ୍ୟମରେ ଅଳ୍ପ କିଛି ହାସଲ ହେଲା, କାରଣ ବେରୋଜଗାର ଯେଭଳି ଥତ୍ଲା ସେମିତି ରହିଲା, ସେବା ବିପର୍ଯ୍ୟସ୍ତ ରହିଲା ଏବଂ ବ୍ୟବସ୍ଥା ଠିକ୍‍ ଭାବେ କାମ କଲା ନାହିଁ। ଝଗଡ଼ା ଥମିଗଲେ ମଧ୍ୟ ଜମି ଚାଷ ନ ହୋଇପାରିଲା ନାହିଁ। ଯେ ପର୍ଯ୍ୟନ୍ତ ବିକାଶ ତ୍ୱରାନ୍ବିତ ନ ହୋଇଛି, ସେ ପର୍ଯ୍ୟନ୍ତ ସେହି ଅଞ୍ଚଳରୁ ବିସ୍ଥାପିତ ହୋଇଥତ୍ବା ଅନେକ ହଜାର ଲୋକ ଘରକୁ ଫେରି ସେମାନଙ୍କ ଜୀବିକା ପୁନଃ ନିର୍ବାହ କରିପାରିବେ ନାହିଁ।
ସେହିଭଳି ଇରାକର ଅନେକ ଭାଗ ଯୁଦ୍ଧରେ ବିଧ୍ୱସ୍ତ ହୋଇଯାଇଥତ୍ଲା। ଅନେକ ଲକ୍ଷ ଲୋକ ସେମାନଙ୍କ ଅଞ୍ଚଳକୁ କେବଳ ଗୁଳିଗୋଳା ଥମିଯିବା ଯୋଗୁ ଫେରି ନାହାନ୍ତି, ବରଂ ବିଦ୍ୟୁତ୍‍ ଆସିବା ସହ ସ୍କୁଲ ଓ କଲେଜ ଖୋଲିବାରୁ ଫେରିଛନ୍ତି। ବିକାଶ ପଦକ୍ଷେପ ବିସ୍ଥାପିତଙ୍କ ସମସ୍ୟା ସମାଧାନ କରିବା ସହ ଜୀବିକା ସମ୍ଭାବନା ସୃଷ୍ଟି ଯୋଗୁ ସମାଜଗୁଡ଼ିକର ଉନ୍ନତି ଆରମ୍ଭ ହୋଇଛି। ସେହିଭଳି ବର୍ଲିନ ଓ୍ବାଲ୍‍ ପତନ ପରେ, ଗଣତାନ୍ତ୍ରିକ ସଂସ୍ଥା ଓ ଭିତ୍ତିଭୂମି କ୍ଷେତ୍ରରେ ପାଶ୍ଚାତ୍ୟର ନିବେଶ ଏବଂ ଆଥିର୍କ ଭରସା କମ୍ୟୁନିଷ୍ଟ ପରବର୍ତ୍ତୀ ସମାଜଗୁଡ଼ିକର ପୁନର୍ଗଠନରେ ସାହାଯ୍ୟ କରି ସମୃଦ୍ଧିର ଏକ ନୂଆଯୁଗର ମୂଳଦୁଆ ପକାଇଥତ୍ଲା। ଏହା କେତେ ଶୀଘ୍ର ହେବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ପର୍ଯ୍ୟାୟକ୍ରମେ ବ୍ୟବସ୍ଥିତ ଭାବେ କରାଯିବା ଦରକାର। ସଂସ୍ଥାଗୁଡ଼ିକ ଉଦାରୀକରଣକୁ ଗ୍ରହଣ କରିବା ଦରକାର, ସାମାଜିକ ସୁରକ୍ଷା ନେଟଓ୍ବର୍କ ମାର୍କେଟକୁ ସହଯୋଗ କରିବା ଆବଶ୍ୟକ। ଏହାବ୍ୟତୀତ ଆର୍ଥିକ ସୁଧାର ଏବଂ ରାଜନେୈତିକ ଏକୀକରଣକୁ ଗୁରୁତ୍ୱ ଦେବା ଉଚିତ। ଯେଉଁଠି ଏଭଳି ସମନ୍ବୟକୁ ଗ୍ରହଣ କରାଗଲା ସେଠାରେ ସ୍ଥିରତା ଆସିଲା। ଯେଉଁଠି ଏଗୁଡ଼ିକୁ ଅଣଦେଖା କରାଗଲା, ସେଠାରେ ସାମଜିକ ଦୁର୍ବଳତା ପ୍ରକାଶ ପାଇଲା। ଏହିସବୁ ଶିକ୍ଷା ସବୁସମୟ ପାଇଁ ଉପଯୋଗୀ। ବିକାଶ ତୁଳନାରେ ମିଲାଟାରି ଶକ୍ତିକୁ ଅଧତ୍କ ଗୁରୁତ୍ୱ ଦେଉଥତ୍ବା ନୀତିଗୁଡ଼ିକ ସଂଘର୍ଷକୁ ହ୍ରାସ କିମ୍ବା ଦୂର କରିପାରିବ ନାହିଁ। ବରଂ ସେସବୁ ନୀତି ସଂଘର୍ଷକୁ ପ୍ରୋତ୍ସାହିତ କରିବା ସହ ଜାରି ରଖତ୍ବ। ହାର୍ଡ ପାଓ୍ବାରର ଶେଷ ଅଭିବ୍ୟକ୍ତି ହେଉଛି ବିକାଶ, ଯାହା ସଙ୍କଟ ଦୂର କରିବା ପାଇଁ ଆମକୁ ବାଟ ଦେଖାଏ। ଆମେ ତାହାକୁ ଗ୍ରହଣ କରିବା ଦରକାର। ବିକାଶ ହେଉଛି ବୈଶ୍ୱିକ ସମୁଦାୟ ପାଇଁ ପ୍ରମୁଖ ପ୍ରତିରକ୍ଷା କବଚ। ଯେତେବେଳେ ସରକାର ମୌଳିକ ସେବା ଯୋଗାଇ ଦେବେ, ଯୁବକଙ୍କ ପାଇଁ ଆଥିର୍କ ସମ୍ଭାବନା ରହିବ ଏବଂ ସଂସ୍ଥାଗୁଡ଼ିକୁ ବୈଧ ବୋଲି ବିଚାର କରାଯିବ, ସେତେବେଳେ ହିଂସା ରହିବ ନାହିଁ।
ସୁରକ୍ଷାରେ ବିକାଶ ହୋଇ ନ ଥାଏ, ବରଂ ବିକାଶ ସୁରକ୍ଷାର ବଳୟ ସୃଷ୍ଟି କରେ। ଏବକାର ବିଶ୍ୱରେ ତତ୍କାଳ ବିପଦ ଉପରେ କେବଳ ଧ୍ୟାନ କେନ୍ଦ୍ରିତ କରାଯାଉଛି। କିନ୍ତୁ ଯଦି ସ୍ବଳ୍ପ ମିଆଦୀରେ ସଙ୍କଟ ଟାଳିବା ଲାଗି ସଂସ୍ଥାଗୁଡ଼ିକରେ ନିବେଶ, ସୁଯୋଗ ତଥା ଶାସନରେ ଥତ୍ବା ବାଧାକୁ ଦୂର କରାଯାଏ ,ତେବେ ଅସ୍ଥିରତା ଅପସରିଯିବ ଏବଂ ସ୍ଥିତି ବ୍ୟବସ୍ଥିତ ହୋଇଯିବ। ହାର୍ଡ ପାଓ୍ବାରର ସଙ୍କଟ ଦୂର କରିବାର କ୍ଷମତା ଅଛ ସତ ହେଲେ ଏବକାର ସ୍ଥିତିରେ ବିକାଶ ହିଁ ହାର୍ଡପାଓ୍ବାର କାମ କରିqବ। ଭୂରାଜନୈତିକ ବିତର୍କରେ ବିକାଶକୁ ସାମିଲ କରିବା ସହ ଏହାକୁ ଯଥାର୍ଥରେ ରଣନୀତିକ ଓ ବଜେଟ କୈନ୍ଦ୍ରିକ କରାଯିବା ଆବଶ୍ୟକ। ଏବକାର ଏକ ଅସ୍ଥିର ଓ ଅସୁରକ୍ଷିତ ପୃଥତ୍ବୀରେ ବିକାଶ ପାଇଁ ଆମେ ଆଗୁଆ ଅର୍ଥ ଦେଇପାରିବା କିମ୍ବା ପରେ ସୁଧ ସହ ତାହାକୁ ଦେବା ଜାରି ରଖତ୍ପାରିବା।
-ଆଡମିନିଷ୍ଟ୍ରେଟର, ୟୁନାଇଟେଡ ନେଶନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସହରୀକରଣରେ ବ୍ୟାପକ ଭାବେ ପୁରୁଣା ଆମ୍ବଗଛ କାଟି ଦିଆଯାଉଥତ୍ବାରୁ ବହୁ କିସମର ଦେଶୀ ଓ ସ୍ବାଦିଷ୍ଟ ଆମ୍ବ ସମୟକ୍ରମେ ଲୋପ ପାଇବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ ଯୋଗୁ…

ସମର୍ପିତ ସଙ୍ଗଠନ

ଭାରତରେ, ଏନ୍‍ଜିଓ କହିଲେ ବିଭିନ୍ନ ପ୍ରକାରର ବେସରକାରୀ ସଙ୍ଗଠନକୁ ବୁଝାଏ, ଯାହା ଅଣ-ସରକାରୀ, ସ୍ବେଚ୍ଛାସେବୀ କିମ୍ବା ଅଣ-ସ୍ବେଚ୍ଛାସେବୀ ଇତ୍ୟାଦି ହୋଇପାରେ। ଏହି ସଙ୍ଗଠନଗୁଡ଼ିକ ସରକାରୀ ନୁହେଁ ସତ…

କହିଦେଉଥାଏ ପରକୁ

ମୀରା ବେଉରା ଥରେ ଏକ ବିଦ୍ୟାଳୟରେ ସ୍ବଚ୍ଛତା ସମ୍ପର୍କରେ ଗୋଟିଏ ଆଲୋଚନାଚକ୍ରରେ ଅତିଥି ଭାବରେ ଯୋଗଦେବାକୁ ମୁଁ ନିମନ୍ତ୍ରିତ ହୋଇଥିଲି । ଛାତ୍ରୀଛାତ୍ର କିଭଳି ବାହ୍ୟ ପରିଷ୍କାର…

କ୍ଷମତା ନିୟନ୍ତ୍ରଣର ଯୁଗ

ଶିକ୍ଷାବିତ୍‌ଙ୍କ ବାସ୍ତବ ତଥ୍ୟ ଓ ରାଜନେତାଙ୍କ ବିଚାରର ଦ୍ୱନ୍ଦ୍ୱ ମଧ୍ୟରୁ କେଉଁଟିକୁ ପସନ୍ଦ କରିବ ବୋଲି ଭାରତ ଯେଭଳି ଜଟିଳତାର ସମ୍ମୁଖୀନ ହୋଇଛି ଚାଇନା ମଧ୍ୟ ସେହିଭଳି…

ଅସ୍ମିତାର ପ୍ରଥମ ପରିଚୟ

ପିଲାଟି ଯେତେବେଳେ ମାତୃଭାଷା ଛାଡି ଅନ୍ୟଭାଷାରେ ବିଶେଷ କରି ଇଂରାଜୀରେ ଦୁଇପଦ କହିଥାଏ ସେତେବେଳେ ତା’ମା’ବାପା ଖୁସିରେ ଫାଟି ପଡନ୍ତି। ଭାବନ୍ତି ପିଲାଟି କେତେ ଆଗେଇଲାଣି। ଆମ…

କୃଷି ବଜେଟର ଭିତିରି କଥା

ଆମ ଦେଶରେ କର୍ନାଟକ ସରକାର ପ୍ରଥମେ ୨୦୧୧-୧୨ରେ ସାଧାରଣ ବଜେଟ ସହିତ ସ୍ବତନ୍ତ୍ର କୃଷିବଜେଟ ପ୍ରସ୍ତୁତ କଲେ। ଓଡ଼ିଶା ୨୦୧୨-୧୩ ଆର୍ଥିକବର୍ଷଠାରୁ ସ୍ବତନ୍ତ୍ର କୃଷି ଓ ଆନୁଷଙ୍ଗିକ…

ମାତାପିତାଙ୍କୁ କାଉନ୍‌ସେଲିଂ

ପ୍ରତ୍ୟେକ ପିଲା ଅଦ୍ୱିତୀୟ। ଜଣଙ୍କୁ ଅନ୍ୟ ସହ ତୁଳନା କରିବା ଉଚିତ ନୁହେଁ। ଏବେ ଦେଖାଯାଉଛି ଅନେକ ମାତାପିତା, ଅଭିଭାବକ ଓ ଶିକ୍ଷୟିତ୍ରୀଶିକ୍ଷକ ପିଲାମାନଙ୍କୁ ମାର୍କ ମେଶିନ୍‌ରେ…

ଅସ୍ପୃଶ୍ୟତାର ଅନ୍ତ କେବେ

ସମାଜ ସମୟକ୍ରମେ ଆଧୁନିକତା ଆଡ଼କୁ ଗତିଶୀଳ ହେଉଛି। କିନ୍ତୁ ଦିନକୁ ଦିନ ଲୋକଙ୍କ ଚିନ୍ତନଶକ୍ତିରେ ଅବନତି ଘଟୁଛି। ବେଶଭୂଷା ପରିଧାନରେ ଆଧୁନିକତାର ଛାପ ଦେଲେ ସୁଦ୍ଧା ଆଚରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri