Posted inଜାତୀୟ

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ରିୟାଜ୍‌ ନିହତ

ଶ୍ରୀନଗର,୬।୫: ଜମ୍ମୁ-କଶ୍ମୀରର ଅଓ୍ବନ୍ତିପୋରାର ବେଗପୋରାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ରିୟାଜ୍‌ ନାଇକୁ ନିହତ ହୋଇଛନ୍ତି। ସେ ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ସଂଗଠନର କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ। ଦୀର୍ଘଦନ ଧରି ସୁରକ୍ଷାକର୍ମୀ ରିୟାଜ୍‌ଙ୍କୁ ଖୋଜୁଥିଲେ। ମଙ୍ଗଳବାରଠାରୁ ଏଠାରେ ଅପରେଶନ ଜାରି ରହିଥିବାବେଳେ ବୁଧବାର ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ରିୟାଜ୍‌ ବେଗପୋରାର ବାସିନ୍ଦା। ତାଙ୍କ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ସେ ଗାଁକୁ ଆସିଥିଲେ। ଇନପୁଟ୍‌ ଆଧାରରେ ସୁରକ୍ଷାକର୍ମୀ ସମଗ୍ର ଅଞ୍ଚଳରେ ଘେରାବନ୍ଦୀ କରି ଅପରେଶନ ଆରମ୍ଭ କରିଥିଲେ। ଜମ୍ମୁ-କଶ୍ମୀରର ହଣ୍ଡଓ୍ବାରାରେ ଗତ ରବିବାର ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇ ସେନା ଅଫିସରଙ୍କ ସମେତ ୫ ଯବାନ ଶହୀଦ ହୋଇଥିଲେ। ଏହାର ୩ ଦିନ ପରେ ସେନା ପ୍ରତିଶୋଧ ନେଇଛି। ପୁଲ୍‌ଓ୍ବାମା ଜିଲାରେ ବୁଧବାର ସୁରକ୍ଷା ବଳର ଏନ୍‌କାଉଣ୍ଟରରେ ହିଜ୍‌ବୁଲ ମୁଜାହିଦ୍ଦିନ ସଂଗଠନର ଶୀର୍ଷ କମାଣ୍ଡର ରିୟାଜ୍‌ ନାଇକୁ ନିହତ ହୋଇଛନ୍ତି। ଆଇନଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ଉପତ୍ୟକାରେ ମୋବାଇଲ ଟେଲିଫୋନ ସେବା ଓ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ଉପତ୍ୟକାରେ ହିଜ୍‌ବୁଲ ମୁଜାହିଦ୍ଦିନର ପୋଷ୍ଟର ବୟ ଭାବେ ପରିଚିତ ରିଆଜ ନାଇକୁ ଓରଫ ମହମ୍ମଦ ବିନ୍‌ କାସିମ୍‌ ୧୧ଟି ଆତଙ୍କବାଦୀ ମାମଲାରେ ମୋଷ୍ଟ ଓ୍ବାଣ୍ଟେଡ୍‌ ଥିଲେ। ତାଙ୍କୁ ଧରାଇଦେଲେ ୧୨ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ସେ ହିଜ୍‌ବୁଲ୍‌ରପୂର୍ବତନ ମୁଖ୍ୟ ବୁରହାନ ଓ୍ବାନିଙ୍କ ଘନିଷ୍ଠ ସହଯୋଗୀ ଥିଲେ। ୨୦୧୬ ଜୁଲାଇରେ ଏକ ଏନ୍‌କାଉଣ୍ଟରରେ ବୁରହାନ ନିହତ ହେବା ପରେ ରିୟାଜ ଆତଙ୍କବାଦୀ ସଂଗଠନର ନେତୃତ୍ୱ ନେଇଥିଲେ।
ବୁଧବାର ଦକ୍ଷିଣ କଶ୍ମୀରର ଦୁଇଟି ସ୍ଥାନରେ ଆତଙ୍କବାଦୀ ଓ ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଶରଶଲି ଗ୍ରାମରେ ଏନ୍‌କାଉଣ୍ଟର ବେଳେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ଅଓ୍ବନ୍ତିପୋରା ଅନ୍ତର୍ଗତ ବିଘ୍‌ପୋରାରେ ଗୁଳି ବିନିମୟ ବେଳେ ରିୟାଜ ଓ ଅନ୍ୟ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି।
୩୨ ବର୍ଷୀୟ ରିୟାଜ୍‌ ପୂର୍ବରୁ ୩ ଥର ପୋଲିସକୁ ଚକ୍‌ମା ଦେଖାଇ ଖସିପଳାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଏଥିପାଇଁ ସହାୟତା କରିଥିଲେ। ଏଥର ସୁରକ୍ଷା ବଳ ଖୁବ୍‌ ସତର୍କତାର ସହିତ ତଲାସି ଅଭିଯାନ ଆରମ୍ଭ କରି ରିୟାଜର ଗୁପ୍ତ ଆଡ୍ଡା ନିକଟରେ ମଙ୍ଗଳବାର ପହଞ୍ଚତ୍ଥିଲା। ହଠାତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ସୁରକ୍ଷା ବଳ ଉକ୍ତ ଅଞ୍ଚଳକୁ ଭଲ ଭାବେ ଚାରିପଟୁ ଘେରିଯାଇ ସବୁ ପ୍ରସ୍ଥାନ ପଥକୁ ସିଲ୍‌ କରିଥିଲା। ଅଭିଯାନରେ ସେନା ସହିତ ଜମ୍ମୁ-କଶ୍ମୀର ପୋଲିସର ସ୍ବତନ୍ତ୍ର ଅପରେଶନ୍‌ ଗ୍ରୁପ୍‌ ସାମିଲ ହୋଇଥିଲେ। ରିୟାଜ୍‌ ଓ ତାଙ୍କ ସହଯୋଗୀ ସୁରକ୍ଷା ବଳକୁ ଦେଖି ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର ହୋଇଥିଲା।
ଦକ୍ଷିଣ କଶ୍ମୀରରେ ଜନ୍ମିତ ରିୟାଜ ନାଇକୁ ପୁଲ୍‌ଓ୍ବାମାର ଏକ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୨୦୧୦ରୁ ୨୦୧୨ ସେ ଏକ ସ୍କୁଲ୍‌ରେ ଶିକ୍ଷକତା କରୁଥିଲେ। ଏହା ସହିତ ସେ ଇସ୍‌ଲାମ୍‌ ଧର୍ମ ଉପରେ ପ୍ରବଚନ ଦେଉଥିଲେ। ୨୦୧୨ରେ ନିଖୋଜ ହୋଇଯାଇଥିବା ରିୟାଜ ପରେ ହିଜ୍‌ବୁଲ୍‌ ମୁଜାହିଦ୍ଦିନ ସଂଗଠନରେ ସାମିଲ ହୋଇ ଜଣେ ଅଭିଜ୍ଞ କମାଣ୍ଡର ହୋଇଥିଲେ ଓ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପର ନେତୃତ୍ୱ ନେଇଥିଲେ। ଜ୍ଞାନକୌଶଳରେ ଦକ୍ଷ ରିୟାଜ ସହାୟକ ତଥା ପ୍ରେରକ ଭାବେ କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri