Posted inଜାତୀୟ

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ରିୟାଜ୍‌ ନିହତ

ଶ୍ରୀନଗର,୬।୫: ଜମ୍ମୁ-କଶ୍ମୀରର ଅଓ୍ବନ୍ତିପୋରାର ବେଗପୋରାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ରିୟାଜ୍‌ ନାଇକୁ ନିହତ ହୋଇଛନ୍ତି। ସେ ହିଜିବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ସଂଗଠନର କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ। ଦୀର୍ଘଦନ ଧରି ସୁରକ୍ଷାକର୍ମୀ ରିୟାଜ୍‌ଙ୍କୁ ଖୋଜୁଥିଲେ। ମଙ୍ଗଳବାରଠାରୁ ଏଠାରେ ଅପରେଶନ ଜାରି ରହିଥିବାବେଳେ ବୁଧବାର ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ରିୟାଜ୍‌ ବେଗପୋରାର ବାସିନ୍ଦା। ତାଙ୍କ ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ସେ ଗାଁକୁ ଆସିଥିଲେ। ଇନପୁଟ୍‌ ଆଧାରରେ ସୁରକ୍ଷାକର୍ମୀ ସମଗ୍ର ଅଞ୍ଚଳରେ ଘେରାବନ୍ଦୀ କରି ଅପରେଶନ ଆରମ୍ଭ କରିଥିଲେ। ଜମ୍ମୁ-କଶ୍ମୀରର ହଣ୍ଡଓ୍ବାରାରେ ଗତ ରବିବାର ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇ ସେନା ଅଫିସରଙ୍କ ସମେତ ୫ ଯବାନ ଶହୀଦ ହୋଇଥିଲେ। ଏହାର ୩ ଦିନ ପରେ ସେନା ପ୍ରତିଶୋଧ ନେଇଛି। ପୁଲ୍‌ଓ୍ବାମା ଜିଲାରେ ବୁଧବାର ସୁରକ୍ଷା ବଳର ଏନ୍‌କାଉଣ୍ଟରରେ ହିଜ୍‌ବୁଲ ମୁଜାହିଦ୍ଦିନ ସଂଗଠନର ଶୀର୍ଷ କମାଣ୍ଡର ରିୟାଜ୍‌ ନାଇକୁ ନିହତ ହୋଇଛନ୍ତି। ଆଇନଶୃଙ୍ଖଳା ସ୍ଥିତି ଉପୁଜିବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ଉପତ୍ୟକାରେ ମୋବାଇଲ ଟେଲିଫୋନ ସେବା ଓ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି। ଉପତ୍ୟକାରେ ହିଜ୍‌ବୁଲ ମୁଜାହିଦ୍ଦିନର ପୋଷ୍ଟର ବୟ ଭାବେ ପରିଚିତ ରିଆଜ ନାଇକୁ ଓରଫ ମହମ୍ମଦ ବିନ୍‌ କାସିମ୍‌ ୧୧ଟି ଆତଙ୍କବାଦୀ ମାମଲାରେ ମୋଷ୍ଟ ଓ୍ବାଣ୍ଟେଡ୍‌ ଥିଲେ। ତାଙ୍କୁ ଧରାଇଦେଲେ ୧୨ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ସେ ହିଜ୍‌ବୁଲ୍‌ରପୂର୍ବତନ ମୁଖ୍ୟ ବୁରହାନ ଓ୍ବାନିଙ୍କ ଘନିଷ୍ଠ ସହଯୋଗୀ ଥିଲେ। ୨୦୧୬ ଜୁଲାଇରେ ଏକ ଏନ୍‌କାଉଣ୍ଟରରେ ବୁରହାନ ନିହତ ହେବା ପରେ ରିୟାଜ ଆତଙ୍କବାଦୀ ସଂଗଠନର ନେତୃତ୍ୱ ନେଇଥିଲେ।
ବୁଧବାର ଦକ୍ଷିଣ କଶ୍ମୀରର ଦୁଇଟି ସ୍ଥାନରେ ଆତଙ୍କବାଦୀ ଓ ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଶରଶଲି ଗ୍ରାମରେ ଏନ୍‌କାଉଣ୍ଟର ବେଳେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସେହିପରି ଅଓ୍ବନ୍ତିପୋରା ଅନ୍ତର୍ଗତ ବିଘ୍‌ପୋରାରେ ଗୁଳି ବିନିମୟ ବେଳେ ରିୟାଜ ଓ ଅନ୍ୟ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି।
୩୨ ବର୍ଷୀୟ ରିୟାଜ୍‌ ପୂର୍ବରୁ ୩ ଥର ପୋଲିସକୁ ଚକ୍‌ମା ଦେଖାଇ ଖସିପଳାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଏଥିପାଇଁ ସହାୟତା କରିଥିଲେ। ଏଥର ସୁରକ୍ଷା ବଳ ଖୁବ୍‌ ସତର୍କତାର ସହିତ ତଲାସି ଅଭିଯାନ ଆରମ୍ଭ କରି ରିୟାଜର ଗୁପ୍ତ ଆଡ୍ଡା ନିକଟରେ ମଙ୍ଗଳବାର ପହଞ୍ଚତ୍ଥିଲା। ହଠାତ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ସୁରକ୍ଷା ବଳ ଉକ୍ତ ଅଞ୍ଚଳକୁ ଭଲ ଭାବେ ଚାରିପଟୁ ଘେରିଯାଇ ସବୁ ପ୍ରସ୍ଥାନ ପଥକୁ ସିଲ୍‌ କରିଥିଲା। ଅଭିଯାନରେ ସେନା ସହିତ ଜମ୍ମୁ-କଶ୍ମୀର ପୋଲିସର ସ୍ବତନ୍ତ୍ର ଅପରେଶନ୍‌ ଗ୍ରୁପ୍‌ ସାମିଲ ହୋଇଥିଲେ। ରିୟାଜ୍‌ ଓ ତାଙ୍କ ସହଯୋଗୀ ସୁରକ୍ଷା ବଳକୁ ଦେଖି ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର ହୋଇଥିଲା।
ଦକ୍ଷିଣ କଶ୍ମୀରରେ ଜନ୍ମିତ ରିୟାଜ ନାଇକୁ ପୁଲ୍‌ଓ୍ବାମାର ଏକ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ୨୦୧୦ରୁ ୨୦୧୨ ସେ ଏକ ସ୍କୁଲ୍‌ରେ ଶିକ୍ଷକତା କରୁଥିଲେ। ଏହା ସହିତ ସେ ଇସ୍‌ଲାମ୍‌ ଧର୍ମ ଉପରେ ପ୍ରବଚନ ଦେଉଥିଲେ। ୨୦୧୨ରେ ନିଖୋଜ ହୋଇଯାଇଥିବା ରିୟାଜ ପରେ ହିଜ୍‌ବୁଲ୍‌ ମୁଜାହିଦ୍ଦିନ ସଂଗଠନରେ ସାମିଲ ହୋଇ ଜଣେ ଅଭିଜ୍ଞ କମାଣ୍ଡର ହୋଇଥିଲେ ଓ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପର ନେତୃତ୍ୱ ନେଇଥିଲେ। ଜ୍ଞାନକୌଶଳରେ ଦକ୍ଷ ରିୟାଜ ସହାୟକ ତଥା ପ୍ରେରକ ଭାବେ କାର୍ଯ୍ୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri