ସୁବର୍ଣ୍ଣପୁର ଜିଲା ଚିଠି: ଧଳାସୁନା ମଣ୍ଡି

କୃଷିଭିତ୍ତିକ ସୁବର୍ଣ୍ଣପୁର ଜିଲାରେ ଚାଷୀ ସବୁବେଳେ ଅଭାବୀ ବିକ୍ରି ଓ ଦଲାଲଙ୍କ ଦ୍ୱାରା ଶୋଷିତ ହୋଇଆସୁଛି। ଧାନ ହେଉ ଅବା ପନିପରିବା କିମ୍ବା ଧଳାସୁନା କୁହାଯାଉଥିବା କପା ଫସଲ କରି ଚାଷୀ କ୍ଷତି ସହୁଛି। ଜିଲାରେ ଚଳିତ ବର୍ଷ ସାଢେ ୪ ହଜାର ହେକ୍ଟର ଜମିରେ କପାଚାଷ ହୋଇଥିଲା। ଅଣଜଳସେଚିତ ବୀରମହାରାଜପୁର, ଉଲୁଣ୍ଡା, ତରଭା ଓ ସୋନପୁର ବ୍ଲକରେ ଚାଷୀ କପା ଅମଳ କରି ବିକ୍ରି ଅପେକ୍ଷାରେ ଅଛନ୍ତି। ହେଲେ ଏ ପର୍ଯ୍ୟନ୍ତ ଜିଲାରେ କପା ମଣ୍ଡି ଖୋଲିନାହିଁ । ବିକ୍ରିବଟାର ସୁବିଧା ନ ଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଏଥିପାଇଁ ଚାଷୀମାନେ ଭାରତୀୟ କପା ନିଗମର ଅସହଯୋଗକୁ ଦାୟୀ କରିଛନ୍ତି। ଗତବର୍ଷ ବୀରମହାରାଜପୁର ନିୟନ୍ତ୍ରିତ ବଜାର କମିଟି ଅଧୀନରେ ବଡଖମାରଠାରେ ମଣ୍ଡି ଖୋଲିଥିଲା। ଉଭୟ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲାର କପାଚାଷୀ ଉପକୃତ ହୋଇଥିଲେ। ଚଳିତବର୍ଷ କପା ମଣ୍ଡି ଖୋଲିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା। ମଣ୍ଡି ଉଦ୍‌ଘାଟନ ମଧ୍ୟ ହେଲା। ମାତ୍ର ମିଲର୍ସ ନ ଆସିବାରୁ ଚାଷୀମାନେ ଚିନ୍ତାରେ ଅଛନ୍ତି। ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକର କଳାମାଟି କପାଚାଷ ପାଇଁ ସର୍ବୋତ୍କୃଷ୍ଟ। ଏଠାରେ ଉନ୍ନତ ଧରଣର ଅଧିକ କପା ଉତ୍ପାଦନ ହୋଇଥାଏ। ଅଞ୍ଚଳରେ ଶତାଧିକ ବୁଣାକାର ପରିବାର ଥିବାରୁ ରାଜ୍ୟ ସରକାର ୮୦ ଦଶକରେ ଏଠାରେ ସ୍ପିନିଂ ମିଲ ପ୍ରତିଷ୍ଠା କରିଥିଲେ। ଲକ୍ଷ୍ୟ ଥିଲା ଚାଷୀ କପା ବିକ୍ରି କରି ଉଚିତ ପ୍ରାପ୍ୟ ପାଇବେ। ଏହି ସ୍ପିନିଂ ମିଲ୍‌ କିନ୍ତୁ ବର୍ତ୍ତମାନ ସ୍ଥାନୀୟ କପା ଚାଷୀଙ୍କ ସ୍ବାର୍ଥରେ ଆସୁନାହିଁ। ଏହା ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି। ମିଲ ଏଠାରୁ କପା କ୍ରୟ ନ କରି ବାହାରୁ କମ୍‌ ମୂଲ୍ୟରେ କପା କିଣୁଛି। ସ୍ପିନିଂ ମିଲକୁ ବେସରକାରୀ ହାତକୁ ଟେକିଦେବା ପରେ ପ୍ରଶାସନ ଏହା ଉପରେ ନିଜର ନିୟନ୍ତ୍ରଣ ହରାଇଛି। ମିଲ କର୍ତ୍ତୃପକ୍ଷ ମନମାନି କରୁଛନ୍ତି। ଜିଲାରେ ଅର୍ଥକରୀ ଫସଲ କପା ଚାଷ ଦିନକୁ ଦିନ ବୃଦ୍ଧି ପାଉଛି। କୋଟି କୋଟି ଟଙ୍କାର କପା ଉତ୍ପାଦନ ହେଉଛି। କିନ୍ତୁ ବିକ୍ରି ସୁବିଧା ନ ହେବାରୁ ଚାଷୀ କ୍ଷତି ସହୁଛି। କପା ମଣ୍ଡି ଖୋଲିବାକୁ ଜିଲାପାଳ ନିର୍ଦ୍ଦେଶକ କୃଷି ବିପଣନଙ୍କୁ ଚିଠି ଲେଖିଥିଲେ। କୃଷି ବିଭାଗ ଭାରତୀୟ କପା ନିଗମକୁ ଚିଠି ଲେଖି ତା’ର ଦାୟିତ୍ୱ ସାରିଛି। ଏହି ପରିସ୍ଥିତିରେ ପରିଶ୍ରମ କରି ଅମଳ କରିଥିବା ଧଳାସୁନାକୁ ଚାଷୀ କାହାକୁ ବିକ୍ରି କରିବ ବୁଦ୍ଧି ପାଉନି।

– ମୃତ୍ୟୁଞ୍ଜୟ ଶତପଥୀ


Enter your email to get our daily news in your inbox.

All Right Reserved By Dharitri.Com

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri