Categories: ଜାତୀୟ

ସୁପ୍ରିମକୋର୍ଟ ରାୟ ପୂର୍ବରୁ ଭୂଜବଳ କହିଲେ ମହାରାଷ୍ଟ୍ରରେ ହେବ ଶିବସେନା, ଏନ୍‌ସିପି, କଂଗ୍ରେସ ସରକାର

ମୁମ୍ବାଇ,୨୪।୧୧:ମହାରାଷ୍ଟ୍ର ରାଜନୀତି ଉପରେ ଏବେ ସମସ୍ତଙ୍କ ନଜର। ଏହାକୁ ନେଇ ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନର ଶୁଣାଣି ରବିବାର ହେବା ପୂର୍ବରୁ ଭିନ୍ନ ଭିନ୍ନ ଦଳ ଭିନ୍ନ ମତ ଦେଉଛନ୍ତି। ରବିବାର ଏନ୍‌ସିପି ନେତା ଛଗନ ଭୂଜବଳ କହିଛନ୍ତି ଏନ୍‌ସିପିର ୪୯-୫୦ ବିଧାୟକ ଦଳରେ ଅଛନ୍ତି। ଆଉ ଜଣେ ଦୁଇଜଣ ଆସିପାରନ୍ତି। ଆଉ ଏହାପରେ ଶିବସେନା, ଏନ୍‌ସିପି ଓ କଂଗ୍ରେସ ମହାରାଷ୍ଟ୍ରରେ ଶହେ ପ୍ରତିଶତ ସରକାର ଗଢିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Share