Categories: ଜାତୀୟ

ସୁପ୍ରିମକୋର୍ଟ ରାୟ ନ ଆସିବା ପର୍ଯ୍ୟନ୍ତ ହୋଇ ନ ପାରେ ଆସ୍ଥା ଭୋଟ: ସିଦ୍ଧରମେୟା

ବେଙ୍ଗାଲୁରୁ,୨୨।୭: କର୍ନାଟକର ରାଜନୈତିକ ସଙ୍କଟ ବେଳକୁ ବେଳ ନୂଆ ମୋଡ ନେଉଛି। ବାଚସ୍ପତି କେ ଆର୍‌ ରମେଶ କୁମାର କୁମାରସ୍ବାମୀ ସରକାରଙ୍କୁ ଶୀଘ୍ର ଆସ୍ଥା ଭୋଟ କରିବାକୁ କହୁଥିବା ବେଳେ ଅନ୍ୟପଟେ ନିର୍ଦ୍ଦଳୀୟ ବିଧାୟକଙ୍କ ଦ୍ୱାରା କରାଯାଇଥିବା ଆବେଦନର ଶୁଣାଣି ଏତେ ଶୀଘ୍ର କରିପାରିବେ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏହାପରେ କଂଗ୍ରେସ ନେତା ସିଦ୍ଧରମେୟା କହିଛନ୍ତି ବାଚସ୍ପତି ଆମକୁ ଯେଉଁ ଆସ୍ଥା ଭୋଟ କଥା କହିଥିଲେ ତାହା ଆମେ ବିଧାନସଭାରେ ଉପସ୍ଥାପନ କରିବୁ ବୋଲି ପ୍ରସ୍ତୁତ ଅଛୁ। ହେଲେ ମାମଲା ସୁପ୍ରିମକୋର୍ଟରେ ଥିବାରୁ କୋର୍ଟ ଯେପର୍ଯ୍ୟନ୍ତ ଏହାର ଶୁଣାଣି କରି ନାହାଁନ୍ତି ସେପର୍ଯ୍ୟନ୍ତ ଆସ୍ଥା ଭୋଟ ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ଆହୁରି ମଧ୍ୟ ମଙ୍ଗଳବାର ସୁଦ୍ଧା କୋର୍ଟ ଏହାର ଶୁଣାଣି କରିପାରନ୍ତି ବୋଲି ସିଦ୍ଧରମେୟା ଆଶା ରଖିଥିବା ପ୍ରକାଶ କରିଛନ୍ତି।

Share