Categories: ଜାତୀୟ

ସୁପ୍ରିମକୋର୍ଟ ପହଞ୍ଚିଲା ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ମାମଲା: ମଙ୍ଗଳବାର ହେବ ଶୁଣାଣି

ନୂଆଦିଲ୍ଲୀ,୧୭।୬: ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରଙ୍କ ଉପରକୁ ହୋଇଥିବା ଆକ୍ରମଣକୁ ନେଇ ଆରମ୍ଭ ହୋଇଛି ଆନ୍ଦୋଳନ। ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଏବେ ତୀବ୍ର ରୂପ ନେଲାଣି। ଏହାକୁ ନେଇ ସାରା ଦେଶରେ ଡାକ୍ତରମାନେ କାର୍ଯ୍ୟବନ୍ଦ ଡାକରା ଦେବାରୁ ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ହେଲେ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସୁପ୍ରିମକୋର୍ଟରେ ଯେଉଁ ଜନହିତକର ମାମଲା ଦାୟର କରାଯାଇଥିଲା ଏବେ ତାହାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ରାଜି ହୋଇ ଯାଇଛନ୍ତି। ଆସନ୍ତା ମଙ୍ଗଳବାର କୋର୍ଟ ଏହାର ଶୁଣାଣି କରିବେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ମଙ୍ଗଳବାର ପଶ୍ଚିମବଙ୍ଗରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ ଆରମ୍ଭ ହେବା ପରେ ଶୁକ୍ରବାର ଏହି ମାମଲା କୋର୍ଟରେ ଦାୟର କରାଯାଇଥିଲ। ଦେଶର ସମସ୍ତ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇ ଦେବା କଥା ଏଥିରେ ଉଲ୍ଲେଖ କରାଯାଇଥିଲା।

Share