Posted inଜାତୀୟ

ସୁପ୍ରିମକୋର୍ଟରେ ଓଡ଼ିଶା ପାଇଁ ନିର୍ଣ୍ଣାୟକ ହେବ ୨୦୨୦

ନୂଆଦିଲ୍ଲୀ,୨ା୧: ସୁପ୍ରିମକୋର୍ଟରେ ଓଡ଼ିଶା ପାଇଁ ନୂଆବର୍ଷ ୨୦୨୦ ନିର୍ଣ୍ଣାୟକ ହେବ। ଏହି ବର୍ଷ ପୋଲାଭରମ ଡ୍ୟାମ୍‌ ପ୍ରକଳ୍ପ, ଜଗନ୍ନାଥ ମନ୍ଦିର ମାମଲା, ବଂଶଧାରା ଜଳ ବିବାଦ ଆଦି ଭଳି ଓଡ଼ିଶା ସହ ସମ୍ପର୍କିତ ମାମଲାଗୁଡ଼ିକର ରାୟ ଶୁଣାଇବେ ସର୍ବୋଚ୍ଚ ଅଦାଲତ। ମହାନଦୀ ଓ ବଂଶଧାରା ଜଳ ବିବାଦ ମାମଲା ଯଥାକ୍ରମେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଓ ସୁପ୍ରିମକୋର୍ଟରେ ଦୀର୍ଘ ବର୍ଷ ଧରି ବିଚାରାଧୀନ ରହିଛି। ୨୦୨୦ରେ ଜଳ ବିବାଦ ମାମଲାଗୁଡ଼ିକର ଫଇସଲା ହୋଇପାରେ।
ମହାନଦୀ ଜଳ ବିବାଦ: ମହାନଦୀକୁ ନେଇ ପଡ଼ୋଶୀ ଛତିଶଗଡ଼ ସହ ଓଡ଼ିଶାର ବିବାଦ ଲାଗିରହିଛି। ଏ ସମ୍ପର୍କିତ ମାମଲାର ଶୁଣାଣି ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ କରିବେ। ମହାନଦୀ ଜଳ ଉପରେ ଛତିଶଗଡ଼ର ଦାବିକୁ ଓଡ଼ିଶା ସରକାର ଚ୍ୟାଲେଞ୍ଜ କରିଛନ୍ତି। ଏହାସହ ମହାନଦୀରୁ ଓଡ଼ିଶାକୁ ଯେତିକି ଜଳ ପ୍ରବାହିତ ହେବା କଥା ତାହା ଛତିଶଗଡ଼ ଛାଡ଼ୁ ବୋଲି ରାଜ୍ୟ ସରକାର ଦାବି କରିଛନ୍ତି। ସେହିପରି ମହାନଦୀ ଉପରେ ଛତିଶଗଡ଼ର ବ୍ୟାରେଜ ନିର୍ମାଣ ନିଷ୍ପତ୍ତିକୁ ମଧ୍ୟ ଓଡ଼ିଶା ଚ୍ୟାଲେଞ୍ଜ କରିଛି। ତେବେ ମହାନଦୀ ଜଳକୁ ଦୁଇରାଜ୍ୟ ମଧ୍ୟରେ ସମାନ ଦୁଇଭାଗ କରିବା ପାଇଁ ଟ୍ରିବ୍ୟୁନାଲରେ ଛତିଶଗଡ଼ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।
ବଂଶଧାରା ଜଳ ବିବାଦ: ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ରାୟକୁ ଚ୍ୟାଲେଞ୍ଜ କରି ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇଟି ପିଟିଶନ ଦାଏର କରାଯାଇଛି। ଏହାସହ ନେରାଡି ବ୍ୟାରେଜରେ ଯୁଗ୍ମ ସର୍ଭେ ପାଇଁ ଟ୍ରିବ୍ୟୁନାଲ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଦେଶକୁ ମଧ୍ୟ ଏଥିରେ ବିରୋଧ କରାଯାଇଛି। ବଂଶଧାରା ନଦୀ ଉପରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ବ୍ୟାରେଜ ନିର୍ମାଣ କାର୍ଯ୍ୟକୁ ଓଡ଼ିଶା ଚ୍ୟାଲେଞ୍ଜ କରିଛି। ସର୍ବୋଚ୍ଚ ଅଦାଲତ ଏହାର ଶୁଣାଣି ଜାନୁୟାରୀରେ କରିବେ ଏବଂ ୨୦୨୦ ମଧ୍ୟରେ ହିଁ ରାୟ ପ୍ରକାଶ କରିପାରନ୍ତି।
ପୋଲାଭରମ ମାମଲା: ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ମଧ୍ୟରୁ ପୋଲାଭରମ ମାମଲା ଅନ୍ୟତମ। ବିବାଦୀୟ ପୋଲାଭରମ ପ୍ରକଳ୍ପକୁ ନେଇ ୨୦୧୯ରେ କୌଣସି ରାୟ ଆସିପାରି ନାହିଁ। ସୂତ୍ରରୁ ମିଳିଥିବା ସୂଚନାନୁସାରେ ସର୍ବୋଚ୍ଚ ଅଦାଲତ ଜାନୁୟାରୀ ମାସରେ ଏହାର ଶୁଣାଣି କରିପାରନ୍ତି। ୨୦୧୯ର ପ୍ରଥମ କେତେ ମାସରେ ଏହି ପ୍ରସଙ୍ଗରେ ଶୁଣାଣି କରିବା ପରେ ପରବର୍ତ୍ତୀ ସମୟରେ ବିଚାରକୁ ଆଗକୁ ବଢ଼ାଇ ନ ଥିଲେ ସୁପ୍ରିମକୋର୍ଟ। ପୋଲାଭରମ ନଦୀବନ୍ଧ ଯୋଜନା ଉପରେ କଟକଣା ଜାରି କରିବା ପାଇଁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରିଛନ୍ତି। ଆନ୍ଧ୍ର ପକ୍ଷରୁ ନିର୍ମାଣ କରାଯାଉଥିବା ଏହି ଡ୍ୟାମ୍‌ ଯୋଗୁ ଓଡ଼ିଶାର ଅନେକ ଅଞ୍ଚଳ ଜଳମଗ୍ନ ହେବ ଏବଂ ଏଥିରେ ବହୁ ଲୋକ ବିଶେଷକରି ଆଦିବାସୀମାନେ ପ୍ରଭାବିତ ହେବେ ବୋଲି ଆବେଦନରେ କୁହାଯାଇଛି।
ଜଗନ୍ନାଥ ମନ୍ଦିର ମାମଲା: ପୁରୀ ଶ୍ରୀମନ୍ଦିରକୁ ନେଇ ୨୦୧୯ ନଭେମ୍ବରରେ ସୁପ୍ରିମକୋର୍ଟ ଏକ ଅନ୍ତରୀଣ ରାୟ ପ୍ରକାଶ କରିଥିଲେ। ସର୍ବୋଚ୍ଚ ଅଦାଲତ ବିଶେଷକରି ଶ୍ରୀମନ୍ଦିରର ସଂସ୍କାର ଉପରେ ଗୁରୁତ୍ୱାରୋପ କରିଥିଲେ। ଏହାସହ ମନ୍ଦିର ପରିଚାଳନା କମଟି ପାଇଁ ସ୍ଥାୟୀ ପ୍ରଶାସକ ନିଯୁକ୍ତି କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସୁରୁଖୁରୁରେ ଭକ୍ତଙ୍କ ଦର୍ଶନ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ମନ୍ଦିର ପ୍ରଶାସନ ଓ ସରକାରଙ୍କ ପାଇଁ ନିର୍ଦ୍ଦେଶ ରହିଥିଲା। ସୁପ୍ରିମକୋର୍ଟ ଜାନୁୟାରୀ ୮ରେ ମନ୍ଦିରର ନୀତିକାନ୍ତି ପାଇଁ ସୁପାରିସଗୁଡ଼ିକର କାର୍ଯ୍ୟକାରିତା ଉପରେ ଶୁଣାଣି କରିବେ।
ଆଇନଜୀବୀଙ୍କ ବିକ୍ଷୋଭ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ଦାବିରେ ପଶ୍ଚିମାଞ୍ଚଳର ଆଇନଜୀବୀଙ୍କ ଆନ୍ଦୋଳନ ଅବ୍ୟାହତ ରହିଛି। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ଏଥିଲାଗି ଶୀର୍ଷ ଅଦାଲତ ଆଇନଜୀବୀମାନଙ୍କୁ ନିଜ କାର୍ଯ୍ୟରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଓକିଲମାନେ କାର୍ଯ୍ୟରେ ଯୋଗ ନ ଦେବା ଯାଏ ସ୍ବତନ୍ତ୍ର ବେଞ୍ଚ୍‌ ସ୍ଥାପନ ନେଇ ଆବେଦନର ଶୁଣାଣି ହେବନାହିଁ ବୋଲି ଅଦାଲତ କହିଥିଲେ। ସେହିପରି ଦେଶର ହାଇକୋର୍ଟଗୁଡ଼ିକରେ ଖାଲିଥିବା ବିଚାରପତି ପଦବୀ ସମ୍ପର୍କିତ ମାମଲାର ମଧ୍ୟ ଶୁଣାଣି ସୁପ୍ରିମକୋର୍ଟ କରିବେ। ଜାନୁୟାରୀ ୧୦ରେ ଏହାର ବିଚାର କରାଯିବ।
ସୂଚନା କମିଶନର ନିଯୁକ୍ତି: ଓଡ଼ିଶା ସୂଚନା କମିଶନରଙ୍କ କାର୍ଯ୍ୟାଳୟରେ ଖାଲିଥିବା ପଦବୀଗୁଡ଼ିକୁ ୩ ମାସ ମଧ୍ୟରେ ପୂରଣ କରିବା ପାଇଁ ଗତ ଡିସେମ୍ବରରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନୂଆବର୍ଷରେ ଏହି ପ୍ରସଙ୍ଗରେ ମଧ୍ୟ ଶୁଣାଣି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri