ସୁପର ସ୍ପେଶିଆଲିଟି ହସ୍‌ପିଟାଲ ଦାବି ଜୋର ଧରିଲା: ସାମିଲ ହେଲେ ୭୦ ପଞ୍ଚାୟତ ଜନପ୍ରତିନିଧି

ରାହାମା,୧୭ା୧୨(ଡି.ଏନ.ଏ.): କୁଜଙ୍ଗ ବ୍ଲକ ଅଧୀନ ରାହାମାଠାରେ ଏକ ସୁପର ସ୍ପେଶିଆଲିଟି କିମ୍ବା ସବ୍‌ଡିଭିଜନାଲ ହସ୍ପିଟାଲ ପ୍ରତିଷ୍ଠା ନେଇ ଦାବି ଜୋର ଧରିଛି। ଏନେଇ ରାହାମାସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ପ୍ରତାପ ଚନ୍ଦ୍ର ସ୍ମାରକୀ ସ୍ବାସ୍ଥ୍ୟସେବା କମିଟି ପକ୍ଷରୁ ଏକ ବୈଠକ କରାଯାଇ ଏହି ଦାବି ଉପରେ ଆଲୋଚନା କରାଯାଇଛି। ରାଜ୍ୟ ଏବଂ କେନ୍ଦ୍ର ସରକାର ହସ୍ପିଟାଲ ପ୍ରତିଷ୍ଠା କରିବାରେ ବିଳମ୍ବ କରୁଥିବାରୁ ଆଗାମୀ ଦିନରେ ଗଣଆନ୍ଦୋଳନ ସହିତ ରେଳରୋକୋ ଓ କଟକ-ପାରାଦୀପ ରାଜ୍ୟପଥ ଅବରୋଧ ଓ ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ବନ୍ଦ କରାଯିବ ବୋଲି ସ୍ବାସ୍ଥ୍ୟସେବା କମିଟି ସମ୍ପାଦକ ତଥା କ୍ରିୟାନୁଷ୍ଠାନ କମିଟି ମୁଖ୍ୟ ସଂଯୋଜକ ପ୍ରତାପ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି। ତିର୍ତୋଲର ବରିଷ୍ଠ ସାମାଜିକ କର୍ମୀ ନିତ୍ୟାନନ୍ଦ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୁଜଙ୍ଗ, ତିର୍ତୋଲ, ଏରସମା, କେନ୍ଦ୍ରାପଡ଼ା ଜିଲାର ଗରଦପୁର, ମହାକାଳପଡ଼ା ବ୍ଲକ ଆଦି ୭୦ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟାସଭ୍ୟ, ଜିଲା ପରିଷଦ ସଭ୍ୟ, ବରିଷ୍ଠ ନାଗରିକ ମଞ୍ଚ, ଛାତ୍ର ପ୍ରତିନିଧି, କ୍ରିୟାନୁଷ୍ଠାନ କମିଟିର ସମସ୍ତ ଆବାହକ ଯୋଗଦେଇ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ୧୯୯୪ରୁ ସ୍ବାସ୍ଥ୍ୟସେବା କମିଟି ମାଧ୍ୟମରେ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯାଉଥିଲେ ମଧ୍ୟ ସରକାର ଏହା ଉପରେ କୌଣସି ପଦକ୍ଷେପ ନେଉ ନ ଥିବା କମିଟି ଅଭିଯୋଗ କରିଛି। ବୈଠକରେ ଆବାହକ କମିଟି ସଭ୍ୟ ଅଜୟ ସାହୁ, ରାଜ୍ୟ ମହିଳା ସଂଗଠନ ସମ୍ପାଦିକା ସବିତା ମହାପାତ୍ର, କାଠକୋଟ ସରପଞ୍ଚ ମିହିର ପଟ୍ଟନାୟକ, ତାଳପଡା ସରପଞ୍ଚ ମମତା ସାହୁ, ଗୋରଡ ସରପଞ୍ଚ ସ୍ବର୍ଣ୍ଣଲତା ବିଶ୍ୱାଳ, ବଣିତୋ ସରପଞ୍ଚ ସଞ୍ଜୟ ଷଡ଼ଙ୍ଗୀ, ମହାକାଳପଡା ବ୍ଲକର ଗଙ୍ଗାଧର ପରିଡା, ଗାରେଇ ସରପଞ୍ଚ ସଂଗ୍ରାମ ମନ୍ତ୍ରୀ, ବାଲିକଣି ସରପଞ୍ଚ ଜ୍ଞାନରଞ୍ଜନ ଚୌଧୁରୀ, ଅଭୟ ବାରିକ, ଚିନ୍ମୟ ଦାସ, ଶରତ ମହାନ୍ତି, ନାରୀନେତ୍ରୀ ମନୋରମା ମହାପାତ୍ର, ପାର୍ବତୀ ଭୂୟାଁ ଓ ସରସ୍ବତୀ ଦାସ ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri