Posted inଖେଳ

ସୁପର ଓଭର ନିୟମରେ ପରିବର୍ତ୍ତନ କଲା ଆଇସିସି

ଦୁବାଇ,୧୫ା୧୦ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶେଷରେ ଏହାର ସମସ୍ତ ପ୍ରମୁଖ ଇଭେଣ୍ଟଗୁଡ଼ିକ ଲାଗି ସୁପର ଓଭର ନିୟମରେ ପରିବର୍ତ୍ତନ କରିଛି। ଏଣିକି ସେମିଫାଇନାଲ କିମ୍ବା ଫାଇନାଲ ମ୍ୟାଚରେ ଟାଇ ଭାବେ ହେଲେ ସୁପର ଓଭରରେ ଯଦି ଫଇସଲା ନ ହୁଏ ତେବେ ଫଳାଫଳ ବାହାରିବା ପର୍ଯ୍ୟନ୍ତ ସୁପର ଓଭର ଜାରି ରହିବ। ସୂଚନାଯୋଗ୍ୟ, ଗତ ଜୁଲାଇରେ ବିଶ୍ୱକପ୍‌ ଫାଇନାଲ ଟାଇ ହେବା ପରେ ସୁପର ଓଭର ପଦ୍ଧତିର ସହାୟତା ନିଆଯାଇଥିଲା। ମାତ୍ର ତାହା ଟାଇ ଭାବେ ଶେଷ ହେବାରୁ ମ୍ୟାଚରେ ଅଧିକ ବାଉଣ୍ଡ୍ରି ମାରିଥିବା ଦଳ ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା। ଏହାକୁ ଅନେକେ ସହଜେ ଗ୍ରହଣ କରି ନ ଥିଲେ। ସେତେବେଳେ ଏହା ବିଶ୍ୱ କ୍ରିକେଟ ମହଲର ଚର୍ଚ୍ଚାର ବିଷୟ ପାଲଟିଥିଲା। ସୋମବାର ଆଇସିସି ବୋର୍ଡ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଟୁର୍ନାମେଣ୍ଟର ଗ୍ରୁପ୍‌ ପର୍ଯ୍ୟାୟରେ ଯଦି ସୁପର ଓଭର ଟାଇ ରୁହେ ତେବେ ମ୍ୟାଚ ଟାଇ ବୋଲି ଘୋଷଣା କରାଯିବ, କିନ୍ତୁ ସେମିଫାଇନାଲ ଏବଂ ଫାଇନାଲ ପାଇଁ ସୁପର ଓଭର ନିୟମର ମୌଳିକତାକୁ ବଜାୟ ରଖି ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏଣିକି ଗୋଟିଏ ଦଳ ଅନ୍ୟ ଦଳଠାରୁ ଅଧିକ ରନ ସଂଗ୍ରହ ନ କରିବା ପର୍ଯ୍ୟନ୍ତ ସୁପର ଓଭର ଚାଲୁ ରହିବ। ବୋର୍ଡ ବୈଠକରେ ଆହୁରି ମଧ୍ୟ ୨୦୨୩ରୁ ୮ବର୍ଷିଆ ଯୋଜନା ଆରମ୍ଭ କରିବା ଲାଗି ସ୍ଥିର କରାଯାଇଛି। ଏହି ସମୟ ମଧ୍ୟରେ ୮ ପୁରୁଷ, ୮ମହିଳା ଇଭେଣ୍ଟ, ୪ଟି ୧୯ବର୍ଷରୁ କମ୍‌ ମହିଳା ଏବଂ ୪ଟି ୧୯ବର୍ଷରୁ କମ୍‌ ପୁରୁଷ ଇଭେଣ୍ଟ ଅନୁଷ୍ଠିତ ହେବ ବୋଲି ଆଇସିସି ଚେୟାରମ୍ୟାନ ଶଶାଙ୍କ ମନୋହର ସୂଚନା ଦେଇଛନ୍ତି। ଆଇସିସି ସୋମବାର ଆହୁରି ମଧ୍ୟ ଜିମ୍ବାଓ୍ବେ ଏବଂ ନେପାଳ ଉପରୁ ସସ୍‌ପେଣ୍ଡ ଆଦେଶକୁ ପ୍ରତ୍ୟାହାର କରି ନେଇଛି। ସୂଚନାଯୋଗ୍ୟ, ଏହି ଦୁଇ ଦେଶର କ୍ରିକେଟ ବୋର୍ଡର କାର୍ଯ୍ୟଧାରାରେ ସ୍ଥାନୀୟ ସରକାର ହସ୍ତକ୍ଷେପ କରିଥିବା ଅଭିଯୋଗ ହୋଇଥିଲା। ଫଳରେ ଆଇସିସି ସଦସ୍ୟ ପଦବୀରୁ ଉଭୟ ନେପାଳ ଓ ଜିମ୍ବାଓ୍ବେକୁ ସସ୍‌ପେଣ୍ଡ କରିଥିଲା। ପୁନଃ ସଦସ୍ୟତା ଫେରି ପାଇବାରୁ ଜିମ୍ବାଓ୍ବେ ଜାନୁୟାରୀରେ ୧୯ବର୍ଷରୁ କମ୍‌ ବିଶ୍ୱକପ୍‌ ଏବଂ ପରେ ୨୦୨୦ରେ ଆଇସିସି ସୁପର ଲିଗ୍‌ରେ ଭାଗ ନେଇ ପାରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲା ଭାରତ: ବିଶ୍ୱର ପ୍ରଥମ ଦଳ ଭାବେ କଲା ଏମିତି କାରନାମା

ଅହମ୍ମଦାବାଦ,୧୯।୨: ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଅହମ୍ମଦାବାଦରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି ଭାରତ। ଟିମ ଇଣ୍ଡିଆ…

୧୫ ବର୍ଷ କ୍ୟାରିଅରର ଅନ୍ତ, 30 ବର୍ଷ ବୟସରେ ଅବସର ଘୋଷଣା କଲେ ଏହି ଖୋଳାଳି

ନୂଆଦିଲ୍ଲୀ,୧୯ା୨: ନ୍ୟୁଜିଲାଣ୍ଡ ମହିଳା କ୍ରିକେଟରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଜଣେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଲରେନ୍ ଡାଉନ୍ କ୍ରିକେଟରୁ…

ଲଜ୍ଜାଜନକ ରେକର୍ଡ କଲେ ଅଭିଷେକ ଶର୍ମା: ପ୍ରଥମ ଭାରତୀୟ ଭାବେ…

ନୂଆଦିଲ୍ଲୀ,୧୯/୨: ଅଭିଷେକ ଶର୍ମା ଏକ ଲଜ୍ଜାଜନକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ ବିଶ୍ୱକପ ଇତିହାସରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ତାଙ୍କର ପ୍ରଥମ ତିନୋଟି ଇନିଂସରେ…

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri