Posted inଖେଳ

ସୁପର ଓଭରରେ ରୋହିତଙ୍କ ସୁପର ଶୋ: ନ୍ୟୁଜିଲାଣ୍ଡରେ ଭାରତର ପ୍ରଥମ ଟି୨୦ ସିରିଜ ବିଜୟ

ହାମିଲଟନ, ୨୯।୧(ପି.ଟି.): ହିଟ୍‌ମ୍ୟାନ ରୋହିତ ଶର୍ମାଙ୍କ ସୁପର ଶୋ ବଳରେ ଭାରତ ଏହାର ସର୍ବପ୍ରଥମ ଟି୨୦ ସୁପର ଓଭର ମ୍ୟାଚରେ ଚମକପ୍ରଦ ବିଜୟ ହାସଲ କରିଛି। ବିଭିନ୍ନ ସମୟରେ ମୋଡ଼ ବଦଳାଇଥିବା ମ୍ୟାଚ ଟାଇରେ ଶେଷ ହେବା ଏବଂ ସୁପର ଓଭରରେ ମୀମାଂସା ହେବା ଥିଲା ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ସମ୍ପୂର୍ଣ୍ଣ ଅଭୁଲା। ହାମିଲଟନର ଶେଡନ ପାର୍କ ଏହି ସଂଘର୍ଷପୂର୍ଣ୍ଣ ଏବଂ ରୋମାଞ୍ଚକ ମ୍ୟାଚର ମୁକସାକ୍ଷୀ ରହିଥିବାବେଳେ ବୁଧବାର ତୃତୀୟ ଟି୨୦ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ହରାଇ ସିରିଜ ଜିତିଛି ଟିମ୍‌ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ରୋହିତଙ୍କ ଅର୍ଦ୍ଧଶତକ ସହାୟତାରେ ୨୦ ଓଭରରେ ୫ ଉଇକେଟ ହରାଇ ୧୭୯ ରନ କରିଥିଲା। ୪୦ ବଲ୍‌ରୁ ୬ ଚୌକା ଓ ୩ ଛକା ସହାୟତାରେ ୬୫ ରନ କରି ଭାରତୀୟ ଇନିଂସର ଟପ୍‌ ସ୍କୋରର ରହିଥିଲେ ରୋହିତ। ଜବାବରେ ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ଲଢ଼ୁଆ ଇନିଂସ ବଳରେ ନ୍ୟୁଜିଲାଣ୍ଡ ମ୍ୟାଚକୁ ଏକଦା ନିଜ ନିୟନ୍ତ୍ରଣକୁ ଆଣିଥିଲେ ହେଁ ଶେଷ ଓଭରରେ ମହମ୍ମଦ ସାମିଙ୍କ ଚତୁର ବୋଲିଂ ଯୋଗୁ ୯ ରନ କରି ପାରି ନ ଥିଲା। ୮ ରନ ସଂଗୃହୀତ ହେବାରୁ ମ୍ୟାଚକୁ ଟାଇରେ ଶେଷ କରିବାକୁ ବାଧ୍ୟ ହୋଇଥିଲା ନ୍ୟୁଜିଲାଣ୍ଡ। ଏହାପରେ ଆସିଥିଲା ରୋମାଞ୍ଚକ ସୁପରଓଭର। ଯଶପ୍ରୀତ୍‌ ବୁମ୍‌ରାଙ୍କ ଓଭରରେ ୧୭ ରନ ସଂଗ୍ରହ କରି କଡ଼ା ଚ୍ୟାଲେଞ୍ଜ ଦେଇଥିଲା ନ୍ୟୁଜିଲାଣ୍ଡ। ଜବାବରେ ଭାରତ ଟିମ୍‌ ସୌଦୀଙ୍କ ସୁପର ଓଭରର ପ୍ରଥମ ୪ ବଲ୍‌ରୁ ମାତ୍ର ୮ ରନ କରିବା ଯୋଗୁ ଶେଷ ୨ ବଲ୍‌ରୁ ବିଜୟ ପାଇଁ ୧୦ ରନ ଆବଶ୍ୟକ ହେଉଥିଲା। ୨ଟି ଯାକ ବଲ୍‌ରେ ବଡ ଶଟ୍‌ ଆବଶ୍ୟକ ଥିବାରୁ ଆଶଙ୍କାରେ ରହିଥିଲେ ଭାରତୀୟ କ୍ରିକେଟପ୍ରେମୀ। ମାତ୍ର କ୍ରିଜ୍‌ରେ ରୋହିତ ଥିବାରୁ ଆଶା ମଧ୍ୟ ରହିଥିଲା। କୋଟିକୋଟି ପ୍ରଶଂସକଙ୍କୁ ନିରାଶ କରି ନ ଥିଲେ ରୋହିତ। ୫ମ ବଲକୁ ସୌଦୀଙ୍କ ୟର୍କର ମାରିବା ଉଦ୍ୟମ ବିଫଳ ହୋଇଥିଲା। ସତେ ଯେପରି ଏହାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ରୋହିତ । ସେ ଏହି ବଲ୍‌କୁ ଡିପ୍‌ ସ୍କୋୟାରଲେଗ୍‌ ଉପରେ ନଭଶ୍ଚୁମ୍ବି ଛକା ମାରି ମ୍ୟାଚରେ ରୋମାଞ୍ଚ ଭରି ଦେଇଥିଲେ। ୬ଷ୍ଠ ବଲ୍‌ ପକାଇବା ପୂର୍ବରୁ ଚାପକୁ ଆସି ଯାଇଥିଲେ ସୌଦୀ। ଅନ୍ୟପକ୍ଷରେ ରୋହିତ ଥିଲେ ପ୍ରସ୍ତୁତ। ଏଥର ମଧ୍ୟ ସୌଦୀଙ୍କ ୟର୍କର କାମ ଦେଇ ନ ଥିଲା ଏବଂ ବଲ୍‌କୁ ଲଙ୍ଗଅଫ୍‌ ଉପରେ ଛକାରେ ପରିଣତ କରି ଭାରତ ପାଇଁ ଇତିହାସ ରଚିଥିଲେ ରୋହିତ। କୌଣସି ଟି୨୦ ମ୍ୟାଚରେ ଭାରତ ପାଇଁ ଏହାଥିଲା ପ୍ରଥମ ସୁପର ଓଭର। ଏହା ପୂର୍ବରୁ ନ୍ୟୁଜିଲାଣ୍ଡ ମାଟିରେ ଟି୨୦ ସିରିଜ ଜିତି ନ ଥିଲା ଭାରତ। ତେଣୁ ରୋହିତଙ୍କ ଏହି ଗୋଟିଏ ଶଟ୍‌ ଭାରତ ପାଇଁ ୨ଟି ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିଲା। ଭାରତ ଟି୨୦ରେ ଏହାର ପ୍ରଥମ ସୁପର ଓଭର ମ୍ୟାଚ ଜିତିଥିବାବେଳେ ନ୍ୟୁଜିଲାଣ୍ଡ ମାଟିରେ ସର୍ବପ୍ରଥମ ଟି୨୦ ସିରିଜ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri