ସୁପର ଓଭରରେ ଭାରତର ବିରଳ ବିଜୟ: କବିତା ଲେଖି ଦଳକୁ ଶୁଭେଚ୍ଛା ଜଣାଇଲେ ଅମିତାଭ

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନ କ୍ରିକେଟର ଜଣେ ବଡ଼ ପ୍ରଶଂସକ। ଟିକିଏ ସମୟ ପାଇଲେ ସେ ଖେଳ ଦେଖିବାକୁ ଭଲପାଆନ୍ତି। ସେ ଭାରତୀୟ କ୍ରିକେଟ ଦଳର ପ୍ରତିଟି ମ୍ୟାଚ୍‌କୁ ଦେଖିଥା’ନ୍ତି। ମ୍ୟାଚ୍‌ ସମୟରେ ହେଉ ଅଥବା ପରେ, ନିଜ ମନ କଥାକୁ ସେ ପ୍ରଶଂସକଙ୍କ ସହ ବାଣ୍ଟିଥା’ନ୍ତି। ତାଙ୍କ ସୋସିଆଲ ପୃଷ୍ଠାକୁ ଯଦି କେହି ଦେଖିବ, ତେବେ ଏହା ସହଜରେ ହୃଦୟଙ୍ଗମ କରିବ।

ଶୁକ୍ରବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଟି୨୦ ସିରିଜର ଚତୁର୍ଥ ମ୍ୟାଚ୍‌ରେ ବିରାଟ ବାହିନୀ ସୁପର ଓଭରରେ ଭଲ ପ୍ରଦର୍ଶନ କରିଥିଲା। ଫଳରେ ପୂର୍ବଥର ଭଳି ଏଥିରେ ଦଳ ଜିତି ବିରଳ ରେକର୍ଡ ନିଜ ନାମରେ କରିନେଇଥିଲା। ଏହି ମ୍ୟାଚ୍‌ ଦେଖିବା ପରେ ଅମିତାଭ ଏକ କବିତା ଲେଖି ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଥିଲେ। ସୁପର ଓଭରରେ ସୁପର ବିଜୟ ବୋଲି ଅମିତାଭ ଲେଖିବା ସହ ଦୁଇଟି ବଲ୍‌ରେ ରୋହିତ ଦୁଇଟି ଛକା ମାରିବା ଅବିଶ୍ୱସନୀୟ ବୋଲି କହିଛନ୍ତି।

Share