Categories: ଖେଳ

ସୁପର ଓଭରରେ ଭାରତକୁ ଦରକାର ୧୪ ରନ୍‌

ଓ୍ବେଲିଂଟନ,୩୧।୧-ପୂର୍ବ ମ୍ୟାଚ୍‌ ଭଳି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟି୨୦ ମ୍ୟାଚ୍‌ ମଧ୍ୟ ସୁପର ଓଭରରେ ପ୍ରବେଶ କରିଛି। ସୁପର ଓଭରରେ ନ୍ୟୁଜିଲାଣ୍ଡ ଦଳ ପାଇଁ ଟିମ ସାଇଫର୍ଟ ଓ କଲିନ ମୁନ୍‌ରୋ ବ୍ୟାଟିଂ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ବୋଲିଂ ଭାର ସମ୍ଭାଳିଥିଲେ। ପ୍ରଥମ ୩ ବଲରେ ସାଇଫର୍ଟଙ୍କ ଦୁଇଟି କ୍ୟାଚ୍‌ ହାତଛଡ଼ା କରିଥିଲେ ଭାରତୀୟ ଖେଳାଳି। ଏହି ୩ ବଲରେ ନ୍ୟୁଜିଲାଣ୍ଡ ୮ ରନ୍‌ କରିଥିଲା। ଚତୁର୍ଥ ବଲରେ ସାଇଫର୍ଟ ବାଉଣ୍ଡ୍ରି ଅଞ୍ଚଳରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ୫ମ ବଲକୁ ମୁନ୍‌ରୋ ଚୌକା ଲଗାଇଥିଲେ। ମାତ୍ର ଅନ୍ତିମ ବଲରେ ଦଳ ୧ ରନ୍‌ କରିପାରି ନ ଥିଲା।

Share