ସୁପର ଆର୍ଥ ‘ଜିଜେ ୩୫୭-ଡି’ର ମିଳିଲା ସନ୍ଧାନ: ଜୀବନସତ୍ତା ଥିବା ଅନୁମାନ

ଓ୍ବାଶିଂଟନ,୪।୮: ନାସା ପକ୍ଷରୁ ପୃଥିବୀଠାରୁ ବୃହତ୍ତମ ଗ୍ରହର ସନ୍ଧାନ କରାଯାଇଛି। ସୁପର ଆର୍ଥ ‘ଜିଜେ ୩୫୭-ଡି’ରେ ଜୀବନସତ୍ତା ଥିବାର ଅନୁମାନ କରାଯାଉଛି। ଏପରି ହେଲେ ପୃଥିବୀ ଭଳି ଏଠାରେ ମଧ୍ୟ ଜୀବ ଜଗତ ତିଷ୍ଠି ରହିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ନାସାର ମହାକାଶ ବିଜ୍ଞାନୀ ମତପୋଷଣ କରିଛନ୍ତି। ନାସାର ମହାକାଶ ଟେଲିସ୍କୋପ୍‌ ଦ୍ୱାରା ଏହି ସୁପର ଆର୍ଥ ଫଟୋ ଉତ୍ତୋଳନ କରାଯାଇ ଅଧିକ ଗବେଷଣା ଜାରି ରହିଥିବା କୁହାଯାଉଛି।

Share