ସୁପର୍‌ଷ୍ଟାରଙ୍କୁ ପଛରେ ପକାଇ ରଣବୀରଙ୍କ ୩ ଫିଲ୍ମ ଆୟ କରିଛି ୭ଶହ କୋଟି

ମୁମ୍ବାଇ: ବଲିଉଡ୍‌ ନାୟକ ରଣବୀର ସିଂ ଏବେ ଲାଇମ୍‌ ଲାଇଟ୍‌ରେ ଗତ କିଛିଦିନ ମଧ୍ୟରେ ସେ ଅଭିନୟ କରିଥିବା ୩ଟି ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇଛି। ଆଉ ଏହାର କଲେକ୍ସନ୍‌ ରହିଛି ପ୍ରାୟ ୭ଶହ କୋଟି। ପୂର୍ବରୁ ଏମିତି ଆୟ କେବଳ ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ କରିଥିବା ବେଳେ ଏବେ ଏହି ରେସ୍‌ରେ ଯାଗ ଦେଇଛନ୍ତି ରଣବୀର ସିଂ। ୟଶରାଜ ବ୍ୟାନରର ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ରଣବୀର ଏବେ କିନ୍ତୁ ଜଣେ ନାମୀ ଷ୍ଟାର ଭାବେ ବଲିଉଡରେ ସୃଷ୍ଟି କରିଛନ୍ତି ନିଜର ଏକ ଭିନ୍ନ ପରିଚୟ। ତେବେ କିଛିଦିନ ତଳେ ତାଙ୍କ ଅଭିନୀତ ଫିଲ୍ମ ‘ପଦ୍ମାବତ୍‌’ ବକ୍ସ ଅଫିସରେ ହିଟ୍‌ ହୋଇଥିଲା। ଆଉ ଏହା ଆୟ କରିଥିଲା ୩୦୨ କୋଟି ଟଙ୍କା। ସେହିପରି ତାଙ୍କ ଅଭିନୀତ ଫିଲ୍ମ ‘ଶିମ୍ବା’ ମଧ୍ୟ ୨୪୦ କୋଟି ଆୟ କରି ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା। ଏହାପରେ ‘ଗଲିବୟ’ ମଧ୍ୟ ଶହେ କୋଟି କ୍ଲବରେ ସାମିଲ ହେବାରେ ସକ୍ଷମ ହୋଇଥିଲା। ତେଣୁ ଲଗାତାର ତିନୋଟି ଫିଲ୍ମରେ ଅଭିନୟ କରି ରଣବୀର ବକ୍ସ ଅଫିସରେ ୭ଶହ କୋଟି ଆୟ କରିଥିବା କଳାକାରଙ୍କ ମଧ୍ୟରେ ଜଣେ ପାଲଟି ଯାଇଥିଲେ। ଆଉ ଏବେ ସେ ଫୁଲ୍‌ ଦମ୍‌ରେ ଲାଗିପଡିଛନ୍ତି ‘୮୩’ର ଶୁଟିଂରେ।

Share