ସୁପରହିଟ୍‌ ଫିଲ୍ମରେ କାମ ନ କରି ପଶ୍ଚାତ୍ତାପ କରୁଛନ୍ତି ଏହି କଳାକାର

ବଲିଉଡ୍‌ର ୯୦ ଦଶକର ସୁପରହିଟ୍‌ ଫିଲ୍ମ ‘ରାଜା ହିନ୍ଦୁସ୍ତାନୀ’ ଏବଂ ‘ଦିଲ୍‌ ତୋ ପାଗଲ ହୈ’ ପାଇଁ ନିର୍ମାତାଙ୍କର ପ୍ରଥମ ପସନ୍ଦ ଥିଲେ ଜୁହି ଚାଓ୍ବଲା। ମାତ୍ର ସେ ଏହି ଦୁଇଟିଯାକ ଫିଲ୍ମ ରିଜେକ୍ଟ କରିଦେଇଥିଲେ। ଯେଉଁଥିପାଇଁ ତାଙ୍କୁ ଆଜି ପର୍ଯ୍ୟନ୍ତ ପଶ୍ଚାତ୍ତାପ କରିବାକୁ ପଡୁଛି। ନିକଟରେ ନିଜେ ଏ କଥା ସ୍ବୀକାର କରିଥିଲେ। ପରେ ଏହି ଦୁଇଟି ଫିଲ୍ମରେ କରିସ୍ମା କପୁର ଅଭିନୟ କଲେ। ଏବଂ ଦୁଇଟିଯାକ ଫିଲ୍ମ ସୁପରହିଟ୍‌ ହେବା ସାଙ୍ଗକୁ କରିସ୍ମାଙ୍କ କ୍ୟାରିୟରକୁ ବହୁ ଉପରକୁ ନେଇଯାଇଥିଲା। ଜଣେ କଳାକାର ଫିଲ୍ମ ରିଜେକ୍ଟ କରିବା ପରେ ଅନ୍ୟ ଜଣେ ସେଥିରେ ଅଭିନୟ କରି ସୁପରହିଟ୍‌ ହୋଇଛି ଅନେକ ସିନେମା। ଜାଣିବା ସୁପରହିଟ୍‌ ଫିଲ୍ମ ରିଜେକ୍ଟ କରି ପରେ ପଶ୍ଚାତ୍ତାପ କରିଥିବା ସେମିତି କେତେଜଣ କଳାକାରଙ୍କ ବିଷୟରେ।

ଅଜୟ ଦେବ୍‌ଗନ: ସଲମାନ୍‌ ଖାନ୍‌ ଏବଂ ଶାହରୁଖ୍‌ ଖାନ୍‌ଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘କରଣ-ଅର୍ଜୁନ’। ହେଲେ ଆଶ୍ଚର୍ଯ୍ୟ ଲାଗିବ ଯେ, ଏହି ଫିଲ୍ମ ପ୍ରଥମେ ଅଜୟଙ୍କୁ ଅଫର ହୋଇଥିଲା। ମାତ୍ର ସେ ଏଥିରେ କାମ କରିବାକୁ ମନା କରିଦେଇଥିଲେ। ଏଥିପାଇଁ ପରେ ତାଙ୍କୁ ଅନୁତାପ କରିବାକୁ ମଧ୍ୟ ପଡ଼ିଥିଲା।

ବିକାଶ ଭଲ୍ଲା: ରାଜଶ୍ରୀ ପ୍ରଡକ୍ସନ ଫିଲ୍ମ ‘ମୈନେ ପ୍ୟାର୍‌ କିୟା’ ସଲମାନ୍‌ ଖାନ୍‌ଙ୍କୁ ଷ୍ଟାର ବନାଇଦେଇଥିଲା। ହେଲେ ଏହି ଫିଲ୍ମ ପାଇଁ ନିର୍ଦ୍ଦେଶକଙ୍କ ପ୍ରଥମ ପସନ୍ଦ ସଲମାନ୍‌ ନୁହନ୍ତି ବରଂ ବିକାଶ ଭଲ୍ଲା ଥିଲେ। ମାତ୍ର କୌଣସି କାରଣରୁ ବିକାଶ ଏହି ଫିଲ୍ମ କରିପାରି ନ ଥିଲେ। ବର୍ତ୍ତମାନ ତାଙ୍କୁ ଛୋଟ ପରଦାରେ ଦେଖିବାକୁ ମିଳୁଛି।

କରୀନା କପୁର: ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ ରେ ସଞ୍ଜୟ ଲୀଲା ଭଶାଂଲୀ ପ୍ରଥମେ କରୀନା କପୁରଙ୍କୁ ଅଫର୍‌ ଦେଇଥିଲେ। ମାତ୍ର ସେ ଏହି ଫିଲ୍ମ କରିବାକୁ ମନା କରିଦେଲେ। ପରେ ଏଥିରେ ଏଶ୍ୱର୍ଯ୍ୟା ରାୟ ଅଭିନୟ କଲେ। କରୀନା ସଞ୍ଜୟ ଲୀଲାଙ୍କ ଆଉ ଏକ ଫିଲ୍ମ ‘ରାମଲୀଲା’ରେ ମଧ୍ୟ କାମ କରିବାକୁ ମନା କରିଦେଇଥିଲେ।

ସୈଫ୍‌ ଅଲି ଖାନ୍‌: ସୈଫ୍‌ ଅଲି ଖାନ୍‌ ଫିଲ୍ମ‘ଦିଲ୍‌ଓ୍ବାଲେ ଦୁଲ୍‌ହନିୟା ଲେ ଜାଏଙ୍ଗେ’ ରେ କାମ କରିବାକୁ ମନା କରିଦେଇଥିଲେ। କାରଣ ସେ ଲଭର ବୟ ପରି ଦେଖାଯାଉ ନଥିବା କହିଥିଲେ। ପରେ ଏହି ଫିଲ୍ମ ଶାହରୁଖ୍‌ ଖାନ୍‌ଙ୍କୁ ଏଭରଗ୍ରୀନ୍‌ ଲଭର ବୟ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri