Categories: ଜାତୀୟ

ସୁନ୍ନୀ ଓ୍ବାକଫ୍‌ ବୋର୍ଡ ଗଠନ କରିବ ଇଣ୍ଡୋ ଇସ୍ଲାମିକ୍‌ କଲଚର ଟ୍ରଷ୍ଟ

ନୂଆଦିଲ୍ଲୀ,୫।୨: ରାମମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ଗଠନ ସମ୍ପର୍କରେ ଘୋଷଣା ହୋଇଛି। ଏହାପରେ ସୁନ୍ନୀ ଓ୍ବାକଫ ବୋର୍ଡ ପକ୍ଷରୁ ବାବରୀ ମସଜିଦ୍‌ ନିର୍ମାଣ ପାଇଁ ଇଣ୍ଡୋ ଇସ୍ଲାମିକ୍‌ କଲଚର ଟ୍ରଷ୍ଟ ଗଠନ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ମସଜିଦ୍‌ ପାଇଁ ଥିବା ପ୍ରସ୍ତାବିତ ୫ ଏକର ଜମିରେ ହସ୍ପିଟାଲ, ବିଦ୍ୟାଳୟ, ଇସ୍ଲାମିକ୍‌ ସଂସ୍କୃତି ବିକାଶ ଅନୁଷ୍ଠାନ, ଲାଇବ୍ରେରୀ, ସର୍ବସାଧାରଣ ଉପଯୋଗୀ କାର୍ଯ୍ୟଧାରା ପ୍ରସ୍ତୁତ କରୁଥିବା ଅନୁଷ୍ଠାନ ଆଦି ନିର୍ମାଣ କରାଯିବାର ଯୋଜନା ଥିବା ସୁନ୍ନୀ ଓ୍ବାକଫ ବୋର୍ଡ କହିଛି। ସରକାରଙ୍କଠାରୁ ଜମି ମିଳିବା ପରେ ଏନେଇ କାର୍ଯ୍ୟ ଧାରା ପ୍ରସ୍ତୁତ କରାଯିବ। ଏ ସମ୍ପର୍କିତ ଏକ ବୈଠକ ଫେବୃୟାରୀ ୨୪ରେ ବସିବାର ସମ୍ଭାବନା ରହିଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଟ୍ରଷ୍ଟର ଅଧ୍ୟକ୍ଷ ପଦ ସୁନ୍ନୀ ଓ୍ବାକଫ୍‌ ବୋର୍ଡର ମୁଖ୍ୟ ରହିବେ। ସୂଚନାଯୋଗ୍ୟ, ସମ୍ପ୍ରତି ବୋର୍ଡର ମୁଖ୍ୟ ଭାବେ ଜୁଫର ଫାରୁକି କାର୍ଯ୍ୟ କରୁଛନ୍ତି।

Share