Categories: ଜାତୀୟ

ସୁନ୍ଦରଲାଲ ବହୁଗୁଣାଙ୍କୁ ଭାରତରତ୍ନ ସମ୍ପର୍କିତ ପ୍ରସ୍ତାବ ଦିଲ୍ଲୀ ବିଧାନସଭାରେ ପାସ୍‌

ନୂଆଦିଲ୍ଲୀ,୨୯ ।୭: ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣାଙ୍କୁ ଭାରତ ରତ୍ନ ଦାବି କରିଥିଲେ ଦିଲ୍ଲୀ ସରକାର । ଏବେ ଏହାକୁ ନେଇ ଗୁରୁବାର ଏକ ପ୍ରସ୍ତାବ ଦିଲ୍ଲୀ ବିଧାନସଭାରେ ସର୍ବସମ୍ମତିକ୍ରମେ ପାସ କରାଯାଇଛି । ଦିଲ୍ଲୀ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ ସୁନ୍ଦରଲାଲ ବହୁଗୁଣାଙ୍କ ପରିବେଶ କ୍ଷେତ୍ରରେ ଅସାଧାରଣ ତଥା ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ଭାରତରତ୍ନ ଦିଆଯିବା ପ୍ରସ୍ତାବକୁ ଉପସ୍ଥାପନ କରାଯାଇଥିଲା । ଯାହା ସର୍ବସମ୍ମତିକ୍ରମେ ପାସ କରାଯାଇଥିଲା । ଶେଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଥିଲେ ଏ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପତ୍ର ଲେଖିଛନ୍ତି । ସେ କହିଛନ୍ତି ସୁନ୍ଦରଲାଲ ବହୁଗୁଣା ଆଜୀବନ କେବଳ ପରିବେଶ କ୍ଷେତ୍ରରେ ନୁହେଁ ବରଂ ସାମାଜିକ କ୍ଷେତ୍ରରେ ବହୁ ଅନୁକରଣୀୟ କାର୍ଯ୍ୟ କରିଛନ୍ତି ଯେଉଁଥିପାଇଁ ସେ ଭାରତ ରତ୍ନ ପାଇବାକୁ ଯୋଗ୍ୟ । ତେଣୁ ସୁନ୍ଦରଲାଲ ବହୁଗୁଣାଙ୍କୁ କେବଳ ପରିବେଶ ଭିତରେ ସୀମିତ ନ ରଖି ବରଂ ସବୁ କ୍ଷେତ୍ରରେ ତାଙ୍କର ଯୋଗଦାନକୁ ସାମିଲ କରି ପ୍ରସ୍ତାବକୁ ବଦଳା ଯାଉ ବୋଲି କେଜରିୱାଲ କହିଛନ୍ତି ।

Share