ସୁନ୍ଦରଗଡ଼ ଜିଲା ଅବକାରୀ ବିଭାଗର ଚଢ଼ାଉ: ୨୫ କିଗ୍ରା ଗଞ୍ଜେଇ ଜବତ, ଜଣେ ଗିରଫ

ରାଉରକେଲା ଅଫିସ,୩।୭: ସୁନ୍ଦରଗଡ଼ ଜିଲା ଅବକାରୀ ପୋଲିସ ବୁଧବାର ଲକ୍ଷାଧିକ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଥିବା ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଟାଙ୍ଗରପଲ୍ଲୀ ଥାନା ଅନ୍ତର୍ଗତ ଆନନ୍ଦ ବଜାରର ଶିଶିର ପାଣିଗ୍ରାହୀ। ତାଙ୍କଠାରୁ ୨୫ କିଗ୍ରା ଓଜନର ଗଞ୍ଜେଇ ଜବତ କରାଯାଇଥିବା ସୂଚନା ମିଳିଛି। ତେବେ ଶିଶିର ଜଣେ ପେସାଦାର ଗଞ୍ଜେଇ ବ୍ୟବସାୟୀ ହୋଇଥିବା ବେଳେ ପୋଲିସପ ନଜରରେ ଥିଲେ। ଅନେକ ଥର ଚଢ଼ାଉ କରାଯାଇଥିଲେ ହେଁ ତାଙ୍କ ନିକଟରୁ ଏତେ ପରିମାଣର ଗଞ୍ଜେଇ ଜବତ ହୋଇ ନ ଥିଲା। ମାତ୍ର ପୂର୍ବାହ୍ନରେ ପୋଲିସ ସାଦା ପୋଷାକରେ ଛପି ରହି ଏତେ ପରିମାଣର ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।