ସୁନ୍ଦରଗଡରେ କରୋନା ଆକ୍ରାନ୍ତ ସଂଖ୍ୟା ୮୧ ଛୁଇଁଲା

ସୁନ୍ଦଋଗଡ, ୫।୬ (ଡି.ଏନ୍‌.ଏ.)-ସୁନ୍ଦରଗଡ ଜିଲାରେ ପୁଣି ୭ଜଣ (୪ ପୁରୁଷ ଓ ୩ ମହିଳା) କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୭ଜଣଙ୍କ ମଧ୍ୟରେ ୫ଜଣ ମହାରାଷ୍ଟ୍ର ଫେରନ୍ତା ରହିଛନ୍ତି। ଏମାନେ ବାଲିଶଙ୍କରା ଟିଏମସି କ୍ୱାରାଣ୍ଟାଇନରେ ରହିଥିଲେ। ଅନ୍ୟ ୨ଜଣ ଦିଲ୍ଲୀ ଫେରନ୍ତା ଓ ଏମାନେ ସବଡେଗା ଟିଏମସି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଥିଲେ । ସ୍ବାବ ପରୀକ୍ଷା ପରେ ନମୁନା ପଜିଟିଭ ଆସିବା ପରେ ସମସ୍ତଙ୍କୁ ରାଉରକେଲା କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ୭ଜଣଙ୍କୁ ମିଶାଇ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ ଛୁଇଁଛି। ତେବେ ଏଥିରୁ ବର୍ତ୍ତମାନ ସୁଦ୍ଧା ୪୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି।