Categories: ଖେଳ

ସୁନୀଲ ଜୋଶି, ହରବିନ୍ଦର ସିଂ ଭାରତୀୟ ଦଳର ଚୟନକର୍ତ୍ତା

ନୂଆଦିଲ୍ଲୀ,୪ା୩- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବୁଧବାର ସୁନୀଲ ଜୋଶି ଓ ହରବିନ୍ଦର ସିଂଙ୍କୁ ଭାରତୀୟ ଦଳର ଚୟନକର୍ତ୍ତା ଭାବେ ନିଯୁକ୍ତ କରିଛି। ସେମାନେ ସର୍ବଭାରତୀୟ ସିନିୟର ଚୟନ କମିଟିରେ ଏମ୍‌ଏସ୍‌କେ ପ୍ରସାଦ ଓ ଗଗନ ଖୋଦାଙ୍କ ସ୍ଥାନ ନେବେ। ସୁନୀଲ ଓ ହରବିନ୍ଦରଙ୍କ ନାମ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ସୁପାରିସ କରିଥିଲେ। ଏହି କମିଟିରେ ଆର.ପି. ସିଂ, ସୁଲକ୍ଷଣା ନାଏକ ଓ ମଦନ ଲାଲ ରହିଛନ୍ତି। ଉଦଦେଷ୍ଟା କମିଟି ସୁନୀଲଙ୍କ ନାମକୁ ମୁଖ୍ୟ ଚୟନକର୍ତ୍ତାଙ୍କ ପଦ ପାଇଁ ସୁପାରିସ କରିଛନ୍ତି। ସୁନୀଲ ଓ ହରବିନ୍ଦର ଏବେ କମିଟିର ଅନ୍ୟ ସଦସ୍ୟ ଦେବାଙ୍ଗ ଗାନ୍ଧୀ, ଜତିନ ପାରାଞ୍ଜପେ ଓ ସରନ୍ଦୀପ ସିଂଙ୍କ ସହ କାର୍ଯ୍ୟ କରିବେ। ବିସିସିଆଇର ନୂଆ ସମ୍ବିଧାନ ଜୋନାଲ ପ୍ରତିନିଧିଙ୍କୁ ମଧ୍ୟ ଆବଶ୍ୟକ କରେ ନାହିଁ।

Share