ସୁନୀଲ୍‌ଙ୍କୁ ଥାପଡ଼ ମାରିଲେ କଟ୍ରିନା: ହସି ହସି ଗଡିଗଲେ ସଲମାନ୍‌

କମେଡି କଳାକାର ସୁନୀଲ ଗ୍ରୋଭର ଅଭିନେତ୍ରୀ କଟ୍ରିନା କୈଫ୍‌ଙ୍କୁ ଦେଖି ଖୁବ୍‌ ଜୋର୍‌ରେ ହସିବାକୁ ଲାଗିଲେ। ଏହା ଦେଖି କ୍ୟାଟ୍‌ ଜୋର୍‌ରେ ରାଗି ଯିବା ସହ ସୁନୀଲଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଛନ୍ତି। ଏହି ସମସ୍ତ ଘଟଣା ନିକଟରେ ଥାଇ ଦେଖୁଥିବା ସଲମାନ୍‌ ଖାନ୍‌ କିନ୍ତୁ ସୁନୀଲଙ୍କୁ ସହାନୁଭୂତି ଦେଖାଇବା ପରିବର୍ତ୍ତେ ଖୁବ୍‌ ଜୋର୍‌ରେ ହସିହସି ଗଡିଗଲେ। ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। କାରଣ ରିୟଲ୍‌ ନୁହେଁ ବରଂ ରିଲ୍‌ ଲାଇଫ୍‌ରେ ଏପରି ଘଟିଛି। ପ୍ରକୃତ ଘଟଣାଟା ହେଲା ଫିଲ୍ମ ‘ଭାରତ’ ମାଧ୍ୟମରେ ପ୍ରଥମ ଥର ପାଇଁ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି ସୁନୀଲ। ଏଥିରେ ତାଙ୍କୁ ସଲମାନ୍‌ ଏବଂ କଟ୍ରିନାଙ୍କ ସହ ଦେଖିବାକୁ ମିଳିବ। ଫିଲ୍ମରେ ସୁନୀଲଙ୍କ ଚରିତ୍ରର ନାମ ରହିଛି ବିଲାୟତି। ସଲମାନ୍‌ଙ୍କୁ ଚାରିଆଡେ ଖାଲି କଟ୍ରିନା ଦେଖାଯାଇଛନ୍ତି। ତେବେ ଏକ ଦୃଶ୍ୟରେ କଟ୍ରିନାଙ୍କୁ ସେ ଦେଖୁଛନ୍ତି। ଏହା ସତ କି ତାଙ୍କର ଭ୍ରମ ତାହା ଚେକ୍‌ କରିବା ପାଇଁ ସୁନୀଲ୍‌ କଟ୍ରିନାଙ୍କୁ ହାତମାରି ଚେକ୍‌ କରୁଛନ୍ତି। ଏହା ପରେ କ୍ୟାଟ୍‌ ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରୁଛନ୍ତି। ନିକଟରେ ଛିଡ଼ାହୋଇଥିବା ସଲମାନ୍‌ ଏହା ଦେଖି ହସି ହସି ଗଡ଼ିଯାଉଛନ୍ତି। ଏକ ସାକ୍ଷାତକାରରେ ସୁନୀଲ ଏହି କଥାର ଖୁଲାସା କହିବା ସହ ଏହି ଦୃଶ୍ୟର ଶୁଟିଂ କରିବା କଷ୍ଟକର ଥିଲା ବୋଲି କହିଛନ୍ତି।

Share