ସୁନିଲ ସେଟ୍ଟିଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ

ନୂଆଦିଲ୍ଲୀ,୧୦।୧୨: ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ନ୍ୟାଶନାଲ ଆଣ୍ଟି-ଡୋପିଂ ଏଜେନ୍ସି(ଏନ୍‌ଏଡିଏ)ର ବ୍ରାଣ୍ଡ ଆମ୍ବାସଡର ଭାବେ ମଙ୍ଗଳବାର ସୁନିଲଙ୍କୁ ନିଯୁକ୍ତ କରାଯାଇଛି। ନିକଟରେ ଏନ୍‌ଏଡିଏ ଓ ଅଲ୍‌ ଇଣ୍ଡିଆ ଫୁଟବଲ ଫେଡରେଶନ(ଏଆଇଏଫ୍‌ଏଫ୍‌) ମିଳିତ ଭାବେ ଏକ ଆଣ୍ଟି ଡୋପିଂ ଆଓ୍ବାରନେସ୍‌ ଓ୍ବାର୍କଶପ ମାଧ୍ୟମରେ ଫୁଟବଲରଙ୍କୁ ଏନେଇ ସଚେତନ କରାଇଥିଲେ। ଖେଳାଳିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସୁନିଲଙ୍କୁ ଏହି ଦାୟିତ୍ୱ ଦିଆଯାଇଥିବା କୁହାଯାଏ। କାରଣ ଆମ ଦେଶରେ ଫିଲ୍ମ ଅଭିନେତାଙ୍କୁ ଅନେକ ଲୋକ ଗ୍ରହଣ କରୁଥିବାର ଦେଖାଯାଏ। ତେବେ ଖେଳାଳିମାନେ ଡୋପ୍‌ ଟେଷ୍ଟରେ ପାସ୍‌ ନ କରିପାରିଲେ ଏହା ଉଭୟ ଦେଶ ପାଇଁ ଓ ଖେଳାଳିଙ୍କ ପାଇଁ ଏକ ନକରାତ୍ମକ ପ୍ରଭାବ ପକାଇଥାଏ।

Share