ସୁନିଦ୍ରା ପାଇଁ….

* ପ୍ରତ୍ୟେକ ଦିନ ଶୋଇବା ଏବଂ ଉଠିବାର ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରନ୍ତୁ। ଦିନକୁ ଅନ୍ତତଃ ୬ ରୁ ୭ ଘଣ୍ଟା ଶୋଇବା ଜରୁରୀ।
* ଶୋଇବାର ଏକ ଘଣ୍ଟା ପୂର୍ବରୁ ମୋବାଇଲ, ଲ୍ୟାପଟପ ଭଳି ଗ୍ୟାଜେଟକୁ ସ୍ବିଚ୍‌ ଅଫ୍‌ କରିଦିଅନ୍ତୁ।
* ଶୋଇବା ପୂର୍ବରୁ ଉଷୁମ୍‌ ପାଣିରେ ଅଳ୍ପ ଲୁଣ ମିଶାଇ ସେହି ପାଣିରେ କିଛି ସମୟ ପାଦକୁ ବୁଡାଇ ରଖନ୍ତୁ ଏହା ଦ୍ୱାରା ନିଦ ଭଲ ହୋଇଥାଏ।
* ସନ୍ଧ୍ୟା ୭ଟା ପରେ ଚା କଫି ଆଦିର ସେବନ କରନ୍ତୁ ନାହିଁ। ଏହାର ପ୍ରଭାବ ନିଦ ଉପରେ ପଡିଥାଏ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।
* ଖାଇ ସାରିବା ପରେ ସଙ୍ଗେ ସଙ୍ଗେ ଶୁଅନ୍ତୁ ନାହିଁ। ରାତ୍ରୀ ଭୋଜନ ଏବଂ ଶୋଇବା ଭିତରେ ଅନ୍ତତଃ ଏକ ଘଣ୍ଟାର ବ୍ୟବଧାନ ରଖନ୍ତୁ।
* ଦିନ ବେଳା ବେଶି ସମୟ ଶୁଅନ୍ତୁ ନାହିଁ। ଏହାଦ୍ୱାରା ରାତିର ନିଦ ପ୍ରଭାବିତ ହୋଇଥାଏ।
* ଯହି ଅଫିସ୍‌ରେ ନାଇଟ୍‌ ଶିଫ୍ଟ କରୁଛନ୍ତି ତେବେ ଦିନ ବେଳା ପର୍ଯ୍ୟାପ୍ତ ନିଦରେ ଶୁଅନ୍ତୁ।
* ସୟନ କକ୍ଷର ପରିବେଶକୁ ଶାନ୍ତ ତଥା ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ।
* ଯୋଗାଭ୍ୟାସ ଏବଂ ଧ୍ୟାନକୁ ନିଜର ନିୟମିତ କାର୍ଯ୍ୟସାରଣୀରେ ଅବଶ୍ୟ ସାମିଲ କରନ୍ତୁ।