ସୁନିଦ୍ରା ଅନ୍ତରାଳେ…

ପ୍ରତିଦିନ ଆମେ ଯଦି ଆବଶ୍ୟକ ମୁତାବକ ନ ଶୋଇବା ତେବେ ନିଦ୍ରାଜନିତ ସମସ୍ୟାର ସମ୍ମୁଖୀନ ହେବା। କେବଳ ସେତିକି ନୁହେଁ ଏହା ପରୋକ୍ଷରେ କେତେକ ରୋଗକୁ ଡାକିଆଣେ। ତେବେ କେତୋଟି ବିଷୟ ପ୍ରତି ଧ୍ୟାନ ଦେଲେ ଆମେ ଆରାମରେ ଶୋଇପାରିବା। ପ୍ରଥମତଃ ଜଣେ ବ୍ୟକ୍ତି ଦିନକୁ ଅତିକମ୍‌ରେ ୬-୭ ଘଣ୍ଟା ଶୋଇବା ଦରକାର। ଶୋଇବା ପୂର୍ବରୁ ବେଡ୍‌ରୁମ ପରିବେଶ ଶାନ୍ତ ଅଛି କି ନାହିଁ ଦେଖି ନିଅନ୍ତୁ। ଆଉ ଏକ ଖାସ୍‌ କଥା ହେଲା, ଶୋଇବାର ଦୁଇ ଘଣ୍ଟା ପୂର୍ବରୁ ରାତ୍ରିଭୋଜନ କରିବାକୁ ଭୁଲନ୍ତୁ ନାହିଁ। ଶୋଇବାର କିଛି ସମୟ ପୂର୍ବରୁ କିମ୍ବା ସମୟରେ ଆଦୌ ଟିଭି କିମ୍ବା ମୋବାଇଲ୍‌ ଦେଖନ୍ତୁ ନାହିଁ। ଯଦି ନିଦ୍ରାଜନିତ ସମସ୍ୟାରୁ ମୁକୁଳି ପାରୁ ନାହାନ୍ତି ତେବେ ବିଳମ୍ବ ନ କରି ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।