ସୁନା ଦୋକାନୀଙ୍କୁ ଭୁଜାଲିରେ ଆକ୍ରମଣ: ୨ ଗୁରୁତର ସୁନା, ରୁପା ଗହଣା ଓ ଟଙ୍କା ଲୁଟ୍‌

ପଟ୍ଟାମୁଣ୍ଡାଇ, ୨।୧୨ (ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳର ଜଣେ ସୁନା ଦୋକାନୀଙ୍କଠାରୁ ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଗହଣା ଓ ନଗଦ ଟଙ୍କା ଲୁଟି ଦେଇଛନ୍ତି। ଏଥିସହ ଏହି ଘଟଣାରେ ୨ଜଣ ଗୁରୁତର ହୋଇ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।
ପ୍ରକାଶ ଯେ, ବାବର ବଜାରର ସୁନା ଦୋକାନୀ ବିଜୟ ସାହୁ ରବିବାର ସନ୍ଧ୍ୟାରେ ତାଙ୍କ ଭାଇ ଲକ୍ଷ୍ମୀଧର ଓ ପୁଅ ରାଧାଗୋବିନ୍ଦଙ୍କ ସହ ଏକ ବାଇକ୍‌ରେ ନିଜ ଘର ମାଟିଆ ଗ୍ରାମରୁ ଯାଉଥିଲେ। ଏହି ସମୟରେ କଣ୍ଡିଆ ନିକଟରେ ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇବା ସହ ଭୁଜାଲିରେ ଅତର୍କିତ ଆକ୍ରମଣ କରିଥିଲେ। ଏଥିସହ ଅନ୍ୟଜଣେ ଦୁର୍ବୃତ୍ତ ବିଜୟଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୭୦ଗ୍ରାମର ସୁନା, ୧ କିଗ୍ରା ରୁପା ଗହଣା ସହ ନଗଦ ୫ହଜାର ଟଙ୍କା ଲୁଟି ନେଇଥିଲେ। ଦୁର୍ବୃତ୍ତଙ୍କ ଭୁଜାଲି ଆକ୍ରମଣରେ ଲକ୍ଷ୍ମୀଧର ଓ ରାଧାଗୋବିନ୍ଦ ଗୁରୁତର ହୋଇଥିଲେ। ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଦିଆଯାଇଛି। ଏ ନେଇ ବିଜୟ ଥାନାରେ ଅଭିଯୋଗ କରିଛନ୍ତି