ସୁନାରେ ତିଆରି ହେଲା ଏଟିଏମ୍‌ କାର୍ଡ

ଲଣ୍ଡନ,୧୩।୧୦: ଇଂଲଣ୍ଡରେ ଏକ କମ୍ପାନୀ ପ୍ରଥମ ସୁନା ଏଟିଏମ୍‌ କାର୍ଡ ତିଆରି କରିଛି। ସରକାରୀ କମ୍ପାନୀ ଦି ରୟାଲ ମିଣ୍ଟ୍‌ ପକ୍ଷରୁ ଏହି କାର୍ଡ ତିଆରି ହୋଇଛି। ଏହି କାର୍ଡକୁ ରାରିସ୍‌ ଭାବେ ନାମିତ କରାଯାଇଛି। ୧୮ କ୍ୟାରେଟ୍‌ ସୁନାରେ ତିଆରି ହୋଇଥିବା ଏହି କାର୍ଡର ଦାମ୍‌ ୧୮,୭୫୦ ୟୁରୋ ରହିଛି। ଏହାର ଦାମ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୧୪ ଲକ୍ଷ ୭୦ ହଜାର ଟଙ୍କା ହେବ। ଏହା ସୀମିତ ଗ୍ରାହକଙ୍କୁ ଦିଆଯିବ। ଏଥିରେ ସାଧାରଣ ଏଟିଏମ୍‌ କାର୍ଡ ଭଳି ଗ୍ରାହକଙ୍କ ନାମ, ନମ୍ବର ଏବଂ ବ୍ୟାଙ୍କ ତଥ୍ୟ ରହିବ।

Share