ସୁନାମୀରେ ନଷ୍ଟ ହୋଇଥିବା ଜଙ୍ଗଲ କାଠରେ ନିର୍ମିତ ହେଲା ୨୦୨୦ ଟୋକିଓ ଅଲମ୍ପିକ୍‌ ମୁଖ୍ୟ ଷ୍ଟାଡ଼ିୟମ୍‌: ଏକକାଳୀନ ବସି ପାରିବେ ୬୦ ହଜାର ଦର୍ଶକ

ଟୋକିଓ,୧।୧୨: ଜାପାନରେ ୨୦୨୦ ଟୋକିଓ ଅଲମ୍ପିକ୍‌ ହେବ। ଏଥିପାଇଁ ମୁଖ୍ୟ ଷ୍ଟାଡ଼ିୟମ୍‌ ନିର୍ମାଣ କାର୍ଯ୍ୟ ଏବେ ଶେଷ ହୋଇଛି। ଷ୍ଟାଡ଼ିୟମ୍‌ ନିର୍ମାଣରେ ୮୭ ପ୍ରତିଶତ କାଠର ବ୍ୟବହାର ହୋଇଛି। ଏସବୁ ୨୦୧୧ ସୁନାମୀରେ ନଷ୍ଟ ହୋଇଥିବା ଜାପାନର ୪୭ ପ୍ରତିଶତ ଜଙ୍ଗଲରୁ ସଂଗୃହୀତ ହୋଇଛି। ମୋଟ ୨ ହଜାର ଘନ ମିଟର ଦେବଦାରୁ କାଠର ବ୍ୟବହାର କରାଯାଇଥିବା କୁହାଯାଉଛି। ୫ ମହଲା ବିଶିଷ୍ଟ ମୁଖ୍ୟ ଷ୍ଟାଡ଼ିୟମ୍‌ ନିର୍ମାଣରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ୬୦ ହଜାର ଦର୍ଶକ ବସି ଖେଳ ଦେଖିପାରିବେ। ଷ୍ଟାଡ଼ିୟମ୍‌ରେ ୧୮୫ଟି ବଡ଼ ଫ୍ୟାନ୍‌ ଏବଂ ୮ଟି କୁଲିଂ ନୋଜଲ୍‌ ଲଗାଯାଇଛି। ଏଠାରେ ୨୦୨୦ ଜାନୁୟାରୀ ୧ରେ ଏମ୍ପରର୍‌ ଫୁଟବଲ ମ୍ୟାଚ୍‌ ଖେଳାଯିବ। ଆସନ୍ତା ବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ଏଠାରେ ଅଲମ୍ପିକ୍‌ ହେବ। ଏହାପରେ ୨୫ ଅଗଷ୍ଟରୁ ୬ ସେପ୍ଟେମ୍ବର ପର୍ଯ୍ୟନ୍ତ ପାରା ଅଲମ୍ପିକ୍‌ ଖେଳ ଆୟୋଜିତ ହେବ ବୋଲି କୁହାଯାଉଛି।

Share