ସୁନାବେଡ଼ା ପୌରାଞ୍ଚଳରେ ୨ କାରୋନା ପଜିଟିଭ୍‌ ଚିହ୍ନଟ

ଜୟପୁର,୭।୬(ଡି.ଏନ୍‌.ଏ): କୋରାପୁଟ ଜିଲା ସୁନାବେଡ଼ା ପୌରାଞ୍ଚଳରେ ରବିବାର ୨ କାରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉଭୟ ସ୍ତ୍ରୀ ସ୍ବାମୀ ହୋଇଥିବା ଜଣାପଡ଼ିଛି। ତେବେ ସ୍ତ୍ରୀ ଗର୍ଭବତୀ ଥିବା ଯୋଗୁ ହୋମ୍‌ କ୍ବାରାଣ୍ଟାଇନରେ ରହିଥିଲେ। ସେମାନେ ମୁମ୍ବାଇ ଫେରନ୍ତା। ଉଭୟଙ୍କୁ ଜୟପୁର କୋଭିଡ-୧୯ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସିଡିଏମ୍‌ଓ ଡାକ୍ତର ମକରନ୍ଦ ବେହୁରା ସୂଚନା ଦେଇଛନ୍ତି।