Categories: ଜାତୀୟ

ସୁଧୁରୁନି ପାକିସ୍ତାନ: ନିୟନ୍ତ୍ରଣ ରେଖାରେ ୨୩୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ,୭।୯: ସୀମାରେ ପାକିସ୍ତାନର କାର୍ଯ୍ୟକଳାପ ଅସହ୍ୟ ହେବାରେ ଲାଗିଛି। ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ନିର୍ଦ୍ଦେଶରେ ୨୩୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ତେବେ ପାକିସ୍ତାନର ଏଭଳି ହୀନ ଉଦ୍ଦେଶ୍ୟ ସଫଳ ହେବ ନାହିଁ ବୋଲି ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍‌ ଡୋଭାଲ୍‌ ସୂଚନା ଦେଇଛନ୍ତି। ଏହା ପାକିସ୍ତାନ ଲାଗି ମହଙ୍ଗା ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି। ନିୟନ୍ତ୍ରଣ ରେଖାର ୨୦ କିଲୋମିଟର ଦୂରତା ମଧ୍ୟରେ ପାକିସ୍ତାନ ସଞ୍ଚାର ଟାଓ୍ବାର ସ୍ଥାପନ କରିଛି। ଏହାଦ୍ୱାରା ପାକିସ୍ତାନ ଭାରତୀୟ ସେନାଙ୍କ ଗତିବିଧି ଉପରେ ନଜର ରଖିବାର ଉଦ୍ୟମ କରୁଥିବା ସେ କହିଛନ୍ତି। ଭାରତରେ ଅନୁପ୍ରବେଶ କରିବାକୁ ଷଡ଼ଯନ୍ତ୍ର ସମ୍ପର୍କରେ ପ୍ରେରଣ କରାଯାଉଥିବା ଖବର ଭାରତୀୟ ଗୋଇନ୍ଦା ବିଭାଗର ହସ୍ତଗତ ହୋଇଥିବା ଡୋଭାଲ୍‌ କହିଛନ୍ତି।

Share