ସୁଦୀପ୍ତ ଇଣ୍ଡିଆନ ଅଏଲ ନିର୍ଦ୍ଦେଶକ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ): ଭାଜପା ନେତା ସୁଦୀପ୍ତ ରାୟ ଇଣ୍ଡିଆନ ଅଏଲର ନିର୍ଦ୍ଦେଶକ ରୂପେ ଦାୟିତ୍ୱ ପାଇଛନ୍ତି। ସୁଦୀପ୍ତ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ଅଧୀନରେ ଦୁଇ ଦୁଇଥର ଅଧ୍ୟକ୍ଷ ଭାବେ ସୁଚାରୁରୂପେ କାର୍ଯ୍ୟ ଭାର ତୁଲାଇଥିଲେ। ତାଙ୍କ ଅଧ୍ୟକ୍ଷତା ସମୟରେ ଚାଷୀମାନଙ୍କଠାରୁ ଧାନକିଣା ହେବା ଓ ରାଜ୍ୟରେ ୨ ଟଙ୍କିଆ ଚାଉଳ ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସେ ଏବିଭିପି ରାଷ୍ଟ୍ରୀୟ ସମ୍ପାଦକ କାର୍ଯ୍ୟ ସହ ରାଜ୍ୟ ଭାଜପାର ବିଭିନ୍ନ ସଙ୍ଗଠନ ଦାୟିତ୍ୱରେ କାର୍ଯ୍ୟ କରିବା ସହ ବର୍ତ୍ତମାନ ଦଳର ମୁଖପାତ୍ର ରୂପେ ଅବସ୍ଥାପିତ ଅଛନ୍ତି। ସେ ଜଟଣୀ ବିଧାନସଭା ଭାଜପା ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେହିପରି ଭାଜପା ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଭାରତ ହେଭି ଇଲେକ୍ଟିକାଲ ଲିମିଟେଡ୍‌ର ସ୍ବାଧୀନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଛି।