Categories: ବାଣିଜ୍ୟ

ସୁଜୁକିର ନୂଆ ଜିକ୍ସର ଏସ୍‌ଏଫ୍‌ ୨୫୦, ଜିକ୍ସର ଏସ୍‌ଏଫ୍‌

ନୂଆଦିଲ୍ଲୀ,୮-୬: ସୁଜୁକି ମୋଟର ସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ(ଏସ୍‌ଏମ୍‌ଆଇପିଏଲ) ପକ୍ଷରୁ ନୂଆ ଜିକ୍ସର ଏସ୍‌ଏଫ୍‌ ୨୫୦ ଏବଂ ଜିକ୍ସର ଏସ୍‌ଏଫ୍‌ ମଡେଲ ଓଡ଼ିଶା ବଜାରରେ ପ୍ରବେଶ କରିଛି। ଏହାକୁ କମ୍ପାନୀର ସେଲ୍‌ସ ଜେନେରାଲ ମ୍ୟାନେଜର ଦୀପକ ମୁତ୍ରେଜା ବଜାର ପ୍ରବେଶ କରାଇଥିଲେ। ଜିକ୍ସର ୨୫୦ସିସି ମଡେଲ ଦ୍ୱାରା କମ୍ପାନୀ ପ୍ରିମିୟମ ୨୫୦ ସିସି ସେଗମେଣ୍ଟର ନିଜର ଉପସ୍ଥିତି ଜାହିର କରିଛି। ଏହା ଏକ ସ୍ପୋର୍ଟ ଟୁରିଂ ମୋଟର ସାଇକେଲ ହୋଇଥିବା ବେଳେ ଓଡ଼ିଶା ଗ୍ରାହକଙ୍କ ଦ୍ୱାରା ବେଶ ଆଦୃତ ହେବ ବୋଲି କମ୍ପାନୀ ପକ୍ଷରୁ ସୂଚନା ରହିଛି। ଜିକ୍ସର ଏସ୍‌ଏଫ୍‌ରେ ଗ୍ରାହକମାନେ ବୋଲ୍ଡ ଷ୍ଟାଇଲିଂ,ଉନ୍ନତ ଡିଜାଇନ ଏବଂ ପରଫରମାନ୍ସ ଲାଭ କରିପାରିବେ। ସେହିଭଳି ଉନ୍ନତ ଇଞ୍ଜିନ କ୍ଷମତା ସହ ଜିକ୍ସର ୨୫୦ ଏସ୍‌ଏଫ୍‌ ମେଟାଲିକ ମ୍ୟାଟ ପ୍ରିମିୟମ ସିଲଭର ଏବଂ ମେଟାଲିକ ମ୍ୟାଟ ବ୍ଲାକ ରଙ୍ଗରେ ଆସୁଛି। ଏହାର ଏକ୍ସଶୋ’ରୁମ ଭୁବନେଶ୍ୱର ବଜାର ଦର ୧.୭୦ ଲକ୍ଷ ଟଙ୍କା ରହିଛି।
ଜିକ୍ସର ଏସ୍‌ଏଫ୍‌ ଗ୍ଲାସ ସ୍ପାର୍କଲ ବ୍ଲାକ, ମେଟାଲିକ ସୋନିକ ସିଲଭର ଭଳି ରଙ୍ଗରେ ଆସୁଥିବା ବେଳେ ଏହାର ଏକ୍ସ ଶୋ’ରୁମ ଭୁବନେଶ୍ୱର ମୂଲ୍ୟ ୧.୦୯ ଲକ୍ଷ ଟଙ୍କା ରହିଛି। ଭାରତୀୟ ବଜାରରେ ପ୍ରିମିୟମ ସେଗମେଣ୍ଟ ପ୍ରତି ରହିଥିବା ପ୍ରତିବଦ୍ଧତା ଆଧାରରେ ନୂଆ ମଡେଲଗୁଡିକୁ ବଜାର ପ୍ରବେଶ କରାଯାଇଥିବା ସୁଜୁକି ମୋଟର ସାଇକେଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର କମ୍ପାନୀ ମୁଖ୍ୟ କୋଇଚିରୁ ହୀରାଓ କହିଛନ୍ତି। ପ୍ରିମିୟମ ବାଇକିଂ ଚାହିଦା ବଢୁଥିବାରୁ ସ୍ପୋର୍ଟ ଟୁରରଙ୍କ ଲାଗି ଏଭଳି ଏକ ମଡେଲ ବିକଶିତ କରାଯାଇଥିବା କମ୍ପାନୀର ଉପସଭାପତି ଦେଭାଶିଷ ହାଣ୍ଡା ସୂଚନା ଦେଇଛନ୍ତି।

Share