ସୁଖ, ସମୃଦ୍ଧି ପାଇଁ ଘରେ ରଖନ୍ତୁ ଏହି ମାଛ

ଘରେ ସୁଖ-ସମୃଦ୍ଧି ଓ ଶାନ୍ତି ଆଣିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ଗୋଲ୍ଡ ଫିସ୍‌ ସହ ଏରୋଓ୍ବାନା ମାଛକୁ ବାସ୍ତୁଶାସ୍ତ୍ରରେ ଶୁଭ ବୋଲି ବିଶ୍ୱାସ କରାଯାଏ। ଆଉ ଏହାକୁ ଘରେ ଏକ୍ୱାରିୟମ୍‌ ରଖିଲେ ସୁନ୍ଦର ଦେଖାଯିବା ସହ ସମସ୍ତଙ୍କୁ ଆକର୍ଷିତ କରିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଅରୋଓ୍ବାନା ମାଛକୁ ରଖିଲେ ବହୁ ଲାଭ ମିଳିଥାଏ ବୋଲି କୁହାଯାଏ। ଏରୋଓ୍ବାନା ମାଛ ଭଲ ସ୍ବାସ୍ଥ୍ୟ, ସୁଖ-ସମୃଦ୍ଧି, ଧନ ଓ ଶକ୍ତିର ପ୍ରତୀକ ବୋଲି ଜଣାଯାଏ। ଏଥିସହ ଏହା ନକାରାତ୍ମକ ଶକ୍ତିଠାରୁ ମଧ୍ୟ ଦୂରେଇ ରଖିଥାଏ। ଯଦି ଆପଣ ଘରେ ଜୀବିତ ମାଛକୁ ରଖିବାକୁ ଚାହୁଁନାହାନ୍ତି ତାହେଲେ ମୁହଁରେ ଟଙ୍କା ଥିବା ଗୋଲ୍ଡ ଏରୋଓ୍ବାନା ମାଛର ପ୍ରତିମୂର୍ତ୍ତିକୁ ମଧ୍ୟ ରଖିପାରିବେ। ଏହି ମୂର୍ତ୍ତିକୁ ଘରର ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ ସ୍ଥାପନା କରନ୍ତୁ। ବିଶେଷଜ୍ଞ ଅନୁଯାୟୀ ଏରୋଓ୍ବାନା ମାଛ ପାହାଡର ପାଦଦେଶରେ ରହୁଥିବା ବେଳେ ଭୂକମ୍ପର ପୂର୍ବ ସୂଚନା ମଧ୍ୟ ଦେଇଥାଏ ବୋଲି କୁହାଯାଏ।