Posted inଖେଳ

ସୁଇମିଂ କୁଇନ୍‌ ଦାମିନୀ

ମାତ୍ର ୧୭ ବର୍ଷରେ ସାଉଥ୍‌ ଏସିଆନ ଗେମ୍ସରେ ୪ ଟି ସ୍ବର୍ଣ୍ଣ ପଦକ ହାସଲ କରିଥିବା କର୍ନାଟକର ଦାମିନୀ ଗୌଡ଼ା ଏବେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ମଧ୍ୟ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ସନ୍ତରଣରେ ସେ ୩ ସ୍ବର୍ଣ୍ଣ ଓ ୨ ରୌପ୍ୟ ସହ ମୋଟ୍‌ ୬ ପଦକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏମ୍‌ବିବିଏସ୍‌ କରୁଥିବା ଦାମିନୀଙ୍କୁ ପାଠ, କ୍ରୀଡ଼ା ଓ ସୁନ୍ଦରତାର ଏକ ବିରଳ ସଂଯୋଗ ବୋଲି କୁହାଯାଇପାରେ…

ମହିଳା ସନ୍ତରଣକାରୀ ଦାମିନୀ ଗୌଡାଙ୍କ ପରିଚୟର ଆବଶ୍ୟକତା ନାହିଁ। ପୂର୍ବରୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଦାମିନୀ ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା(କେଆଇୟୁଜି)ରେ ବେଶ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ବେଙ୍ଗାଲୁରୁସ୍ଥିତ ରାଜୀବ ଗାନ୍ଧୀ ହେଲ୍‌ଥ ସାଇନ୍ସ ବିଶ୍ୱବିଦ୍ୟାଳୟରେ ମେଡିସିନରେ ଦ୍ୱିତୀୟ ବାର୍ଷିକ ଛାତ୍ରୀ ଏକାଧିକ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପଦକ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଭୁବନେଶ୍ୱରରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ମଧ୍ୟ ସେ ଦମ୍‌ଦାର ପ୍ରଦର୍ଶନ କରି ଏକାଧିକ ପଦକ ହାସଲ କରିଛନ୍ତି। ସେ ୧୦୦ ଓ ୨୦୦ମିଟର ବ୍ୟାକ୍‌ଷ୍ଟ୍ରୋକରେ ସ୍ବର୍ଣ୍ଣ, ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ସେ ୧୦୦ ଓ ୨୦୦ ମି. ବଟରଫ୍ଲାଏରେରେ ଯଥାକ୍ରମେ ରୌପ୍ୟଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଏଥିସହିତ ୪x୧୦୦ ମିଡଲରେ ରୌପ୍ୟ ପଦକ ହାସଲ କରିଛନ୍ତି। ସେ ମୋଟ ଉପରେ ୬ଟି ପଦକ ହାସଲ କରି ସାଥିରେ ଖେଳାଳିଙ୍କୁ ପଛରେ ପକାଇଛନ୍ତି।
ଗତ ୧୪ ବର୍ଷ ହେବ ସେ ସନ୍ତରଣ ସହିତ ଜଡିତ ରହିଆସିଛନ୍ତି। ୧୦୦ ଓ ୨୦୦ମିଟର ବଟରଫ୍ଳାଏରେ ସେ ସିନିୟର ଜାତୀୟ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣପଦକ ଜିତିଛନ୍ତି। ସେ ୩ଥର ଜାତୀୟ ଚାମ୍ପିୟନ ରହିଛନ୍ତି। ଜୁନିୟରସ୍ତରରେ ମଧ୍ୟ ସେ ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି।
ଭୁବନେଶ୍ୱରରେ ଏହି ମେଗା ଇଭେଣ୍ଟ ବେଶ୍‌ ସଫଳତାର ସହ ଚାଲୁ ରହିଛି ବୋଲି ସେ କୁହନ୍ତି। ଏଠାକାର ପରିବେଶ କ୍ରୀଡ଼ା ପାଇଁ ବହୁତ ଭଲ। କ୍ରୀଡ଼ା ଭିତ୍ତିଭୂମି ମଧ୍ୟ ଉଚ୍ଚକୋଟୀର। ଏଠାକୁ ଆସିବା ପୂର୍ବରୁ ଭୁବନେଶ୍ୱରରେ ଏଭଳି ଭିତ୍ତିଭୂମୀ ଥିବ ବୋଲି ଭାବି ନ ଥିଲି। ଆୟୋଜକଙ୍କ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ସେ କହିଛନ୍ତି। ଏସିଆନ ଗେମ୍ସ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ଭିତ୍ତିଭୂମି ତଥା ସୁବିଧା ସୁଯୋଗ ଭୁବନେଶ୍ୱରରେ ରହିବା ନିଶ୍ଚିତ ଭାବେ ବଡ଼ କଥା ବୋଲି ସେ କୁହନ୍ତି। ଯେତେ ସମ୍ଭବ କ୍ରୀଡ଼ା ତଥା ସନ୍ତରଣ ସହିତ ଜଡିତ ରହିବାକୁ ପ୍ରୟାସ କରିବି। ଏବେ ଖେଳରେ ମନ ଦେବି। ୨୧ ବର୍ଷରେ ପଦାର୍ପଣ କରିଥିବା ଦାମିନୀ ଏମ୍‌ବିବିଏସ୍‌ କମ୍ପ୍ଲିଟ୍‌ କରିବାକୁ ଚାହାନ୍ତି। କ୍ରୀଡ଼ା ହେଉଛି ମୋର ପ୍ରଥମ ପସନ୍ଦ। ତେବେ ଅଲିମ୍ପିକ୍‌ ଖେଳିବା ନେଇ ସେତେଟା ଆଶାବାଦୀ ନୁହନ୍ତି। ଏମ୍‌ବିବିଏସ୍‌ କରୁ ନ ଥିଲେ ଅଲିମ୍ପିକ କଥା ଚିନ୍ତା କରିଥାନ୍ତି ବୋଲି ସେ କୁହନ୍ତି। ଓଡ଼ିଶାର କ୍ରୀଡ଼ା ପ୍ରଶଂସକ ବେଶ୍‌ ଆମକୁ ସମର୍ଥନ ଜଣାଇବା ସହ ଉତ୍ସାହିତ କରିଛନ୍ତି। ଆମର ଇଭେଣ୍ଟ ଶେଷ ହୋଇଥିବାରୁ ଓଡ଼ିଶାର ବିଭିନ୍ନ ଐତିହାସିକ ତଥା ଦର୍ଶନୀୟସ୍ଥାନ ବୁଲିବାକୁ ଯିବୁ। ପୁରୀ, କୋଣାର୍କ, ଧଉଳି ସମେତ ଭୁବନେଶ୍ୱରର ବିଭିନ୍ନ ସ୍ଥାନ ବୁଲିଯିବୁ। ଏହି ଇଭେଣ୍ଟରେ ନିଜର ପ୍ରଦର୍ଶନ ନେଇ ସେ ସନ୍ତୋଷ ପ୍ରକଟ କରିଛନ୍ତି।
ପିଲାଟି ବେଳେ ମା ମୋତେ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ଦେବାକୁ ପ୍ରୟାସ କରିଥିଲେ। ଡ୍ର଼୍ୟାନ୍ସିଂ, ପେଣ୍ଟିଂ, ଡ୍ରଇଂ ସବୁଥିରେ ଟ୍ରାଏ କରିଥିଲି। ଏପରିକି ଟେନିସ୍‌ କିମ୍ବା ବ୍ୟାଡମିଣ୍ଟନ ଖେଳିବାକୁ ମଧ୍ୟ ଚେଷ୍ଟା କରିଥିଲି। କିନ୍ତୁ ଶେଷରେ ମୋତେ ସୁଇମିଂରେ କ୍ୟାରିୟର ଗଢିବାକୁ ହେଲା। ସୁଇମିଂ ଏକ କଷ୍ଟକର ସ୍ପୋଟର୍‌ସ। ଏଥିରେ ବହୁତ ସମୟ ଟ୍ରେନିଂ କରିବାକୁ ପଡିଥାଏ ବୋଲି ସେ କୁହନ୍ତି। ୨୦୦୬ ଅକ୍ଟୋବରରେ ତାମିଲନାଡୁର ନେଭେଲିରେ ପ୍ରଥମଥର ପାଇଁ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଥିଲି। ଏଥିରେ ପଦକ ହାସଲ କରିଥିଲି। ଏହାପରେ ସନ୍ତରଣ ସହିତ ଜଡିତ ରହିବା ପାଇଁ ମା ପରାମର୍ଶ ଦେଇଥିଲେ। ଏହାପରେ ଆଉ ପଛକୁ ଫେରିଚାହିଁ ନାହିଁ। ଇତିମଧ୍ୟରେ ୧୪ ବର୍ଷ ବିତିଯାଇଛି। ଏହି ସମୟରେ ସବୁ କିଛି ପାଇଛି। ସଫଳତା, ବିଫଳତା, ଦୁଃଖ ଓ ସୁଖ ସବୁ ପାଇଛି। ସବୁ ପ୍ରକାର ପରିସ୍ଥିତିରୁ ଶିକ୍ଷା କରିଛି ଓ ଭିନ୍ନ ଅଭିଜ୍ଞତା ହାସଲ କରିଛି। ସବୁ ପ୍ରତିଯୋଗିତାରେ ସବୁବେଳେ ଭଲ ପ୍ରଦର୍ଶନ କରିହୁଏ ନାହିଁ। ଏକଥା ମାନିବାକୁ ପଡିବ। ତେବେ ଧୀରେଧୀରେ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପ୍ରୟାସ କରିଥାଏ ବୋଲି ସେ କୁହନ୍ତି। ଗୁଆହାଟୀରେ ଅନୁଷ୍ଠିତ ସାଉଥ୍‌ ଏସିଆନ ଗେମ୍ସରେ ଦାମିନୀ ମାତ୍ର ୧୭ ବର୍ଷରେ ୪ଟି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଏଥି ସହିତ ସେ ୪ଟି ଜାତୀୟ ରେକର୍ଡ ଭାଙ୍ଗିଥିଲେ। ନିଜ ସଫଳତା ପାଇଁ ସେ କୋଚ୍‌ ପ୍ରଦୀପ ସାର୍‌ଙ୍କୁ ଶ୍ରେୟ ଦେଇଛନ୍ତି।
ମାଇକେଲ ଫେଲ୍‌ପ୍ସ, ରିୟାନ ଲୋଚେଟ ଓ ଡାରା ଟୋରେସ ହେଉଛନ୍ତି ଦାମିନୀଙ୍କ ଫେଭରାଇଟ୍‌ ଖେଳାଳି। ପିଲାଟି ଟେନିସ ଖେଳିବାକୁ ପସନ୍ଦ କରୁଥିବା ଦାମିନୀଙ୍କର ଫେଭରାଇଟ ଟେନିସ ଖେଳାଳି ହେଉଛନ୍ତି ରୋଜର ଫେଡରର ଓ ସେରେନା ଓ୍ବିଲିୟମ୍ସ। କ୍ରୀଡ଼ା ସହିତ ସେ ପାଠରେ ମଧ୍ୟ ଭଲ କରିଆସିଛନ୍ତି। ଦେଖିବାକୁ ବେଶ୍‌ ଆକର୍ଷଣୀୟ ଥିବା ଦାମିନୀ ପାଠ, କ୍ରୀଡ଼ା ଓ ସୁନ୍ଦରତାର ଏକ ମିଶ୍ରଣ ବୋଲି କୁହାଯାଇପାରେ। ଜଣେ ପ୍ରତିଭାସମ୍ପନ୍ନ ଓ ଦକ୍ଷ ସନ୍ତରଣକାରୀ ହୋଇଥିବାରୁ ଆଗାମୀ କିଛି ବର୍ଷରେ ସେ ଏମ୍‌ବିବିଏସ୍‌ କମ୍ପ୍ଲିଟ୍‌ କରିବା ସହ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଆହୁରି ଅଧିକ ପଦକ ହାସଲ କରି ସଫଳ ହେବେ ବୋଲି କୁହାଯାଇପାରେ।

ସଂକ୍ଷେପରେ ..
ନାମ- ଦାମିନୀ ଗୌଡ଼ା
ଜନ୍ମ- ୨୦ ଫେବୃୟାରୀ ୧୯୯୯
କ୍ରୀଡ଼ା- ସନ୍ତରଣ
ବୟସ- ୨୧ ବର୍ଷ
ବିଶ୍ୱବି୍ୟାଳୟ –
ବେଙ୍ଗାଲୁରୁର ରାଜୀବ ଗାନ୍ଧୀ ହେଲ୍‌ଥ ସାଇନ୍ସ
( ଏମ୍‌ବିବିଏସ୍‌)

ପ୍ରସ୍ତୁତି: ରଞ୍ଜନ କୁମାର ରାୟ


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri