ସୀମାରେ ବାଲିଷ୍ଟିକ୍‌ ମିଶାଇଲ ମୁତୟନ କଲା ଜାପାନ

ଟୋକିଓ, ୨୩ା୬(ଆଇଏଏନ୍‌ଏସ୍‌): ଚାଇନା ଓ ଜାପାନ ମଧ୍ୟରେ ସେନ୍‌କାକୁସ ଦ୍ୱୀପପୁଞ୍ଜକୁ ନେଇ ବିବାଦ ଦେଖାଦେଇଛି। ଯଦିଓ ଏହି ଅଞ୍ଚଳ ୧୯୭୨ରୁ ଜାପାନ ପ୍ରଶାସନ ଅଧୀନରେ ରହିଆସିଛି, ତେବେ ଏହାର ଆଇନଗତ ସ୍ଥିତି ଚାଇନା ସହ ବିବାଦୀୟ ହୋଇ ରହିଛି। ଚାଇନା ଏହି ବାବାଦୀୟ ଦ୍ୱୀପପୁଞ୍ଜକୁ ଡାଇଓୟୁସ ନାମରେ ନାମିତ କରିଛି। ଏହି ବିବାଦୀୟ ଅଞ୍ଚଳ ଲାଗି ଜାପାନ ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛି। ଲଦାଖର ଗଲ୍‌ଓ୍ବାନ ଉପତ୍ୟକାରେ ସୀମା ବିବାଦକୁ ନେଇ ଭାରତ-ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହେବାର ୭ ଦିନ ପରେ ଏଭଳି ବିବାଦ ସାମ୍ନାକୁ ଆସିଛି। ଟୋକିଓର ଦକ୍ଷିଶ ପଶ୍ଚିମ ୧,୯୩୧ କି.ମି ଦୂରରେ ଏହି ଦ୍ୱୀପପୁଞ୍ଜଗୁଡ଼ିକ ରହିଛି। ଏହାକୁ ଚାଇନା ନିଜର ବୋଲି ଦାବିକରି ଆସୁଛି। ଜାପାନର ଇସିଗାକି ସିଟି କାଉନ୍‌ସିଲ ଏହି ଏହି ବାବାଦୀୟ ଜାଗାକୁ ମିଶାଇ ଏହାର ନାମ ଟୋନୋସିରୋରୁ ଟୋନୋସିରୋ ସେନ୍‌କାକୁକୁ ପରିବର୍ତ୍ତନ କରିବା ଲାଗି ବିଲ୍‌ ପାସ୍‌ କରିଛି। ଏଭଳି ପଦକ୍ଷେପ ପରେ ଚାଇନା ଟୋକିଓକୁ ଧମକ ଦେବା ଆରମ୍ଭ କରିଛି। ପୂର୍ବ ଚାଇନା ସାଗରରେ ଥିବା ଏହି ବିବାଦୀୟ ଅଞ୍ଚଳର ନାମ ପରିବର୍ତ୍ତନ ନ କରିବା କିମ୍ବା ଏହାର ସ୍ଥିତାବସ୍ଥାରେ କୌଣସି ପରିବର୍ତ୍ତନ ନ ଆଣିବାକୁ ଚାଇନା ପରାମର୍ଶ ଦେଇଛି। ସେପଟେ ଚାଇନାକୁ ଜବାବ ଦେବା ଲାଗି ଜାପାନ ସୀମାରେ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ମୁତୟନ କରିଛି। ତେବେ ପ୍ରଶାସନିକ ଦକ୍ଷତା ବୃଦ୍ଧି ଲାଗି ଏହି ବିଲ୍‌ ପାସ୍‌ହେବାର ଆବଶ୍ୟକତା ରହିଥିଲା ବୋଲି ଜାପାନ ଦର୍ଶାଇଛି।
ଗତ ଏପ୍ରିଲରୁ ସେନ୍‌କାକୁସ୍‌ରେ ଚାଇନା ଜାହାଜ ଚଳପ୍ରଚଳ କରିଆସୁଛି। ଗତ କିଛି ସପ୍ତାହ ହେବ ଏହି ଜାହାଜ ସଂଖ୍ୟା ବୃଦ୍ଧିପାଇଛି। ଜାପାନ କ୍ୟାବିନେଟ ସଚିବ ସେନ୍‌କାକୁସ୍‌ ଜାପାନ ନିୟନ୍ତ୍ରଣରେ ଏହା ଆଇନସମ୍ମତ ଭାବେ ରହିଆସିଛି ବୋଲି କହିଛନ୍ତି। ଏଠାରେ ଚାଇନା ଡେରା ପକାଇବା ଠିକ୍‌ନୁହେଁ। ଏହାର ଦୃଢ଼ ଜବାବ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି। ପ୍ରକାଶଥାଉ କି, କେବଳ ଜାପାନ ନୁହେଁ ତାଇଓ୍ବାନ, ବ୍ରୁନେଇ, ଇଣ୍ଡୋନେସିଆ, ମାଲେସିଆ, ଭିଏତ୍‌ନାମ, ଫିଲିପାଇନ୍ସ ଆଦି ପଡ଼ୋଶୀ ଦେଶଗୁଡ଼ିକ ସହ ଚାଇନାର ସୀମା ବିବାଦ ରହିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri