ସୀମାବର୍ତ୍ତୀ ଜଙ୍ଗଲ ପ୍ରବେଶ ପଥ ସିଲ୍‌ କଲା ବନ ବିଭାଗ

ଲଖନପୁର,୨୯।୪(ଡି.ଏନ୍‌.ଏ)-ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ। ଏହାର ସଂକ୍ରମଣ ରୋକିବାକୁ ନେଇ ସାରାଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି। ଯେମିତି ରାଜ୍ୟ ଓ ରାଜ୍ୟ ବାହାରୁ ସନ୍ଦିଗ୍ଧମାନେ ଜିଲାରେ ଅବାଧ ଭାବେ ପ୍ରବେଶ ନ କରିବେ ସେ ନେଇ ଜିଲା ପ୍ରଶାସନ ତରଫରୁ ପଡୋଶୀ ଛତିଶଗଡ ରାଜ୍ୟ ଓ ପଡୋଶୀ ଜିଲା ସୁନ୍ଦରଗଡ ଏବଂ ସମ୍ବଲପୁର ଜିଲା ସୀମାକୁ ପୂର୍ବରୁ ସିଲ୍‌ କରାଯାଇଛି। ଏହିସବୁ ରାସ୍ତାରେ ପୋଲିସ୍‌ ପହରା ଜାରି ରହିଛି। ହେଲେ ଏଭଳି କଡାକଡି ପହରା ସତ୍ତ୍ୱେ ମଧ୍ୟ ଜଙ୍ଗଲ ରାସ୍ତାରେ ଆସି ଲୋକେ ଜିଲାରେ ପ୍ରବେଶ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ସରୋଜ କୁମାର ସାମଲ ସୀମାବର୍ତ୍ତୀ ଜଙ୍ଗଲ ରାସ୍ତାକୁ ସିଲ୍‌ କରିବା ପାଇଁ ଡିଏଫ୍‌ଓ ଲଳିତ ପାତ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ବଳରେ ବେଲପାହାଡ ରେଞ୍ଜର ସୁବାସ ମହାପାତ୍ରଙ୍କ ତତ୍ୱାବଧାନରେ ମଙ୍ଗଳବାରଠାରୁ ଝାରସୁଗୁଡା ଓ ସୁନ୍ଦରଗଡ ଜିଲାକୁ ସଂଯୋଗ କରୁଥିବା ଲଖନପୁର ବ୍ଲକ୍‌ କୋଇଲି ଘୋଘର ଫରେଷ୍ଟ ରୋଡ୍‌ ଓ ସୁନ୍ଦରଗଡ ଜିଲା ବେତଝରଣ ହିମଗିରି ଫରେଷ୍ଟ ରୋଡ୍‌କୁ କାଠ, ବାଉଁଶ ବାଡ ଦେଇ ସିଲ୍‌ କରାଯାଇଛି। ଏହିସବୁ ରାସ୍ତାରେ ଜଙ୍ଗଲ ସୁରକ୍ଷା କର୍ମୀଚାରୀମାନେ ଜଗି ରହିଛନ୍ତି। ସମ୍ବଲପୁରରୁ ଝାରସୁଗୁଡା ଜିଲାକୁ ସଂଯୋଗ କରୁଥିବା ରମ୍ପେଲା ସେତୁ ଦେଇ ସନ୍ଦିଗ୍ଧମାନେ ଅବାଧରେ ଯାତାୟତ କରୁଛନ୍ତି। ଏହାକୁ ରୋକିବାରେ ଉଭୟ ଜିଲା ପ୍ରଶାସନ ଓ ପୋଲିସ୍‌ ପ୍ରଶାସନ ଢିଲା ଦେଉଥିବା ଅଭିଯୋଗ ହେଉଛି। ଫଳରେ କରୋନା ସଂକ୍ରମଣ ନିୟନ୍ତ୍ରଣ କ୍ଷେତ୍ରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟମଣ୍ଡଳ କ୍ରୀଡ଼ା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

କାଲି ଘଣ୍ଟାରେ ୧୦ଟା ବାଜିବ ହେଲେ ସେ ଆଉ ସ୍କୁଲ ଯିବେନି: ଶିକ୍ଷକଙ୍କୁ ଝୁରୁଛି…

ହାଟଡିହୀ, ୩୧/୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଆଦର୍ଶ ଶିକ୍ଷକ ପଦ୍ମନାଭ ପଣ୍ଡାଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ…

ଭୁବନେଶ୍ୱର: ହାଇଟେକ୍ ଛକ ନିକଟ କୁଆଖାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର, ୩୧ା୭: ରାଜଧାନୀ ଭୁବନେଶ୍ୱରର ହାଇଟେକ୍ ଛକ ନିକଟସ୍ଥ କୁଆଖାଇ ନଦୀକୁ ଜଣେ ମହିଳା ଡେଇଁ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ମହିଳାଜଣଙ୍କ ନଦୀକୁ ଡେଇଁବା ପରେ…

ବସ୍ତରେନ ମାଉଲିଙ୍କ ଆଷାଢ଼ କେନା ମଣ୍ଡେଇ ଯାତ୍ରା: କଣ୍ଟା ଦୋଳିରେ ଝୁଲିଲେ କାଲିସି, ହଜାର ହଜାର…

କୋକସରା, ୩୧।୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମର ଆରାଧ୍ୟ ଦେବୀ ମା’ ବସ୍ତରେନ ମାଉଲିଙ୍କ ବାର୍ଷିକ ଆଷାଢ଼ କେନା ମଣ୍ଡେଇ ଯାତ୍ରା…

ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକଙ୍କ ଦିଗପହଣ୍ଡି-ସାନଖେମୁଣ୍ଡି ଗସ୍ତ: ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ସହ ଅଗ୍ରଗତି ସମୀକ୍ଷା

ଦିଗପହଣ୍ଡି, ୩୧।୭(ଅଶେଷ ନାଥ ମିଶ୍ର): ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଶୁକ୍ରବାର ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକର ବିଭିନ୍ନ ଗ୍ରାମ…

ପୋଲିସ ଫାଣ୍ଡି କୋଠା ଅଧାପନ୍ତରିଆ

ରିଷିଡା,୩୧ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲାର ବହୁ ପୁରାତନ ରିଷିଡ଼ା ପୋଲିସ ଫାଣ୍ଡି ପ୍ରତିଷ୍ଠାପରଠୁ ଅଦ୍ୟାବଧି ଖପର ଓ ଆଜବେଷ୍ଟସ୍‌ ଘରେ ଚାଲିଆସୁଛି। ବାରମ୍ବାର ଦାବି ପରେ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri