ସୀମାବର୍ତ୍ତୀ ଜଙ୍ଗଲ ପ୍ରବେଶ ପଥ ସିଲ୍‌ କଲା ବନ ବିଭାଗ

ଲଖନପୁର,୨୯।୪(ଡି.ଏନ୍‌.ଏ)-ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ। ଏହାର ସଂକ୍ରମଣ ରୋକିବାକୁ ନେଇ ସାରାଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି। ଯେମିତି ରାଜ୍ୟ ଓ ରାଜ୍ୟ ବାହାରୁ ସନ୍ଦିଗ୍ଧମାନେ ଜିଲାରେ ଅବାଧ ଭାବେ ପ୍ରବେଶ ନ କରିବେ ସେ ନେଇ ଜିଲା ପ୍ରଶାସନ ତରଫରୁ ପଡୋଶୀ ଛତିଶଗଡ ରାଜ୍ୟ ଓ ପଡୋଶୀ ଜିଲା ସୁନ୍ଦରଗଡ ଏବଂ ସମ୍ବଲପୁର ଜିଲା ସୀମାକୁ ପୂର୍ବରୁ ସିଲ୍‌ କରାଯାଇଛି। ଏହିସବୁ ରାସ୍ତାରେ ପୋଲିସ୍‌ ପହରା ଜାରି ରହିଛି। ହେଲେ ଏଭଳି କଡାକଡି ପହରା ସତ୍ତ୍ୱେ ମଧ୍ୟ ଜଙ୍ଗଲ ରାସ୍ତାରେ ଆସି ଲୋକେ ଜିଲାରେ ପ୍ରବେଶ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲାପାଳ ସରୋଜ କୁମାର ସାମଲ ସୀମାବର୍ତ୍ତୀ ଜଙ୍ଗଲ ରାସ୍ତାକୁ ସିଲ୍‌ କରିବା ପାଇଁ ଡିଏଫ୍‌ଓ ଲଳିତ ପାତ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ବଳରେ ବେଲପାହାଡ ରେଞ୍ଜର ସୁବାସ ମହାପାତ୍ରଙ୍କ ତତ୍ୱାବଧାନରେ ମଙ୍ଗଳବାରଠାରୁ ଝାରସୁଗୁଡା ଓ ସୁନ୍ଦରଗଡ ଜିଲାକୁ ସଂଯୋଗ କରୁଥିବା ଲଖନପୁର ବ୍ଲକ୍‌ କୋଇଲି ଘୋଘର ଫରେଷ୍ଟ ରୋଡ୍‌ ଓ ସୁନ୍ଦରଗଡ ଜିଲା ବେତଝରଣ ହିମଗିରି ଫରେଷ୍ଟ ରୋଡ୍‌କୁ କାଠ, ବାଉଁଶ ବାଡ ଦେଇ ସିଲ୍‌ କରାଯାଇଛି। ଏହିସବୁ ରାସ୍ତାରେ ଜଙ୍ଗଲ ସୁରକ୍ଷା କର୍ମୀଚାରୀମାନେ ଜଗି ରହିଛନ୍ତି। ସମ୍ବଲପୁରରୁ ଝାରସୁଗୁଡା ଜିଲାକୁ ସଂଯୋଗ କରୁଥିବା ରମ୍ପେଲା ସେତୁ ଦେଇ ସନ୍ଦିଗ୍ଧମାନେ ଅବାଧରେ ଯାତାୟତ କରୁଛନ୍ତି। ଏହାକୁ ରୋକିବାରେ ଉଭୟ ଜିଲା ପ୍ରଶାସନ ଓ ପୋଲିସ୍‌ ପ୍ରଶାସନ ଢିଲା ଦେଉଥିବା ଅଭିଯୋଗ ହେଉଛି। ଫଳରେ କରୋନା ସଂକ୍ରମଣ ନିୟନ୍ତ୍ରଣ କ୍ଷେତ୍ରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri