ସୀମାନ୍ତରେ ଜୀବନ ହାରିଲେ ଆଉ ଜଣେ ପ୍ରବାସୀ

ବରଗଡ଼ ଅଫିସ,୨୮।୫: ବରଗଡ଼ ଜିଲା ସୀମାନ୍ତ ଲୁହୁରାଚଟିରେ ବୁଧବାର ରାତିିରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ପାଖରୁ ଏକ ଆଧାର କାର୍ଡ଼ ମିଳିଛି। ହସ୍ତଗତ ହୋଇଥିବା ଆଧାର କାର୍ଡରୁ ତାଙ୍କ ପରିଚୟ ପଶ୍ଚିମବଙ୍ଗ ମାଲଦାର ୫୩ ବର୍ଷୀୟ ନୁରୁଲ ଇସଲାମ ମୋହିମ ବୋଲି ଜଣାପଡ଼ିିଛି। ବୁଧବାର ରାତି ସାଢେ ୯ଟାରେ ସେ ପଶ୍ଚିମବଙ୍ଗ ଲୁହୁରାଚଟିରେ ଅଟକି ରହିଥିଲେ। ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ବରଗଡ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପୂର୍ବରୁ ଗତ କିଛିଦିନ ତଳେ ଲୁହୁରାଚଟିରେ ଅନ୍ୟଜଣେ ବସ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା।