ସୀମାଚଳମ୍‌ରୁ ଫେରିବାବେଳେ ଦୁର୍ଘଟଣା: ଚାଲିଗଲା ୨ ପରିବାରର ୫ ଜୀବନ

ଭୁବନେଶ୍ୱର (ବ୍ୟୁରୋ)/ ପାତ୍ରପୁର(ଡି.ଏନ୍‌.ଏ),୫।୧: ପୁଅର ମୁଣ୍ଡନ ପାଇଁ ଭୁବନେଶ୍ୱରରୁ ୨ଟି ପରିବାର ଏକ କାର୍‌ ଯୋଗେ ଆନ୍ଧ୍ରପ୍ରଦେଶ ସୀମାଚଳମ୍‌ର ଶ୍ରୀବରାହଲକ୍ଷ୍ମୀନାରାୟଣ ମନ୍ଦିରକୁ ଯାଇଥିଲେ। ଶୁକ୍ରବାର ସେଠାରେ ମୁଣ୍ଡନ ସାରିବା ପରେ ବୁଲାବୁଲି କରି ରାତିରେ ହସଖୁସିରେ ଫେରୁଥିଲେ। ମାତ୍ର ନିୟତି ଥିଲା କିଛି ଭିନ୍ନ। ଶନିବାର ସକାଳ ସାଢ଼େ ୫ଟାରେ ଶ୍ରୀକାକୁଲମ୍‌ ଜିଲାର ମଞ୍ଜୁସା ଥାନା ଅନ୍ତର୍ଗତ ମହେନ୍ଦ୍ରତନୟା ନଦୀ ପୂର୍ବରୁ ଓଭରବ୍ରିଜ୍‌ ନିକଟରେ ଥିବା କଲଭର୍ଟରେ ଗାଡ଼ିଟି ପିଟି ହୋଇ ରାସ୍ତା ତଳକୁ ଖସିପଡ଼ିଲା। ଫଳରେ ଘଟଣାସ୍ଥଳରେ କାର୍‌ ଭିତରେ ଚାପି ହୋଇ ଜଣେ ଶିଶୁଙ୍କ ସମେତ ୫ଜଣଙ୍କ ପ୍ରାଣ ଚାଲିଗଲା। ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସୋମପେଟା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ମିଳିବା ପରେ ଖବର ପାଇ ପରିବାର ଲୋକେ ହସ୍ପିଟାଲ ପରିସରରେ ପହଞ୍ଚତ୍ଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହଗୁଡ଼ିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱର ସୁନ୍ଦରପଦାସ୍ଥିତ ହାଇଟେକ୍‌ କଲ୍ୟାଣ ପ୍ଲାଜାରେ ରହୁଥିବା ତ୍ରିଲୋଚନ ଜେନା ୩ବର୍ଷ ପୁଅ ଆଦର୍ଶଙ୍କ ମୁଣ୍ଡନ ନିମନ୍ତେ ସ୍ତ୍ରୀ ବନିତା ଜେନା(୩୦), ଏବଂ ବନ୍ଧୁ ଦଣ୍ଡପତି ପ୍ରତାପ, ତାଙ୍କ ସ୍ତ୍ରୀ ରିତୁ ଜେନା(୨୫) ଓ ଶାଳୀ ରଞ୍ଜିତା ଜେନା(୨୪)ଙ୍କ ସହ ଗତ ୨ତାରିଖ ଗୁରୁବାର ବିଳମ୍ବିତ ରାତିରେ ସୀମାଚଳମ୍‌ ଅଭିମୁଖେ କାର୍‌ ଯୋଗେ ଯାତ୍ରା କରିଥିଲେ। ପ୍ରତାପ ତାଙ୍କ କାର୍‌ ଓଡି୦୨-ବିବି- ୨୨୮୨କୁ ଚଳାଇଥିଲେ। ଶୁକ୍ରବାର ମଧ୍ୟାହ୍ନରେ ସେଠାରେ ପହଞ୍ଚତ୍ବା ପରେ ଶ୍ରୀବରାହଲକ୍ଷ୍ମୀନାରାୟଣଙ୍କ ନିକଟରେ ଆଦର୍ଶର ମୁଣ୍ଡନ କରାଯାଇଥିଲା। ପରେ ଉଭୟ ପରିବାର ସେଠାରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲାବୁଲି କରିଥିଲେ। ଶୁକ୍ରବାର ସେଠାରେ
ରହି ଶନିବାର ସକାଳୁ ଫେରିବାର ଯୋଜନା ଥିଲା। ମାତ୍ର ପ୍ରତାପ ରାତାରାତି ଫେରି ଆସିବାକୁ ତ୍ରିଲୋଚନଙ୍କୁ କହିଥିଲେ। ପରେ ବିଳମ୍ବିତ ରାତିରେ ପ୍ରତାପ କାର୍‌ ଚଳାଇ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ପ୍ରତାପଙ୍କ ପାର୍ଶ୍ୱ ସିଟ୍‌ରେ ତ୍ରିଲୋଚନ ବସିଥିବାବେଳେ ଅନ୍ୟମାନେ ପଛରେ ବସିଥିଲେ। ଭୋର ପ୍ରାୟ ୫ଟାରେ ମଚ୍ଛଲିପଟ୍ଟନମ୍‌ ନିକଟରେ କାର୍‌କୁ ଅଟକାଇ ସମସ୍ତେ ଚା’ ପିଇବା ପରେ ଗାଡ଼ିରେ ପୁଣି ବାହାରିଥିଲେ। ପ୍ରାୟ ସାଢ଼େ ୫ଟା ପାଖାପାଖି କାର୍‌ଟି ଭାରସାମ୍ୟ ହରାଇ କଲ୍‌ଭର୍ଟରେ ପିଟି ହେବା ସହ ରାସ୍ତା ତଳକୁ ଖସିପଡ଼ିଥିଲା। ଫଳରେ କାରରେ ଚାପିହୋଇ ଘଟଣାସ୍ଥଳରେ ପ୍ରତାପ, ତାଙ୍କ ସ୍ତ୍ରୀ ରିତୁ, ଶାଳୀ ରଞ୍ଜିତା, ତ୍ରିଲୋଚନଙ୍କ ସ୍ତ୍ରୀ ବନିତା ଓ ପୁଅ ଆଦର୍ଶଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଦୁର୍ଘଟଣାଗ୍ରସ୍ତ କାର୍‌ ମଧ୍ୟରୁ ତ୍ରିଲୋଚନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସୋମପେଟା ପ୍ରାଥମିକ ଚିିକତ୍ସାକେନ୍ଦ୍ର ଏବଂ ପରେ ପଲାସା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। କ୍ରେନ୍‌ ସହାୟତାରେ ଗାଡ଼ିକୁ ଉପରକୁ ଉଠାଯାଇ କାର୍‌ ମଧ୍ୟରୁ ମୃତଦେହକୁ ପୋଲିସ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲା।
ପ୍ରକାଶ ଯେ, ଦଣ୍ଡପତିପ୍ରତାପଙ୍କ ନିଜ ଘର ଗଞ୍ଜାମ ଜିଲା ଜରଡ଼ା ଥାନା ଅନ୍ତର୍ଗତ ଏସ୍‌.ବି. ଜଗଦ୍ଦେବପୁର ଗ୍ରାମରେ ହୋଇଥିବାବେଳେ ସେ ଦୀର୍ଘଦିନ ହେବ ସ୍ତ୍ରୀ, ପିଲାଙ୍କ ସହ ଭୁବନେଶ୍ୱର ସୁନ୍ଦରପଦାସ୍ଥିତ ହାଇଟେକ୍‌ କଲ୍ୟାଣ ପ୍ଲାଜାରେ ଘର ଭଡ଼ା କରି ରହୁଥିଲେ। ସ୍ଥାନୀୟ କଣ୍ଟିଲୋ ବଜାରରେ ପ୍ରତାପ ଏବଂ ତ୍ରିଲୋଚନଙ୍କ ୨ଟି ଦୋକାନ ରହିଛି। ଉଭୟଙ୍କ ମଧ୍ୟରେ ଉତ୍ତମ ବନ୍ଧୁତ୍ୱ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri