ସୀତା ଲୋ…ଗୀତକୁ ଲଗାତର ୪ ଥର ଗାଇଥିଲି

କଣ୍ଠଶିଳ୍ପୀ ଟି. ସୌରୀ ଓଡ଼ିଆ ସିନେମା, ଆଲ୍‌ବମ, ଭଜନ କ୍ଷେତ୍ରରେ ଅନେକ ଗୀତରେ କଣ୍ଠଦାନ କରିଛନ୍ତି। ଏବେ ଏକ ମ୍ୟୁଜିକ ଇନଷ୍ଟିଚ୍ୟୁଟ ଖୋଲି କୁନି କୁନି ପିଲାଙ୍କୁ ସଙ୍ଗୀତ ଶିକ୍ଷା ଦେଉଥିବା ଓଡ଼ିଶାର ଏହି ପ୍ରଖ୍ୟାତ କଣ୍ଠଶିଳ୍ପୀଙ୍କର ଅନୁଭୂତିରୁ କିଛି।

ବାଲେଶ୍ୱରରେ କାର୍ଯ୍ୟକ୍ରମ ଥାଏ। ବର୍ଷ କି ମାସ ମନେ ନାହିଁ। ପୂଜାପାର୍ବଣ ଅବସରରେ ସେଠାରେ ଏକ ମଞ୍ଚରେ ସଙ୍ଗୀତଭିତ୍ତିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲି। ଭଜନ ଗାଇବା ପରେ ପବ୍ଲିକ ଡିମାଣ୍ଡ ହେଲା, ସୀତା ଲୋ ଆଜି ଜଳୁଛି ଯାହାର ଚିତାଲୋ… ଗୀତ ଗାଇବାକୁ। ଥରେ ଗାଇଲି, ଉପସ୍ଥିତ ଶ୍ରୋତା ପୁଣିଥରେ ଗାଇବାକୁ କହିଥିଲେ। ଲଗାତର ୪ ଥର ଗାଇଥିଲି। ତଥାପି ଲୋକମାନେ ନଛୋଡ଼ବନ୍ଦା। ଆହୁରି ଥରେ ଗାଇବାକୁ ପବ୍ଲିକ ଡିମାଣ୍ଡ ରହିଲା। ଆୟୋଜକମାନେ ମଧ୍ୟ ମୋତେ କିଛି କହିପାରୁ ନ ଥାନ୍ତି। ଲୋକଙ୍କ ମନ ଦୁଃଖ କରି ମଞ୍ଚରୁ ଓହ୍ଲାଇ ଆସିବାକୁ ମୋତେ ଭଲ ଲାଗେନି। ସୀତା ଲୋ… ଗୀତକୁ ଲଗାତର ଭାବେ ଗାଇବାର ଶକ୍ତି ଆଉ ମୋ ପାଖରେ ବି ନ ଥିଲା। ଏଣୁ ଉପସ୍ଥିତ ବୁଦ୍ଧି ଖଟାଇ ମୋର ଜଣେ ବନ୍ଧୁ ରେକର୍ଡ ହୋଇଥିବା ଏହି ଗୀତକୁ ବଜାଇଲେ। କେବଳ ଷ୍ଟେଜରେ ଛିଡ଼ାହୋଇ ମିଛିମିଛିକା ଗାଇବାର ଅଭିନୟ କଲି। ଏପରି ହେଲା ରେକର୍ଡ ହୋଇଥିବା ଗୀତଟି ମଧ୍ୟ ମାଇକରେ ୩ଥର ବାଜିଲା। ସେ ଦିନ କାର୍ଯ୍ୟକ୍ରମ ସାରି ଫେରିବା ବାଟରେ ମନେମନେ ଭାବୁଥାଏ, ଏ ଗୀତରେ ଏପରି କ’ଣ ଅଛି? ଯେତେଥର ଗାଇଲେ ବି ଲୋକମାନେ ବାରମ୍ବାର ଶୁଣିବାକୁ ପସନ୍ଦ କରୁଛନ୍ତି। ଏହି ପ୍ରଶ୍ନର ଉତ୍ତର ଆଜିଯାଏଁ ବି ପାଇନି ଓ ମୋ ମନ ବି ଏହି ଗୀତକୁ ନେଇ ଅନେକଥର ଆନ୍ଦୋଳିତ ହୋଇଥିଲା ଓ ଏବେ ବି ହେଉଛି।
ସୀତା ଲୋ ଗୀତ ହିଁ ଟି ସୌରୀଙ୍କୁ ଓଡ଼ିଆ ସଙ୍ଗୀତ ଦୁନିଆରେ କେମିତି ପ୍ରଥମ ପରିଚୟ ଦେଇଥିଲା ସେହି ଅନୁଭୂତିକୁ ନେଇ କୁହନ୍ତି, ମୋ ଘର ତାଳଚେର ଅଞ୍ଚଳରେ। ଅନୁଗୋଳ କଲେଜରେ ପଢ଼ିବା ସମୟରେ ସାଙ୍ଗମାନଙ୍କ ସହ ମିଶି ମେଲୋଡିିି କାର୍ଯ୍ୟକ୍ରମରେ ଗୀତ ଗାଉଥିଲି। ପଶ୍ଚିମ ଓଡ଼ିଶା ଅଞ୍ଚଳରେ ଅନେକ ସମୟରେ କାର୍ଯ୍ୟକ୍ରମ କରିବାକୁ ଯାଉ। କଟକରେ କାଳୀ ପୂଜା ସମୟରେ ଦିନେ ହଠାତ୍‌ ଫୋନ କଲ୍‌ ଆସିଥିଲା ଓ ଏଥିରେ କାଫଲାବଜାରରେ ହେଉଥିବା ପୂଜାମଣ୍ଡପ ନିକଟରେ ଗୀତ ଗାଇବାକୁ ମୋତେ ନିମନ୍ତ୍ରଣ କରାଯାଇଥିଲା। ମଞ୍ଚରେ ହାଇପିଚ୍‌ର ହିନ୍ଦୀ ଭଜନ ମୁଁ ଗାଇଥିଲି। ମଞ୍ଚଠାରୁ ଅଳ୍ପ ଦୂରରେ ରହୁଥିଲେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ସ୍ବରୂପ ନାୟକ। କାର୍ଯ୍ୟକ୍ରମ ସରିବା ପରେ ସେ ମୋତେ ଭେଟି ଏକ ଚଳଚ୍ଚିତ୍ରରେ ଗୀତ ଗାଇବାକୁ ପ୍ରସ୍ତାବ ଦେଇଥିଲେ। ଏହି ଗୀତଟି ହିଁ ଥିଲା ଉଦଣ୍ଡୀ ସୀତା ଚଳଚ୍ଚିତ୍ରର ସୀତା ଲୋ…। ବାସ୍‌ ଥରକରେ ଗୀତଟି ଡବିଂ ହୋଇଥିଲା ଓ ଏହା ପରଠାରୁ ମୋ ସଙ୍ଗୀତ ଜଗତର ଯାତ୍ରା ଅଟକିନି।
ରିପୋର୍ଟ- କୁମାରଶ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri