Categories: ଜାତୀୟ

ସୀତାରାମନ୍‌ଙ୍କୁ ଅଭିନନ୍ଦନ ଜଣାଇଲେ ନଡ୍ଡା

ନୂଆଦିଲ୍ଲୀ,୫।୭: ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍‌ରେ ୪୯ ବର୍ଷ ପରେ ମହିଳା ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରାମନ୍‌ ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଗରିବ, ଦଳିତ, କୃଷକ, ଯୁବବର୍ଗ ଓ ମହିଳାଙ୍କୁ ପ୍ରାଧାନ୍ୟ ଦିଆଯାଇଥିବାରୁ ଏହା ଏକ ଭଲ ବଜେଟ ବୋଲି କହିଛନ୍ତି ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା। ଏଥିପାଇଁ ସେ ଅର୍ଥମନ୍ତ୍ରୀ ସୀତାରାମନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share