ସି.ଭି. ରମଣ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୭-୮: ପଣ୍ଡିଚେରୀଠାରେ ଅନୁଷ୍ଠିତ ଜାତୀୟ ସାଇବର ସିକ୍ୟୁରିଟି ହାକାଥନରେ ସି.ଭି. ରମଣ କଲେଜ ଅଫ୍‌ ଇଞ୍ଜିନିୟରିଂର ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି। ଜାତୀୟ ସାଇବର ସିକ୍ୟୁରିଟି ଷ୍ଟାଣ୍ଡାର୍ଡ ଅନୁଷ୍ଠାନ ଏବଂ ଏସ୍‌ଏମ୍‌ଭିଇ କଲେଜର ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ କଲେଜର ମୋଟ ୯ ଛାତ୍ରୀଛାତ୍ର ଭାଗ ନେଇଥିଲେ। ସେଥିମଧ୍ୟରୁ କମ୍ପ୍ୟୁଟର ସାଇନ୍ସ ବିଭାଗ ତୃତୀୟ ବର୍ଷ ଛାତ୍ର ରୀତିକ ରାଜ ଓ ଦେବବ୍ରତ ବର ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହି ସଫଳତା ଲାଗି କଲେଜର ଚେୟାରମ୍ୟାନ ସଞ୍ଜୀବ କୁମାର ରାଉତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରୀଛାତ୍ରଙ୍କୁ ଅଭିନନ୍ଦନ ଜଣାଇଛନ୍ତି।